Posted inଫୁରସତ

ଐତିହାସିକ ସହର ଓର୍ଚ୍ଛା

ମଧ୍ୟ ପ୍ରଦେଶର ଏକ ଐତିହାସିକ ସହର ଭାବେ ଓର୍ଚ୍ଛା ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୩୧ ମସିହା ବେଳକୁ ରାଜପୁତ୍‌୍‌ ଶାସକ ରୁଦ୍ର ପ୍ରତାପ ସିଂଙ୍କ ଦ୍ୱାରା ଏହି ସହରଟି ଗଢିଉଠିଥିଲା। କେବଳ ସେତିକି ନୁହେଁ, ଏହି ଶାସକ ଏଠାରେ ଓର୍ଚ୍ଛା ଦୁର୍ଗ ମଧ୍ୟ ନିର୍ମାଣ କରାଇଥିଲେ। ତା’ଛଡ଼ା ଓର୍ଚ୍ଛାର ରାଣୀ ବି ଏଠାରେ କେତେକ ମନ୍ଦିର ନିର୍ମାଣ କରାଇଥିବାର ମଧ୍ୟ ପ୍ରମାଣ ରହିଛି। ଏଠାରେ ଦେଖିବାକୁ ମିଳୁଥିବା ଚର୍ତୁଃଭୂଜ ମନ୍ଦିର ହେଉଛି ରାଣୀଙ୍କ ଦ୍ୱାରା ନିର୍ମିତ ଏକ ଅନନ୍ୟ ଆଧ୍ୟାତ୍ମିକ ସ୍ଥଳୀ।

କ’ଣ ଦେଖିବେ
ଓର୍ଚ୍ଛା ଉପରେ କେବଳ ରାଜପୁତ୍‌ ଶାସକ ରୁଦ୍ର ପ୍ରତାପ ସିଂଙ୍କର ଅଧିକାର ଥିଲା ତାହା ନୁହେଁ, ପ୍ରର୍ଯ୍ୟାୟକ୍ରମେ ଏହି ସହର ଉପରେ ଅନେକ ରାଜା ମଧ୍ୟ ଶାସନ କରିଥିଲେ; ଯେଉଁଥିପାଇଁ ଏଠାରେ ଏକାଧିକ ମହଲ, ଦୁର୍ଗ ତଥା ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ଯେମିତିକି ଓର୍ଚ୍ଛା ଦୁର୍ଗ, ଚର୍ତୁଃଭୂଜ ମନ୍ଦିର, ଜାହାଙ୍ଗୀର ମହଲ, ରାଜ ମହଲ, ରାମ ରାଜା ମହଲ, ରାୟ ପ୍ରବୀଣ ମହଲ, ସୁନ୍ଦର ମହଲ, ଲକ୍ଷ୍ମୀନାରାୟଣ ମନ୍ଦିର, ଫୁଲବାଗ୍‌ ଇତ୍ୟାଦି। କହିବାକୁ ଗଲେ ପର୍ଯ୍ୟଟକ ଓର୍ଚ୍ଛା ବୁଲିଆସିଲେ ଏଠାରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ଦେଖିବା ସହ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ, ଏଥିରେ ସନ୍ଦେହ ନାହିଁ।

ଅର୍ଥନୀତି
ଓର୍ଚ୍ଛାର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ। ତା’ଛଡ଼ା ଏଠାକାର ଅଧିକାଂଶ ଲୋକ ମଧ୍ୟ ବେଶ୍‌ ଶିକ୍ଷିତ। ଉଚ୍ଚ ଉଚ୍ଚ ପଦବୀରେ ରହି ନିଜ ସହରର ଉନ୍ନତି ପାଇଁ ଚେଷ୍ଟା କରିବାରେ ସେମାନେ ବେଶ୍‌ ଆନନ୍ଦ ପାଇଥାନ୍ତି ବୋଲି ସୂଚନା ରହିଛି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଗଢିବାରେ ବି ଏଠାକାର ଲୋକେ ବେଶ୍‌ ସିଦ୍ଧହସ୍ତ। ଏଥିରୁ ବି ସେମାନଙ୍କର ବେଶ୍‌ ଭଲ ଆୟ ହୋଇଥାଏ।

ଅନ୍ୟାନ୍ୟ ଆକର୍ଷଣ
ଏହି ସହର ନିକଟ ଦେଇ ବେତଓ୍ବା ନାମକ ଏକ ନଦୀ ପ୍ରବାହିତ ହୋଇଥାଏ। ପର୍ଯ୍ୟଟକ ଚାହିଁଲେ ଏହି ନଦୀର ଅପୂର୍ବ ଆକର୍ଷଣକୁ ମଧ୍ୟ ନିକଟରୁ ଉପଭୋଗ କରିପାରିବେ। ତା’ଛଡ଼ା ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏହି ନଦୀରେ ବେଳେବେଳେ ବୋଟିଂର ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ। କେବଳ ସେତିକି ନୁହେଁ ନିକଟରେ ଥିବା ଇକୋ ପଏଣ୍ଟରେ ନିଜ ସ୍ବରକୁ ପୁର୍ନବାର ଶୁଣିବାର ଅପୂର୍ବ ଆନନ୍ଦ ବି ଲଭିପାରିବେ ପର୍ଯ୍ୟଟକ। ତା’ସହିତ ଏଠାକାର କିଛି ଅଞ୍ଚଳରେ ଥିବା ଜଙ୍ଗଲ ପରିବେଶରେ ବହୁ ଔଷଧୀୟ ବୃକ୍ଷ ଥିବାର ମଧ୍ୟ ଦେଖାଯାଏ।

କେବେ ଓ କେମିତି ଯିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ, ଓର୍ଚ୍ଛାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କିନ୍ତୁ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ଭରପୂର ମଜା ନେଇହେବ। ସେହିପରି ଓର୍ଚ୍ଛା ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି। ଓର୍ଚ୍ଛା ସହରଠାରୁ ମାତ୍ର ୧୭୦ କି.ମି ଦୂରରେ ରହିଛି ଖଜୁରାହୋ ଏୟାରପୋର୍ଟ; ଯେଉଁଠାକୁ ଦେଶର କେତେକ ପ୍ରମୁଖ ସହରରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ସେହିପରି ଗ୍ବାଲିୟର୍‌ ଏୟାରପୋର୍ଟ ହେଉଛି ଓର୍ଚ୍ଛାର ଅନ୍ୟତମ ନିକଟବର୍ତ୍ତୀ ବିମାନବନ୍ଦର। ଏହାଛଡ଼ା ଓର୍ଚ୍ଛା ଯିବାପାଇଁ ଟ୍ରେନ୍‌ ଓ ବସ୍‌ର ମଧ୍ୟ ସୁବିଧା ଉପଲବ୍ଧ ଅଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଓର୍ଚ୍ଛାରେ ପହଞ୍ଚତ୍ ବୁଲାବୁଲି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri