Posted inଖେଳ

ଇତିହାସ ରଚିଲେ ରୋହିତ ଶର୍ମା

ଇନ୍ଦୋର,୧୪।୧: ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପୁରୁଷ କ୍ରିକେଟର ଭାବରେ ୧୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ୧୪ ମାସ ପରେ ରୋହିତ ଟି-୨୦ ଦଳକୁ ଫେରିଛନ୍ତି।
ରୋହିତଙ୍କ ପରେ ଆୟର୍ଲାଣ୍ଡର ପଲ ଷ୍ଟିରଲିଂ ଟି-୨୦ରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି। ଷ୍ଟିରଲିଂ ୧୩୪ଟି ମ୍ୟାଚ ଖେଳିଛନ୍ତି। ତାଙ୍କ ପରେ ଆୟର୍ଲାଣ୍ଡର ଜର୍ଜ ଡକ୍ରେଲ ତୃତୀୟ ସ୍ଥାନରେ ଅଛନ୍ତି। ଡକ୍ରେଲ ୧୨୮ଟି ମ୍ୟାଚ ଖେଳିଛନ୍ତି। ୧୨୪ ମ୍ୟାଚ ସହ ପାକିସ୍ତାନର ଶୋଏବ ମଲିକ ଚତୁର୍ଥ ସ୍ଥାନରେ ଏବଂ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ତିଲ ୧୨୨ଟି ମ୍ୟାଚ ସହ ପଞ୍ଚମ ସ୍ଥାନରେ ଅଛନ୍ତି।
ରୋହିତଙ୍କ ମଧ୍ୟ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ୧୮୨ ଛକା ମାରିବାର ରେକର୍ଡ ରହିଛି। ଏହା ବ୍ୟତୀତ ସେ ଏହି ଫର୍ମାଟରେ ସର୍ବାଧିକ ରନ ସ୍କୋରର୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ରୋହିତଙ୍କଠାରୁ କୋହଲି ଏକମାତ୍ର ଖେଳାଳି।
ଉଭୟ ପୁରୁଷ ଏବଂ ମହିଳା ରେକର୍ଡକୁ ଏକାଠି ଦେଖିଲେ, ଭାରତର ଅଧିନାୟକ ହରମନପ୍ରୀତ କୌର ହେଉଛନ୍ତି ସେହି ଖେଳାଳି ଯିଏ ସର୍ବାଧିକ ଟି-୨୦ ମ୍ୟାଚ ଖେଳିଛନ୍ତି। ହରମନପ୍ରୀତ ଏପର୍ଯ୍ୟନ୍ତ ୧୬୧ ଟି-୨୦ ମ୍ୟାଚ ଖେଳିଛନ୍ତି। ତାଙ୍କ ପରେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବେଟ୍ସ ୧୫୨ଟି ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡର ଡାନିଏଲ ୟେଟ ୧୫୧ଟି ମ୍ୟାଚ ଖେଳିଛନ୍ତି। ଅଷ୍ଟ୍ରେଲିଆର ଉଇକେଟ କିପର ତଥା ଅଧିନାୟକ ଆଲିସା ହେଲି ୧୫୦ଟି ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?