ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୧୯ା୫: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ଛତ୍ରଛାୟା ତଳେ ଅଛନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳୁଥିବା ଚେତାବନୀକୁ ମଧ୍ୟ ସମ୍ପୃକ୍ତ ଶିକ୍ଷକମାନେ ଖାତିର କରୁନାହାନ୍ତି। ଫଳରେ ନକଲି ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ସଂଖ୍ୟା ବଢି ଚାଲିଛି ବୋଲି ମତପ୍ରକାଶ ପାଇଛି।

ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ନୀତି ପ୍ରଣୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି । ରାଜନୀତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇ ସେମାନଙ୍କୁ ବିଭିନ୍ନ ପଦପଦବୀରେ ରଖାଯାଇଛି । କିନ୍ତୁ ଏହିସବୁ ସୁବିଧା ସୁଯୋଗକୁ ଚଞ୍ଚକତା କରି କେତେଜଣ ସାଧାରଣ ବର୍ଗ ଲୋକେ ଉପଭୋଗ କରି ଚାଲିଛନ୍ତି । ଏପରିକି ନିର୍ବାଚନରେ ଥିବା ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ପାରୁଛନ୍ତି । ମିଥ୍ୟା ଜାତିଗତ ପ୍ରମାଣପତ୍ର ବଳରେ ବିଭିନ୍ନ ସୁବିଧାସୁଯୋଗ ହାସଲ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁ ଦୀର୍ଘଦିନ ହେବ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ । ଅଭିଯୁକ୍ତମାନେ କୋର୍ଟ କଚେରିର ଦ୍ୱାରସ୍ଥ ହେଲା ପରେ ପ୍ରଶାସନିକ ଅଧିକାରୀମାନେ ଉପଯୁକ୍ତ ଭାବେ ଜବାବ ଦାଖଲ ନ କରି କୋହଳ ମନୋଭାବ ପୋଷଣ କରୁଛନ୍ତି। ଫଳରେ ବାସ୍ତବରେ ଆଦିବାସୀ ଓ ହରିଜନ ଡିଗ୍ରୀଧାରୀ ପ୍ରତିଭାବାନ୍‌ ବ୍ୟକ୍ତି ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଡିଇଇର ନିର୍ଦ୍ଦେଶକ ତା୧୮ା୧୦ା୨୦୨୧ରିଖରେ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ କରିଥିଲେ। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୧୦ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ତେଣୁ ସେହି ଅଧିକାରୀମାନଙ୍କ ବିରୋଧରେ କାହିଁକି ବିଭାଗୀୟ ପ୍ରୋସିଡିଂ ଗ୍ରହଣ କରା ନ ଯିବ, ସେ ନେଇ ଉତ୍ତର ରଖିବାକୁ ଡିଇଇର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଚେତାବନୀ ଦେଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶର ଉପଯୁକ୍ତ ଭାବେ ପାଳନ ହୋଇ ନ ଥିବା କେତେକ ଘଟଣାକୁ ଅବଲୋକନ କଲେ ତାହା ଜଳଜଳ ହୋଇ ଦିଶୁଛି।

ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାରେ ଜଣେ ଯୁବକ କେନ୍ଦୁଝର ଘସିପୁରା ତହସିଲ ଅଞ୍ଚଳରେ ୨ ଡେସିମିଲ ଜମି କିଣି ସେଥିରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମିପଟ୍ଟା ବଳରେ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରୀ ଶିକ୍ଷକତା କରୁଥିବା ନେଇ ଯାଜପୁର ଏବଂ ଗଜପତି ଡିଇଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେ ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଏକ ସ୍କୁଲରେ ନକଲି ଜାତିଗତ ପ୍ରମାଣପତ୍ର ବଳରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଏ ସଂକ୍ରାନ୍ତରେ ଗଜପତି ଜିଲା ଶିକ୍ଷା ଅଧିକାରୀ(ଡିଇଓ) ପ୍ରଦୋଷ ନାୟକଙ୍କୁ ପଚାରିଲେ ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଦିନ ଗଡି ଚାଲିଥିଲେ ବି କିଛି ପଦକ୍ଷେପ ନିଆଯାଉ ନ ଥିବାରୁ ଗଜପତି ଡିଇଓଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି। ସେହିପରି ଯାଜପୁର ଜିଲା ବଡ଼ଚଣା ବ୍ଲକରେ ନକଲି ଓଟିଇଟି(ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପ୍ରମାଣପତ୍ର ବଳରେ ୩ ଜଣ ଶିକ୍ଷକ ଚାକିରି କରୁଥିବା ଧରାପଡିଥିଲା। ଏହିକ୍ରମରେ ଯାଜପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ସହକାରୀ ଶିକ୍ଷକମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ହେଲେ ଏହି ମାମଲା କୋର୍ଟ କଚେରିରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri