Posted inଫୁରସତ

ଦେଶ ଜାତିର ପରିଚୟ ଦିଏ ଇତିହାସ

କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ ଭାବନାରେ ସେ ଖୋଜୁଥିଲେ ରାଜାରାଜୁଡ଼ା ସମୟର ବହୁ ଅନାଲୋଚିତ ଘଟଣାବଳୀକୁ। ଘୂରିବୁଲିଛନ୍ତି ବିଭିନ୍ନ ଅଞ୍ଚଳ। ସେଠାରୁ ସଂଗ୍ରହକରି ସାଇତି ରଖିଲେ ଅନେକ ପୁରୁଣା ଦସ୍ତାବିଜ। ସତ୍ୟ ଆଧାରିତ ତଥ୍ୟରେ ସେ ରଚନା କରିଛନ୍ତି ଏକାଧିକ ଇତିହାସ ପୁସ୍ତକ । ତାଙ୍କ ଲେଖାରେ ବାରିହୋଇପଡ଼େ ବୀରତ୍ୱର ଗାଥା। ମନେପଡ଼େ ଲାଲମାଟିର ଖୋର୍ଦ୍ଧାଗଡ଼ ଓ ରଣପୁରଗଡ଼ର ଅତୀତ। ଏପରି ନିଶାରେ ବିତିସାରିଲାଣି ପ୍ରାୟ ୬ ଦଶନ୍ଧି। ସରକାରୀ ଶିକ୍ଷକତାରୁ ଅବସର ନେଇସାରିଲେଣି। କିନ୍ତୁ କେବେ ଯଦି ଟିକେ ସମୟମିଳେ ସେ ପହଞ୍ଚି ଯାଆନ୍ତି ଘରପାଖ କେତୋଟି ଶିକ୍ଷାନୁଷ୍ଠାନରେ । ପାଇକ ବିଦ୍ରୋହ ଓ ପ୍ରଜାମେଳି ଘଟଣା ବିଷୟରେ ଛାତ୍ରୀଛାତ୍ରଙ୍କୁ ଦେଶପ୍ରେମର ବାର୍ତ୍ତା ବାଣ୍ଟନ୍ତି। ଏଥିପାଇଁ ତାଙ୍କୁ ରଣପୁର ଗୌରବ ସମେତ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ ।

ସେ ହେଲେ ଶିକ୍ଷାବିତ୍‌ ତଥା ‘ରଣପୁର ଇତିହାସ’ର ଲେଖକ ସତ୍ୟବାଦୀ ବଳିଆରସିଂହ। ପିତାଙ୍କ ନାମ ବିଶ୍ୱନାଥ ଓ ମାତା ତୁଳସୀ ।ଘର ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଗଡ଼ବାଣୀକିଲୋ ଗାଁରେ। ଏବେ ସେ ରହୁଛନ୍ତି ବିଶ୍ୱାତ୍ମା, ଏମ୍‌-୨୩, ବିଡିଏ କଲୋନୀ, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧାରେ। ସେ କୁହନ୍ତି ପିଲାଦିନେ ସ୍କୁଲରେ ଗପ, କବିତା ଲେଖୁଥିଲି। ଗଡ଼ବାଣୀକିଲୋ ମାଇନର ସ୍କୁଲରେ ପଢ଼ିଲାବେଳେ ପ୍ରଥମେ ଜୟଜଗନ୍ନାଥ ଓ ମା’ରାମଚଣ୍ଡୀଙ୍କ ନାମରେ ଦୁଇଟି କବିତା ଲେଖିଥିଲି । ସେବେଠାରୁ ମୋ ଲେଖା ଚାଲିଛି। ସେତେବେଳେ ଗଁାରେ ବାପୁଜୀ କିଶୋର ସଂଘ ଓ ଏକ ପାଠାଗାର ଗଢ଼ି ସାଙ୍ଗପିଲାମାନେ ଫୁଟବଲ ଖେଳୁଥିଲୁ। ଗାଁର ପୋଖରୀ ସଫେଇ, ରାସ୍ତା ମରାମତି ଓ ଗରିବଲୋକଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରୁଥିଲୁ। ଏମ୍‌ଏ. ବିଏଡ୍‌ ପରେ ଗଡ଼ବାଣୀକିଲୋ ହାଇସ୍କୁଲରେ ଜଣେ ସହକାରୀ ଶିକ୍ଷକଭାବେ ଯୋଗଦେଇଥିଲି । ଏହାପରେ ଆଉ କେତୋଟି ସ୍କୁଲରେ ପ୍ରଧାନ ଶିକ୍ଷକ ଏବଂ ଖୋର୍ଦ୍ଧାରେ ବିଦ୍ୟାଳୟ ଅନୁନିରୀକ୍ଷକ ଭାବେ ଯୋଗଦେଇ ୨୦୦୮ମସିହାରେ ସରକାରୀ କାର୍ଯ୍ୟରୁ ଅବସର ନେଇସାରିଛି। ଶହୀଦ ଦିବାକର ପରିଡ଼ାଙ୍କ ଭାଇ ସ୍ବାଧୀନତା ସଂଗ୍ରାମୀ ଚକ୍ରଧର ପରିଡା ହେଉଛନ୍ତି ଆମ ଗଁା’ର। ସେ ମୋ ବଡ଼ବାପା ହେବେ। ତାଙ୍କଠାରୁ ମୁଁ ଅନେକ ପ୍ରେରଣା ପାଇଥିଲି। ତାଙ୍କଘରେ ବିଭିନ୍ନ ବହି ଥିଲା। ଇତିହାସ ପ୍ରତି ଆଗ୍ରହ ହେବାରୁ ରଣପୁର ଇତିହାସ ଲେଖିଲି। ଇତିହାସ ଅତୀତ ଘଟଣାକୁ ସ୍ମୃତିପଟରେ ଉଦ୍‌ଭାସିତ ପାଇଁ ଅଧ୍ୟୟନ କରାଯାଏ ନାହିଁ ବରଂ ଇତିହାସକୁ ରୋମନ୍ଥନ କଲେ ଭବିଷ୍ୟତ ପାଇଁ ଶିକ୍ଷା ମିଳେ। ହଜିଲା ଅତୀତକୁ ଖୋଜିବାରେ ଖୁବ୍‌ ଆନନ୍ଦ ପାଏ। ଇତିହାସ କହିଲେ ସତ୍ୟ ଏବଂ ତଥ୍ୟକୁ ଅତୁଟ ରଖି ଅତୀତର ଯେଉଁ ଘଟଣାବଳୀ ଆଗାମୀ ପିଢ଼ିଙ୍କୁ ଦିଗ୍‌ଦର୍ଶନ ଦିଏ ତାକୁ ବୁଝାଏ। ଇତିହାସ ଦେଶ, ଜାତିର ପରିଚୟରେ ସହାୟକ ହୁଏ। ପୁରୁଣା କଥାକୁ ମନେପକାଇବା ଓ ମନରଖିବା ପାଇଁ ଇତିହାସ ପ୍ରେରଣାଦିଏ। ହେଲେ ଆଜିକାଲି ଇତିହାସକୁ ଅନେକେ ମନେ ରଖୁନାହାନ୍ତି। ରଣପୁର ଇତିହାସ ଲେଖିବା ପାଇଁ ବିଭିନ୍ନ ଗଁାକୁ ଯାଇ ଘୂରିବୁଲି ତଥ୍ୟ ସଂଗ୍ରହ କରିଥିଲି। ରାଜବଂଶର କଥା, ଲୋକଙ୍କ ବିଭିନ୍ନ ସତ୍ୟ ଘଟଣାର ଅନୁଭୂତିକୁ ସଂଗ୍ରହ କରିଥିଲି। ଅନେକ ସ୍ଥାନ ବୁଲିବା ଏବଂ ଲେଖାଲେଖି ଅଭ୍ୟାସ ଜାରି ରହିଛି। ବିଭିନ୍ନ ପତ୍ରପତ୍ରିକାରେ ଶତାଧିକ ସ୍ତମ୍ଭ ଓ ପ୍ରବନ୍ଧ ଲେଖା ପ୍ରକାଶିତ ହୋଇଛି। କିନ୍ତୁ ପ୍ରଥମେ ଶହୀଦ ରଘୁ ଦିବାକର- ୧୯୮୩, ରଣପୁର ବିଦ୍ରୋହ- ୧୯୮୫,ରଣପୁର ଇତିହାସ- ୧୯୮୭ (ଦ୍ୱିତୀୟ ସଂସ୍କରଣ-୧୯୮୯, ତୃତୀୟ ସଂସ୍କରଣ- ୧୯୯୦), ଲାଲମାଟିର କବିତା- ୨୦୦୧, ଜାତିର ଏକତା ତ୍ରିରଙ୍ଗା ପତାକା- ୨୦୦୧, ଆମ ଜାତୀୟ ପତାକା-୨୦୦୧, ନିର୍ବାଚନ: ଖୋର୍ଦ୍ଧା ଜିଲା ୨୦୦୨, ଅତୀତରୁ ଏଯାବତ୍‌- ଖୋର୍ଦ୍ଧା ଜିଲା ନିର୍ବାଚନ-୨୦୦୬,ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବପୀଠ-୨୦୧୨, ଦୀନ ଜନତାର ସାଥୀ-ହୃଷୀକେଶ ମୁଖୀ ୨୦୧୭, ଅନାଇରହିଛି ଗଡ଼ ଗଡ଼ଖାଇ-୨୦୧୯,ଖୋର୍ଦ୍ଧା ଇତିହାସର ଅନ୍ତୁଡ଼ିଶାଳ: ବରୁଣେଇ-୨୦୨୧ଆଦି ପୁସ୍ତକ ରଚନା କରିଛି। ପ୍ରତିଦିନ ରାତିରେ ହିଁ ବହି ଲେଖେ। କିଛି ଲେଖିବାକୁ ଅନେକ ବହି ପଢ଼ିବାକୁ ପଡ଼ିଥାଏ। ବିଭିନ୍ନ ସମୟର ଐତିହାସିକ ପୀଠର ଅତୀତ ଘଟଣା ସମ୍ପର୍କରେ ଲେଖେ।’ ଅନ୍ୟପକ୍ଷେ ସେ ଏକାଧିକ ସ୍ମରଣିକା ଓ ପତ୍ରିକାର ସମ୍ପାଦନା କାର୍ଯ୍ୟ କରିଛନ୍ତି। ତେବେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମୁଖ୍ୟତଃ ପ୍ରତିଷ୍ଠାତା ଓ ସମ୍ପାଦକ ଭାବେ- ଦେବୀ ରାମଚଣ୍ଡୀ କ୍ଲବ, ବାପୁଜୀ କିଶୋର ରାଇଜ, ଶହୀଦ ରଘୁ ଦିବାକର ସ୍ମୃତି ପରିଷଦ, ପାଠାଗାର ଏବଂ ଗଡ଼ବାଣୀକିଲୋ ହାଇସ୍କୁଲ, ଅନଙ୍ଗ ନରେନ୍ଦ୍ର ଶିକ୍ଷା ନିକେତନ (ଅଧୁନା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ), କୁମୁଦିନୀ ପି.ଏ.ଏନ୍‌. ବାଳିକା ହାଇସ୍କୁଲ ବାଙ୍କୋଇ, ଖୋର୍ଦ୍ଧା ସରସ୍ବତୀ ଶିଶୁ ମନ୍ଦିର ସମେତ ବହୁ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ଗଢ଼ିବାରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଐତିହାସିକ, କବି, ସୁବକ୍ତା , କ୍ରୀଡ଼ାବିତ୍‌ ,
ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ତାଙ୍କର ଆଉ ଏକ ଭିନ୍ନ ପରିଚୟ ସୃଷ୍ଟି ସେ କରିଛନ୍ତି। ଆଉ ଏକ କଥା ପାଇକ ଖେଳ ପ୍ରତି ସରକାରୀ ସ୍ତରରେ ସ୍ବତନ୍ତ୍ର କ୍ଷେତ୍ର କରାଯିବା ଉଚିତ ବୋଲି ସେ ମନେ କରନ୍ତି। ତେବେ ପୁରସ୍କାର ଅପେକ୍ଷା ଲୋକଙ୍କ ହୃଦୟର ସମ୍ମାନ ତାଙ୍କ ପାଇଁ ପ୍ରକୃତ ସମ୍ମାନ ବୋଲି ସେ କୁହନ୍ତି । ମାତ୍ର ବୟସର ଅପରାହ୍ନରେ ବି ଥକି ପଡ଼ିନି ତାଙ୍କର ପାଦ। ସର୍ବଦା ଚଳଚଞ୍ଚଳ ହୁଏ ତାଙ୍କ କଲମ ମୁନ। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri