ଇତିହାସମୁଖୀ ଐତିହ୍ୟ ପ୍ରାଣୀ

ଭୁବନେଶ୍ୱର, ୧୨।୮(ଅସମାପିକା ସାହୁ): ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀ ହେଉଛି ହାତୀ। ଏହି ଜୀବ ସହ ଭଗବାନ ଗଣେଶଙ୍କ ମୁଖମଣ୍ଡଳର ସାମଞ୍ଜସ୍ୟ ରହିଥିବା କାରଣରୁ ଏହାକୁ ଦେଖିଲେ ମନରେ ଏକ ପ୍ରକାର ଭକ୍ତିଭାବ ସୃଷ୍ଟି ହୋଇଥାଏ। ହେଲେ ଅନେକ ସମୟରେ ଭୟ ମଧ୍ୟ ଉଦ୍ରେକ ହୋଇଥାଏ। ଏହା ଏକ ବୁଦ୍ଧିମାନ ଜୀବ। ମାତ୍ର ବିଭିନ୍ନ କାରଣରୁ ହାତୀ-ମଣିଷ ମଧ୍ୟରେ ହେଉଥିବା ସଂଘର୍ଷରେ ଏହି ଜୀବ ହାରିଯାଉଛି। ୨୦୧୦ ଅକ୍ଟୋବର ୧୩ତାରିଖରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଷ୍ଟାଣ୍ଡିଂ କମିଟି ପକ୍ଷରୁ ହାତୀକୁ ଭାରତର ‘ଜାତୀୟ ଐତିହ୍ୟ ପ୍ରାଣୀ’ ବୋଲି ମାନ୍ୟତା ମିଳିଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଐତିହ୍ୟ ପଶୁ ଆଜି ବିଲୁପ୍ତପ୍ରାୟ ହେବାକୁ ଯାଉଛି। ପ୍ରତିବର୍ଷ ଅଗଷ୍ଟ ୧୨ତାରିଖରେ ଅନ୍ତର୍ଜାତୀୟ ହସ୍ତୀ ଦିବସ ପାଳନ କରାଯାଉଛି। ହାତୀର ସଂରକ୍ଷଣ ଓ କିପରି ସୁରକ୍ଷା ଦେଇପାରିବା ସେ ଦିଗରେ ସଚେତନ କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ।

ପ୍ରାକୃତିକ ବାସସ୍ଥଳୀ ଅଭାବ କିମ୍ବା ଦୁର୍ଘଟଣା ବା ମଣିଷ-ହାତୀ ଲଢ଼େଇ କାରଣରୁ ଦିନକୁ ଦିନ ରାଜ୍ୟରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ, ୧୯୭୯ରେ ରାଜ୍ୟରେ ହାତୀ ସଂଖ୍ୟା ୨,୦୪୪ ଥିଲା। ୨୦୧୭ ଗଣନା ଅନୁଯାୟୀ ଓଡ଼ିଶାରେ ହାତୀ ସଂଖ୍ୟା ୧,୯୭୬ରେ ରହିଛି। ପ୍ରତିବର୍ଷ ବିଭିନ୍ନ କାରଣ ଯୋଗୁ ହାତୀଙ୍କର ମୃତ୍ୟୁ ହେଉଛି। ସବୁଠାରୁ ବଡ଼ କଥା ହେଲା ଚଳିତବର୍ଷ ଅର୍ଥାତ୍‌ ୨୦୨୦ ଜାନୁୟାରୀରୁ ଅଗଷ୍ଟ ୧୧ତାରିଖ ମଧ୍ୟରେ ୩୫ ହାତୀର ମୃତ୍ୟୁ ଘଟିଲାଣି। ଜାନୁୟାରୀରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଫେବୃୟାରୀରେ ୫, ମାର୍ଚ୍ଚରେ ୬, ଏପ୍ରିଲରେ ୬, ମେ’ରେ ୩, ଜୁନ୍‌ରେ ୭, ଜୁଲାଇରେ ଗୋଟେ ହାତୀର ମୃତ୍ୟୁ ହୋଇଛି। ଓଡ଼ିଶାର ୧୪ଟି ବନଖଣ୍ଡରୁ ଏହି ୩୫ହାତୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ରେଢ଼ାଖୋଲ ଓ କେନ୍ଦୁଝର ବନଖଣ୍ଡରୁ ୫ଟି ଲେଖାଏ ହାତୀଙ୍କର ମୃତ୍ୟୁ ଘଟିଥିବାବେଳେ ରାଉରକେଲାରେ ୨, ବଲାଙ୍ଗୀର, ବାମରା, ଗାମ ଜିଲାର ଘୁମୁସର ଉତ୍ତର, କେନ୍ଦୁଝର ୱାଇଲ୍ଡଲାଇଫ୍‌, ବୌଦ୍ଧ, ବାଲେଶ୍ୱର, ଆଠଗଡ଼ ଓ ସୋନପୁର ବନଖଣ୍ଡରେ ଗୋଟିଏ ଲେଖାଏ ହାତୀର ମୃତ୍ୟୁ ହୋଇଛି। ରାଜ୍ୟରେ ହାତୀ ମୃତ୍ୟୁ ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାହା ଚିନ୍ତାଜନକ ହେଲାଣି। ବନ ବିଭାଗର ଖାମ୍‌ଖିଆଲ ମନୋଭାବ ଯୋଗୁ ଆଜି ଐତିହ୍ୟ ପ୍ରାଣୀ ବିପଦରେ ରହିଛି। ଯଦି ଏହିଭଳି ଲାଗି ରହିବ ହୁଏତ ଆଗାମୀ ଶତାଦ୍ଦୀରେ ଓଡ଼ିଶାରେ ପିଲାମାନେ କେବଳ ଇତିହାସ ବହିରେ ହାତୀକୁ ଦେଖିବାକୁ ପାଇବେ।
ହାତୀ ମୃତ୍ୟୁ ହାର ବୃଦ୍ଧି
ଓଡ଼ିଶାରେ ହାତୀ ମୃତ୍ୟୁ ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହି ମୃତ୍ୟୁହାର ୧୯୯୯-୨୦୦୦ରେ ବାର୍ଷିକ ୩୩ ଥିବା ବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ବାର୍ଷିକ ୪୬କୁ ବଢ଼ିଯାଇଥିଲା। ୨୦୧୦ ପରଠାରୁ ବାର୍ଷିକ ମୃତ୍ୟୁହାର ୭୮ରେ ପହଞ୍ଚତ୍ଲାଣି। ୨୦୦୦ରୁ ୨୦୧୦ ମଧ୍ୟରେ ୪୬୩ଟି ହାତୀ ମରିଥିବା ବେଳେ ୨୦୧୦ରୁ ୨୦୨୦ମଧ୍ୟରେ ୭୮୪ଟି ହାତୀ ମଲେଣି। ଗତ ୧୦ବର୍ଷରେ ମରିଥିବା ୭୮୪ ହାତୀଙ୍କ ମଧ୍ୟରୁ ୨୮୧ଟି ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୬୦ଟି ଘଟଣାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ।
ମୁଣ୍ଡବିନ୍ଧା ସାଜିଛି ହାତୀ ଶିକାର
ହାତୀ ମୃତ୍ୟୁ ବିଭିନ୍ନ କାରଣ ଯୋଗୁ ହୋଇଥାଏ। ଅନେକ କ୍ଷେତ୍ରରେ ହାତୀକୁ ଶିକାର ମଧ୍ୟ କରାଯାଇଥାଏ। ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ମରିଥିବା ୭୮୪ହାତୀଙ୍କ ମଧ୍ୟରୁ ୧୧୪ଟି ହାତୀଙ୍କୁ ଶିକାର କରାଯାଇ ମରାଯାଇଥିବା ଜଣାପଡ଼ିଛି। ମୁଖ୍ୟତଃ ଦାନ୍ତ ପାଇଁ ହାତୀ ଶିକାର କରାଯାଉଛି। ଏହା ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ବିଦ୍ୟୁତ୍‌ ତାର ବିପଦ
