Posted inଖେଳ

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ କରିଛି। ଏକ ସମୟରେ ଦିଲ୍ଲୀ ୪୪ ରନ ପାଇଁ ତିନୋଟି ଉଇକେଟ ହରାଇଥିଲା, କିନ୍ତୁ ଅକ୍ଷର ପଟେଲ ଏବଂ ପନ୍ତ ଚତୁର୍ଥ ଉଇକେଟ ପାଇଁ ୬୮ ବଲରେ ୧୧୩ ରନର ଶତକ ଭାଗିଦାରୀ କରି ଦିଲ୍ଲୀକୁ ଉଦ୍ଧାର କରିଥିଲେ। ଶେଷ ୫ ଓଭରରେ ପନ୍ତ ବହୁତ ଦ୍ରୁତ ଗତିରେ ଖେଳିଥିଲେ। ସେ ଶେଷ ଓଭରରେ ଚାରି ଛକା ଓ ଚୌକା ମାରିଥିଲେ। ଶେଷ ପାଞ୍ଚ ଓଭରରେ ଦିଲ୍ଲୀ ୯୭ ରନ ସଂଗ୍ରହ କରିଥିଲା। ଅକ୍ଷର ୬୬ ରନ ସ୍କୋର କରିଥିଲେ, ଯାହାକି ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ହୋଇଥିବାବେଳେ ପନ୍ତ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ୮ ଛକା ମାରିଥିଲେ।
ତାଙ୍କ ଇନିଂସ ସମୟରେ ପନ୍ତ ଏକ ଟି-୨୦ ମ୍ୟାଚ୍‌ରେ ଜଣେ ବୋଲରଙ୍କ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରି ଏକ ପ୍ରମୁଖ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଭେଟେରାନ ଭାରତୀୟ ଦ୍ରୁତ ବୋଲର ମୋହିତ ଶର୍ମାଙ୍କଠାରୁ ୨୬ ବର୍ଷୀୟ ପନ୍ତ ୧୮ଟି ବଲରେ ୬୨ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ସାତ ଚୌକା ଓ ତିନି ଛକା ସାମିଲ ଥିଲା। ଏହା କେବଳ ବିଶ୍ୱର ଯେକୌଣସି ଟି-୨୦ ମ୍ୟାଚରେ ଜଣେ ବୋଲରଙ୍କ ବିପକ୍ଷରେ କୌଣସି ବ୍ୟାଟ୍ସମ୍ୟାଙ୍କେ ଦ୍ୱାରା ସର୍ବାଧିକ ରନ ନୁହେଁ, ବରଂ ଗୋଟିଏ ଇନିଂସରେ ଜଣେ ବୋଲରଙ୍କ ବିରୋଧରେ ୬୦+ ରନ ସ୍କୋର କରିବାରେ ପ୍ରଥମ ରେକର୍ଡ ଅଟେ।
ଏଥି ସହିତ ବିରାଟ କୋହଲି (ଉମେଶ ଯାଦବ) ଏବଂ ହାସିମ ଆମଲା (ଲାସିଥ ମାଲିଙ୍ଗା) ଙ୍କ ପରେ ପନ୍ତ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଥିଲେ। ଲିଗର ୧୭ସିଜନ ଇତିହାସରେ ପନ୍ତ କେବଳ ତୃତୀୟ ଖେଳାଳି ଯିଏକି ଏକ ଆଇପିଏଲ ମ୍ୟାଚରେ ଜଣେ ବୋଲରଙ୍କ ବିପକ୍ଷରେ ୫୦+ ରନ ସ୍କୋର କରିଛନ୍ତି। ତେବେ ପନ୍ତ ବିରାଟ ଏବଂ ଆମଲାଙ୍କୁ ଛାଡି ଲିଗରେ ପ୍ରଥମ ଥର ପାଇଁ ଜଣେ ବୋଲରଙ୍କ ବିପକ୍ଷରେ ୬୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ବିରାଟ ଏବଂ ଆମଲା ଏହି ଆକଳନକୁ ଛୁଇଁ ପାରିଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri