ଇତିହାସ, ପୌରାଣିକ କଥା ଓ କିମ୍ବଦନ୍ତୀ

ପୁରାତନ କାଳର ‘ଇତିହାସ’ କହିଲେ କଥାକାରଙ୍କ ପ୍ରତ୍ୟକ୍ଷଦର୍ଶୀ ବା ପ୍ରାମାଣିକ କାହାଣୀକୁ ବୁଝାଏ। ଏଣୁ ରାମାୟଣ ଏକ ଇତିହାସ। କାରଣ ଏହାକୁ ବାଲ୍ମୀକି ପ୍ରତ୍ୟକ୍ଷ ଭାବେ ଦେଖି ତାହାର କାହାଣୀ ରଚନା କରିଥିଲେ। ମହାଭାରତ ମଧ୍ୟ ଏକ ଇତିହାସ, କାରଣ ବ୍ୟାସ ପ୍ରତ୍ୟକ୍ଷ ଭାବେ ଦେଖି ତାହାର କାହାଣୀ ସବୁ ଲେଖିଥିତ୍ଲେ। ବ୍ରିହତଦୈବତ ଏକ ବେଦିକ୍‌ ପୁସ୍ତକ। ଏହା ଅନେକ ଇତିହାସର ସମାବିଷ୍ଟ। ଋଷିମାନଙ୍କୁ ଭଗବାନଙ୍କ ନିକଟରେ ପହଞ୍ଚିବା ପାଇଁ କିଭଳି ମନ୍ତ୍ର ସକ୍ଷମ କରାଇଥିଲା ସେ ସମ୍ପର୍କରେ ସେମାନେ ସେଥିରେ ଉଲ୍ଲେଖ କରିଥିଲେ। ଏହା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସମ୍ପର୍କିତ ପୁରାଣ କାହାଣୀଠାରୁ ଭିନ୍ନ, ଯାହାକୁ ମଣିଷ କେବେ ଦେଖି ନ ଥିଲେ। ତେବେ ଅତୀତର ବିଶ୍ୱାସ ଉପରେ ଆଧାରିତ ହୋଇଥିବାରୁ ଏସବୁକୁ ଏବେ ପୌରାଣିକ କାହାଣୀ ଭାବେ ବର୍ଗୀକୃତ କରାଯାଇଛି। ଆଉ କେତେଜଣ ଇତିହାସକୁ ଏକ କିମ୍ବଦନ୍ତୀ ଭାବେ ବର୍ଗୀକୃତ କରିବାକୁ ଚାହାନ୍ତି। କିନ୍ତୁ ସେଗୁଡ଼ିକୁ କେବେ ବି ଇତିହାସ ଭାବେ ବର୍ଗୀକୃତ କରାଯାଇ ପାରିବ ନାହଁି, ଯେହେତୁ ବର୍ତ୍ତମାନ ଇତିହାସର ଏକ ବିଶେଷ ଅର୍ଥ ରହିଛି। ଇତିହାସକୁ କିମ୍ବଦନ୍ତୀ ପର୍ଯ୍ୟାୟଭୁକ୍ତ କରିବାକୁ ହେଲେ ପ୍ରମାଣ ଆଧାରରେ କରିବାକୁ ପଡ଼ିବ, ବିଶ୍ୱାସ ବଳରେ ନୁହେଁ।
ଜଣେ ଯେତେବେଳେ ପୌରାଣିକ କଥା ବା କାହାଣୀକୁ ଇତିହାସ ବୋଲି ଦାବି କରେ, ସେତେବେଳେ ଜାଣିବ ଯେ ଜାତୀୟ ଓ ସାଂସ୍କୃତିକ କ୍ଷେତ୍ରକୁ ନୂ୍ୟନ କରି ତାଙ୍କର ଅଗ୍ରଣୀ ସାରଥି ହେବାର ମାନସିକତା ରହିଛି। ପୌରାଣିକ କାହାଣୀ, ଇତିହାସ ପୂର୍ବର ଇତିହାସ-ଏଭଳି ଚିନ୍ତାଧାରାକୁ ଊନବିଂଶ ଶତାବ୍ଦୀରେ ୟୁରୋପୀୟମାନେ ଅଧିକ ପ୍ରଚାର କରିଥିଲେ। ସେମାନେ ଏହାକୁ ଦୃଢ଼ ସମର୍ଥନ କରିଥିଲେ। ୟୁରୋପିଆନ ଯେତେବେଳେ ଖ୍ରୀଷ୍ଟିଆନ ହୋଇଗଲେ, ସେତେବେଳେ ପୌରାଣିକ ପ୍ରମାଣ ଭାବେ ରହିଥିବା ବାଇବେଲର ଚରିତ୍ର ଏନୋକ୍‌ ଓ ନୋହାକୁ ଇତିହାସର ଚରିତ୍ର ବୋଲି ଜୋର୍‌ ଦେଲେ। ବାଇବେଲ୍‌ରେ ବର୍ଣ୍ଣିତ ଫଲ୍‌, ଫ୍ଲଡ୍‌, ପାର୍ଟିଂ ଅଫ୍‌ ଦି ସି’ ଏବଂ ଭର୍ଜିନ ବାର୍ଥ ଆଦି ଘଟଣା ଇତିହାସର ବିଷୟ ପାଲଟିଗଲେ। ଭାରତରେ ଯେତେବେଳେ ଇସ୍‌ଲାମ ଧର୍ମ ପ୍ରସାର ଲାଭ କଲା, ସପ୍ତଦଶ ଶତାବ୍ଦୀରେ ସୟିଦ ସୁଲତାନଙ୍କ ଭଳି ଲେଖକ ପ୍ରଫେଟ ବା ଈଶ୍ୱରଦୂତଙ୍କ କାହାଣୀ ବେଙ୍ଗଲୀରେ ଲେଖିଲେ। ସେ ସେମାନଙ୍କୁ ଇତିହାସର ଚରିତ୍ର ଭାବେ ଉପସ୍ଥାପନ କଲେ। ସେଥିରେ ସେ କୃଷ୍ଣଙ୍କୁ ଜଣେ ପ୍ରାରମ୍ଭିକ ଈଶ୍ୱରଦୂତ ଭାବେ ସାମିଲ କରିଦେଲେ। ଭାରତରେ ୧,୫୦୦ ବର୍ଷ ପୂର୍ବେ ବାସ କରୁଥିବା ଜୈନ ଲେଖକମାନେ ମଧ୍ୟ ଏଭଳି ଚିନ୍ତାଧାରାର ଆଗୁସାର ଥିଲେ। ହନୁମାନ ମର୍କଟ ନ ଥିତ୍ଲେ ଓ ରାବଣ ୧୦ ମୁଣ୍ଡିଆ ରାକ୍ଷସ ନ ଥିଲେ, ବରଂ ଉଭୟ ଜ୍ଞାନୀ ବା ପଣ୍ଡିତ ଥିଲେ ବୋଲି ସେମାନେ ଦୃଢ ମତ ଦେଉଥିଲେ। କେବଳ ଏତିକି ନୁହେଁ ତଥ୍ୟଗୁଡ଼ିକର ତ୍ରୁଟିପୂର୍ଣ୍ଣ ଉପସ୍ଥାପନା ଲାଗି ହିନ୍ଦୁ ଲେଖକମାନଙ୍କୁ ଜୈନ ଲେଖକମାନେ ଉପହାସ କରୁଥିଲେ। ସେହି ସମାନ ଲେଖକମାନେ ଦାବି କରୁଥିଲେ ଯେ, ପୁନର୍ଜନ୍ମର ଜୈନ କାହାଣୀଗୁଡ଼ିକ ବାସ୍ତବ ଥିଲା, କାଳ୍ପନିକ ନ ଥିଲା।
ପ୍ରମାଣ ଆଧାରରେ ପୌରାଣିକ କଥା ଓ ଇତିହାସ ମଧ୍ୟରେ ଓପଚାରିକ ପୃଥକୀକରଣ ଧାରା ପ୍ରାୟ ୧୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା, ଯେତେବେଳେ ଏକ ଐତିହାସିକ ଦାବିକୁ ସିଦ୍ଧ କରିବା ଲାଗି ପ୍ରମାଣର ଆବଶ୍ୟକତା ରହିଥିଲା। ଉଦାହରଣ ସ୍ବରୂପ, ରାଜା ଆର୍ଥରଙ୍କଠାରୁ ପ୍ରମାଣ ରୂପେ ଏକ ରାଜପତ୍ର ପାଇଥିବା ଇଂଲଣ୍ଡର ବିଶ୍ୱବିଦ୍ୟାଳୟଗୁଡ଼ିକ ଦାବି କରିଥିଲେ। କିନ୍ତୁ ଏବେ ଆମେ ଜାଣିବାକୁ ପାଉଛୁ ଯେ, ଆର୍ଥର ଥିଲେ ଜଣେ କାଳ୍ପନିକ ଚରିତ୍ର। ତାଙ୍କ ଅସ୍ତିତ୍ୱ ସମ୍ପର୍କରେ କୌଣସି ଐତିହାସିକ ପ୍ରମାଣ ନାହିଁ। କାଳ୍ପନିକ ଭାବେ ପ୍ରମାଣକୁ ଆଧାର କରି ଐତିହାସିକମାନେ କହାଣୀଗୁଡ଼ିକୁ ବିଭାଜିତ କରିବା ଲାଗି ବ୍ୟବହାର କରିଛନ୍ତି। କିନ୍ତୁ ଏବେ ଏହିସବୁ କାହାଣୀର ରାଜନୈତିକ ଶକ୍ତି ଅନୁଭବ କରି ସେମାନେ ଇମାଜିନାରି (କାଳ୍ପନିକ), ସୋସିଆଲ କନ୍‌ଷ୍ଟ୍ରକ୍ଟ, ଆଇଡୋଲୋଜି (ବିଚାରଧାରା) ଭଳି ଶବ୍ଦ ବ୍ୟବହାର କରୁଛନ୍ତି। ଅନ୍ୟପଟେ ମିଥ୍‌ (ପ୍ରାକୃତିକ ଘଟଣାବଳୀ ସମ୍ବଳିତ ପରମ୍ପରାଗତ ଉପାଖ୍ୟାନ) ଶବ୍ଦକୁ ଅଣଦେଖା କରାଯାଇଛି, ଯାହା ବିଶେଷ କରି ପ୍ରମାଣ ରହିଥିବା ସତ୍ତ୍ୱେ ଯେଉଁମାନେ ପୁରାଣ ଓ କିମ୍ବଦନ୍ତୀକୁ ଇତିହାସ ଭାବେ ଦେଖିଆସୁଛନ୍ତି, ସେମାନଙ୍କୁ ଏହା କ୍ଷୁବ୍ଧ କରିଛି। ବହୁସମୟରେ ଏଭଳି ଲୋକେ ରାଜନୈତିକ ସମର୍ଥିତ ଐତିହାସିକମାନଙ୍କୁ ଅବିଶ୍ୱାସ କରିଥାଆନ୍ତି।
ପୌରାଣିକ କାହାଣୀ ଓ କିମ୍ବଦନ୍ତୀଗୁଡ଼ିକ ତଥ୍ୟ ଉପରେ ଆଧାରିତ ନୁହନ୍ତି, କିନ୍ତୁ ସେଗୁଡ଼ିକ ଭିନ୍ନ। ପୌରାଣିକ କାହାଣୀଗୁଡ଼ିକ ପୃଥିବୀର ସୃଷ୍ଟି ଏବଂ ଅନ୍ତ ସହ ସମ୍ପର୍କିତ। ଏଥିପାଇଁ ଏହା ଅଧିକ ଅଧ୍ୟାମତ୍। କିମ୍ବଦନ୍ତୀଗୁଡ଼ିକ ଅଧିକ ରାଜନୀତିକ। ସେଗୁଡ଼ିକ ଏକ ବର୍ଗ ବା ସମାଜର ସମ୍ପତ୍ତି ଓ ପରମ୍ପରାଗତ ବୈଧତାକୁ କିମ୍ବା ଦାବିକୁ ସିଦ୍ଧ କରିଥାଆନ୍ତି। ଏଣୁ ରାଜାଙ୍କ କାହାଣୀଗୁଡ଼ିକ, ଯେଉଁଥିରେ ଦେବତା