ବନ୍ୟଜନ୍ତୁ ଶିକାର ପାଇଁ ଇଲେକ୍ଟ୍ରିକ କରେଣ୍ଟର ବ୍ୟବହାର ଦିନକୁ ଦିନ ବିଷମ ପରିସ୍ଥିତି ସୃଷ୍ଟି କଲାଣି। ବାର୍‌ହା, ଶମ୍ବର ବା ଅନ୍ୟ ବନ୍ୟପ୍ରାଣୀଙ୍କୁ ମାରିବା ଉଦ୍ଦେଶ୍ୟରେ ଶିକାରୀମାନେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ବ୍ୟବହାର କରିଥାନ୍ତି। ଏପରି କି ଫସଲକୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ କବଳରୁ ରକ୍ଷା ପାଇଁ ମଧ୍ୟ ସେହି କରେଣ୍ଟ ଅନେକ ସମୟରେ ବ୍ୟବହାର କରାଯାଉଛି। ଫଳରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅନେକ ହାତୀଙ୍କ ମୃତ୍ୟୁ ଘଟୁଛି।
ହାତୀ କରିଡର ନଷ୍ଟ
ରାଜ୍ୟ ସରକାର ୨୦୧୦ଜାନୁୟାରୀରେ ୧୪ଟି ହାତୀ କରିଡର ବା ହାତୀ ଚଲାପଥ ଚିହ୍ନଟ କରିଥିଲେ, ଯାହାକି ୮୭୦ବର୍ଗ କିଲୋମିଟର ପରିବ୍ୟାପ୍ତ ଥିଲା। ଏହା ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ୩ଟି ରାଜ୍ୟକୁ ସଂଯୋଗୁ କରୁଥିଲା। ଯଦିଓ ଏସବୁ କରିଡର ଉନ୍ନତି ପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, କିନ୍ତୁ କରିଡରଗୁଡ଼ିକୁ ଏପର୍ଯ୍ୟନ୍ତ ଆଇନଗତ ସୁରକ୍ଷା ମିଳିପାରିନାହିଁ। ଫଳରେ ଏଗୁଡ଼ିକ ନଷ୍ଟ ହେବାରେ ଲାଗିଛି।
ହାତୀ ରିଜର୍ଭ
ରାଜ୍ୟରେ ଟାଇଗର ରିଜର୍ଭ ପରି କିଛି ସ୍ଥାନରେ ହାତୀ ରିଜର୍ଭ ମଧ୍ୟ ଚିହ୍ନଟ ହୋଇଥିଲା। ଚିହ୍ନଟ ହୋଇଥିବା ୫ଟି ସ୍ଥାନ ମଧ୍ୟରୁ ମାତ୍ର ୩ଟିକୁ ରିଜର୍ଭର ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ମହାନଦୀ, ମୟୂରଭଞ୍ଜ ଓ ସମ୍ବଲପୁର ରିଜର୍ଭ। ତେବେ ଅନ୍ୟ ୨ଟି ହାତୀ ରିଜର୍ଭ ଯଥା ଦକ୍ଷିଣ ଓଡ଼ିଶା ରିଜର୍ଭ ଓ ବୈତରଣୀ ରିଜର୍ଭକୁ ଏପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ।
ବାଟବଣା କୁମ୍‌କୀ ପ୍ରଶିକ୍ଷଣ
ଭୁବନେଶ୍ୱର ଉପକଣ୍ଠରେ ଏହା ଅବସ୍ଥିତ। ଏକଦା ଚନ୍ଦକାରେ ୬୦ଟି ହାତୀ ବାସ କରୁଥିଲେ। କିନ୍ତୁ
ବନ ବିଭାଗର ଭୁଲ୍‌ ପରିଚାଳନା ଯୋଗୁ ୨୦୧୨ଗଣନାରେ ମାତ୍ର ଗୋଟିଏ ହାତୀ ଥିବା ରିପୋର୍ଟ କରାଯାଇଥିଲା। ଚନ୍ଦକାରେ କୁମ୍‌କୀ ପ୍ରଶିକ୍ଷଣ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଛି। କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ। ଯାଜପୁରରୁ ଉଦ୍ଧାର ହୋଇ ଆସିଥିବା ଦନ୍ତା ହାତୀଟି ବନ କର୍ମଚାରୀଙ୍କ ଅବହେଳା ଯୋଗୁ ମରିଗଲା। ଆଉ ଏକ ଦନ୍ତା ‘ଶଙ୍କର’ ଗୋଡ଼ରେ ଶିକୁଳି ପଡ଼ି ମୃତ୍ୟୁର ଦିନ ଗଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?