ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ ଅଫିସ,୮ା୧୧:ବହୁ ପ୍ରତୀକ୍ଷିତ ତଥା ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାରଠାରୁ ଉଦ୍‌ଘାଟିତ ହେବ। କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ବନ୍ଦ ଥିବା ଐତିହ୍ୟ ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ପ୍ରତିଦିନ ସମସ୍ତ ପ୍ରକାର ସ୍ଥିତି ସମୀକ୍ଷା କରାଯାଇ ପ୍ରସ୍ତୁତ କରାଯାଇଛି। ଦୁଇ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଆୟୋଜନ ହେଉଥିବାରୁ ଲୋକଙ୍କ ସମାଗମ ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାକୁ ବିସ୍ତୃତ ଭାବେ ବ୍ୟବସ୍ଥିତ କରାଯାଇଛି। ଏଥିସହ ମହାନଦୀ ତଟସ୍ଥ ଉପର ଓ ତଳ ପଡ଼ିଆରେ ବଡ଼ ବଡ଼ ଷ୍ଟଲ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ଦୋଳି, ମିନା ବଜାର, ଓରମାସ ଷ୍ଟଲ ଲାଗିଗଲାଣି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ନିଜ ସାମଗ୍ରୀ ଧରି ବାଲିଯାତ୍ରା ପଡ଼ିଆରେ ପହଞ୍ଚତ୍ଗଲେଣି। ସେପଟେ ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବାଲିରେ ଏକ ବିଶାଳ କଳାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୨୫ ହଜାର ମାଟି ଦୀପ ଓ ବାଲି ବ୍ୟବହାର କରାଯାଇଥିବା ଏହି ବିଶାଳ ବାଲୁକା କଳାଟି ୬୮ଫୁଟ ଲମ୍ବା, ୪୨ଫୁଟ ଓସାର ଏକ ସୁଦୃଶ୍ୟ ଡଙ୍ଗା। ଯାହାକି ପୂର୍ବରୁ ନୌବାଣିଜ୍ୟରେ ବ୍ୟବହାର କରାଯାଉଥିଲା, ତା’ର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ଲିମ୍‌କା ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ନେଇ ଆଶା ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ବାଲିଯାତ୍ରା ପାଇଁ ପଡ଼ିଆରୁ ରେଳଷ୍ଟେଶନ ଯାଏଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୮ଟି ୱାଚ ଟାୱାର ବାଲିଯାତ୍ରା ଉଭୟ ପଡ଼ିଆରେ ଖୋଲାଯାଇଛି। ଏହା ଉପରେ ୨୪ଘଣ୍ଟିଆ ପୋଲିସ ଅଧିକାରୀ ପଇଁତରା ମାରିବେ। ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ଅଧିକାରୀ ୱାଚଟାୱାର୍‌ରୁ ନଜର ରଖିବେ। ଏଥିସହିତ ପଡ଼ିଆରେ ପୋଲିସର ୨୦ଟି ଓ ଟ୍ରାଫିକର ୬ଟି ଏଡ୍‌ ପୋଷ୍ଟ ଖୋଲିବାକୁ ଥିବା ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଚଳିତବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ନୂଆ ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ବାଲିଯାତ୍ରାରେ ରହିବ କଟକ ଇନ୍‌ କଟକ କନସେପ୍ଟ। ଏହି କନସେପ୍ଟରେ ସହରର ସମସ୍ତ ଐତିହାସିକ ସ୍ଥାନ ବା ସହରର ପରମ୍ପରାକୁ ସ୍ଥାନିତ କରାଯିବ। ଏହା ପ୍ରାୟ ୬ ଏକରରୁ ଅଧିକ ଜମିରେ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରଥମଥର ବାଲିଯାତ୍ରାରେ ଲେଜର ଲାଇଟ୍‌ ଶୋ’ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ଶୋ’ରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବହାର କରି କଟକରେ ଐତିହ୍ୟ ସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ପ୍ରଦର୍ଶନ କରାଯିବ। ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ବାଲିଯାତ୍ରା ସମୟରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ।
ମଙ୍ଗଳବାର ସାଠାରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିବ ବାଲିଯାତ୍ରା ପଡ଼ିଆ। ଉଭୟ ବଲିଉଡ୍‌ ଓ ଓଲିଉଡ୍‌ ଗୀତରେ ଝୁମିବେ ବାଲିଯାତ୍ରାକୁ ଆସିଥିବା ଲୋକେ। ବଲିଉଡ ଗାୟକ ଜାଭେଦ ଅଲ୍ଲି, କୈଳାସ ଖେର ପ୍ରମୁଖ ମଞ୍ଚରେ ଧମାଲ କରିବେ। ଯାହାର ଭରପୂର ମଜା ଉଠାଇବେ ଦର୍ଶକ। ତେବେ ବାଲିଯାତ୍ରାରେ ଦୁଇଟି ମଞ୍ଚରେ ହେବ ସମସ୍ତ କାର୍ଯ୍ୟକ୍ରମ। ପ୍ରତିଦିନ ଓଡ଼ିଆ ସଂସ୍କୃତି ପରମ୍ପରା, ଲୋକକଳା ସହ ବଲିଉଡର ମନଛୁଆଁ ଗୀତ ଓ ନୃତ୍ୟ ସମସ୍ତେ ଦେଖିବେ। ଏହି କାର୍ଯ୍ୟକ୍ରମକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିବେ। ତେବେ ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ଏମ୍‌ପି ଅନୁଭବ ମହାନ୍ତି, ମହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ସାଲେପୁର ବିଧାୟକ ପ୍ରସାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଜିଲା ପରିଷଦ କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?