ସେମାନଙ୍କ ନିକଟକୁ ଆସି ସେମାନଙ୍କୁ ଅଲୌକିକ ଆୟୁଧ ଦେଇଥିଲେ, ସେଗୁଡ଼ିକ ବାସ୍ତବରେ କିମ୍ବଦନ୍ତୀ; ଯେହେତୁ ସେଗୁଡ଼ିକ ରାଜକୀୟ ଦାବିକୁ ସିଦ୍ଧ କରେ ଓ ରାଜତ୍ୱକୁ ବାସ୍ତବରେ ପରିଣତ କରେ। ବିଶ୍ୱରେ ଆମ ଭୂମିକା ସମ୍ପର୍କରେ ପ୍ରକାଶ କରିବାରେ ପୌରାଣିକ ଉପାଖ୍ୟାନଗୁଡ଼ିକ ଅଧିକ କାଳ୍ପନିକ କିମ୍ବା ରୂପାନ୍ତରଣ ହୋଇଥାଆନ୍ତି। ଇଂରେଜମାନେ ଯେତେବେଳେ ଭାରତୀୟ ଇତିହାସ ଲେଖିବା ଆରମ୍ଭ କଲେ, ସେମାନେ ପ୍ରାକୃତିକ ଘଟଣାବଳୀ ସମ୍ବଳିତ ପରମ୍ପରାଗତ ଉପାଖ୍ୟାନକୁ ପୌରାଣିକ କାହାଣୀ ଭାବେ ବର୍ଗୀକୃତ କଲେ। କିନ୍ତୁ ମହାଭାରତ ଓ ରାମାୟଣକୁ କିଭଳି ବର୍ଗୀକୃତ କରାଯିବ ତାହା ନିଶ୍ଚିତ କରିପାରି ନ ଥିଲେ।
ପୁରାତନ ଭାରତରେ ଜଣେ ରାଜା ହେବାକୁ ହେଲେ ମୂଳ ସୂର୍ଯ୍ୟ ରାଜବଂଶ କିମ୍ବା ସୋମ ରାଜବଂଶ ଉପରେ ଗୁରୁତ୍ୱ ଦେବାକୁ ପଡ଼ୁଥିଲା। ବୁଦ୍ଧଙ୍କୁ ସୂର୍ଯ୍ୟବଂଶ ସହ ସମ୍ବନ୍ଧିତ କରାଯାଇଛି। ରିଷଭ ତୀର୍ଥଙ୍କରଙ୍କୁ ସୂର୍ଯ୍ୟବଂଶ ସହ ଯୋଡ଼ାଯାଇଛି। ରାମଙ୍କୁ ମଧ୍ୟ ସୂର୍ଯ୍ୟବଂଶ ସହ ସମ୍ବନ୍ଧିତ କରାଯାଇଛି। ବହୁ ରାଜପୁତ ରାଜା ସୂର୍ଯ୍ୟବଂଶର ବଂଶଜ ବୋଲି ଦାବି କରନ୍ତି। ଓଡ଼ିଶାର ପୁରାତନ ରାଜାମାନେ ସୋମବଂଶୀ ଥିଲେ ଓ ପରବର୍ତ୍ତୀ କାଳରେ ସୂର୍ଯ୍ୟବଂଶୀ ରାଜାମାନେ ସେମାନଙ୍କ ସ୍ଥାନ ନେଇଥିଲେ। ରାଜତ୍ୱ ଏକ ବାସ୍ତବିକତା ନୁହେଁ। ଏହା ଏକ ବିଶ୍ୱାସ। ଉକ୍ତ ବିଶ୍ୱାସ ସୃଷ୍ଟି ହୋଇଛି ରାଜା ଏବଂ ଦେବତାଙ୍କ ସମ୍ପର୍କ ଆଧାରରେ। ଯଦି ତୁମେ ଦେବତାଙ୍କୁ ବିଶ୍ୱାସ କରିବ ନାହିଁ ତେବେ ଭୂମି ଓ ଲୋକଙ୍କ ଉପରେ କ୍ଷମତାର ଅଧିତ୍କାର ଥିବା ରାଜାଙ୍କୁ ବିଶ୍ୱାସ କରିବ ନାହିଁ। ସାଧାରଣତଃ, ରାଜାମାନେ ବିଜ୍ଞାନ ଓ ତର୍କସଙ୍ଗତକୁ ବିରୋଧ କରନ୍ତି। ସେମାନଙ୍କ ପୂର୍ବପୁରୁଷ ମଣିଷ ଥିତ୍ଲେ, ବିଶେଷକରି ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ମଣିଷ ନ ଥିଲେ ବୋଲି ଯେଉଁ ଇତିହାସ ପ୍ରମାଣ କରେ ସେମାନେ ତାହାକୁ ଘୃଣା କରନ୍ତି। କିନ୍ତୁ ଏବେ ଲୋକେ ବିଶ୍ୱାସ ଅପେକ୍ଷା ବିଜ୍ଞାନ ଏବଂ ଇତିହାସକୁ ଅଧିକ ମୂଲ୍ୟାୟନ କରୁଛନ୍ତି। ଆମେ ସତ୍ୟ ତଥା ବାସ୍ତବତା ଜାଣିବାକୁ ସନ୍ଧାନ କରିବାକୁ ଚାହଁୁଛୁ। ତା’ପରେ ହିଁ ଆମେ ବିଶ୍ୱାସ କରିବୁ ଯେ, ସାଂସ୍କୃତିକ ଧରଣାଗୁଡ଼ିକ ଯଥା ସମ୍ପତ୍ତି, ବଂଶାବଳୀ, ରାଷ୍ଟ୍ର,ରାଜ୍ୟ ସବୁ ସାମାଜିକ ସ୍ତରରେ ସୃଷ୍ଟି ହୋଇଛି। ଏହା ବାସ୍ତବ କି କାଳ୍ପନିକ ତାହା ଜାଣିପାରିବୁ। ହେଲେ ଏହିସବୁ ସାମାଜିକ ସୃଷ୍ଟି ସେମାନଙ୍କ ଅସ୍ତିତ୍ୱକୁ ସିଦ୍ଧ କରିବା ପାଇଁ କିମ୍ବଦନ୍ତୀ ଆବଶ୍ୟକ। କିମ୍ବଦନ୍ତୀଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟଗୁଡ଼ିକୁ ପୂରଣ କରନ୍ତି। ପୌରାଣିକ କଥାଗୁଡ଼ିକ ଆଧ୍ୟାମତ୍ିକ ଉଦ୍ଦେଶ୍ୟଗୁଡ଼ିକୁ ପୂରଣ କରିଥାଆନ୍ତି। ଇତିହାସ କିନ୍ତୁ କୌଣସି ଉଦ୍ଦେଶ୍ୟ ପୂରଣ କରି ନ ଥାଏ; ଯେହେତୁ ସାମାଜିକ କର୍ମକର୍ତ୍ତାମାନେ ଇତିହାସକୁ ସାମାଜିକ ନ୍ୟାୟ ଏବଂ କ୍ରାନ୍ତିଗୁଡ଼ିକ ଉଦ୍ଦେଶ୍ୟରେ ବ୍ୟବହାର କରିଥାନ୍ତି। ଏଥିରୁ ଜଣାପଡ଼େ, ଇତିହାସର ଏକ ନିର୍ଦ୍ଦିଷ୍ଟ ଦିଗ ବା ଲକ୍ଷ୍ୟ ରହିଛି। ସବୁଠୁ ମଜାକଥା ହେଉଛି, ଇତିହାସର ଏକ ଦିଗ ଅଛି ବୋଲି ଯେଉଁ ଧାରଣା ରହିଛି ତାହା ଇହୁଦୀ, ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମିକ ପୌରାଣିକ କହାଣୀଗୁଡ଼ିକରେ ଏକ ବିଶ୍ୱାସ ଭାବେ ବି ସୁଦୃଢ ରହିଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?