ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ ଅଫିସ,୮ା୧୧:ବହୁ ପ୍ରତୀକ୍ଷିତ ତଥା ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାରଠାରୁ ଉଦ୍‌ଘାଟିତ ହେବ। କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ବନ୍ଦ ଥିବା ଐତିହ୍ୟ ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ପ୍ରତିଦିନ ସମସ୍ତ ପ୍ରକାର ସ୍ଥିତି ସମୀକ୍ଷା କରାଯାଇ ପ୍ରସ୍ତୁତ କରାଯାଇଛି। ଦୁଇ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଆୟୋଜନ ହେଉଥିବାରୁ ଲୋକଙ୍କ ସମାଗମ ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାକୁ ବିସ୍ତୃତ ଭାବେ ବ୍ୟବସ୍ଥିତ କରାଯାଇଛି। ଏଥିସହ ମହାନଦୀ ତଟସ୍ଥ ଉପର ଓ ତଳ ପଡ଼ିଆରେ ବଡ଼ ବଡ଼ ଷ୍ଟଲ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ଦୋଳି, ମିନା ବଜାର, ଓରମାସ ଷ୍ଟଲ ଲାଗିଗଲାଣି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ନିଜ ସାମଗ୍ରୀ ଧରି ବାଲିଯାତ୍ରା ପଡ଼ିଆରେ ପହଞ୍ଚତ୍ଗଲେଣି। ସେପଟେ ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବାଲିରେ ଏକ ବିଶାଳ କଳାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୨୫ ହଜାର ମାଟି ଦୀପ ଓ ବାଲି ବ୍ୟବହାର କରାଯାଇଥିବା ଏହି ବିଶାଳ ବାଲୁକା କଳାଟି ୬୮ଫୁଟ ଲମ୍ବା, ୪୨ଫୁଟ ଓସାର ଏକ ସୁଦୃଶ୍ୟ ଡଙ୍ଗା। ଯାହାକି ପୂର୍ବରୁ ନୌବାଣିଜ୍ୟରେ ବ୍ୟବହାର କରାଯାଉଥିଲା, ତା’ର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ଲିମ୍‌କା ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ନେଇ ଆଶା ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ବାଲିଯାତ୍ରା ପାଇଁ ପଡ଼ିଆରୁ ରେଳଷ୍ଟେଶନ ଯାଏଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୮ଟି ୱାଚ ଟାୱାର ବାଲିଯାତ୍ରା ଉଭୟ ପଡ଼ିଆରେ ଖୋଲାଯାଇଛି। ଏହା ଉପରେ ୨୪ଘଣ୍ଟିଆ ପୋଲିସ ଅଧିକାରୀ ପଇଁତରା ମାରିବେ। ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ଅଧିକାରୀ ୱାଚଟାୱାର୍‌ରୁ ନଜର ରଖିବେ। ଏଥିସହିତ ପଡ଼ିଆରେ ପୋଲିସର ୨୦ଟି ଓ ଟ୍ରାଫିକର ୬ଟି ଏଡ୍‌ ପୋଷ୍ଟ ଖୋଲିବାକୁ ଥିବା ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଚଳିତବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ନୂଆ ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ବାଲିଯାତ୍ରାରେ ରହିବ କଟକ ଇନ୍‌ କଟକ କନସେପ୍ଟ। ଏହି କନସେପ୍ଟରେ ସହରର ସମସ୍ତ ଐତିହାସିକ ସ୍ଥାନ ବା ସହରର ପରମ୍ପରାକୁ ସ୍ଥାନିତ କରାଯିବ। ଏହା ପ୍ରାୟ ୬ ଏକରରୁ ଅଧିକ ଜମିରେ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରଥମଥର ବାଲିଯାତ୍ରାରେ ଲେଜର ଲାଇଟ୍‌ ଶୋ’ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ଶୋ’ରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବହାର କରି କଟକରେ ଐତିହ୍ୟ ସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ପ୍ରଦର୍ଶନ କରାଯିବ। ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ବାଲିଯାତ୍ରା ସମୟରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ।
ମଙ୍ଗଳବାର ସାଠାରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିବ ବାଲିଯାତ୍ରା ପଡ଼ିଆ। ଉଭୟ ବଲିଉଡ୍‌ ଓ ଓଲିଉଡ୍‌ ଗୀତରେ ଝୁମିବେ ବାଲିଯାତ୍ରାକୁ ଆସିଥିବା ଲୋକେ। ବଲିଉଡ ଗାୟକ ଜାଭେଦ ଅଲ୍ଲି, କୈଳାସ ଖେର ପ୍ରମୁଖ ମଞ୍ଚରେ ଧମାଲ କରିବେ। ଯାହାର ଭରପୂର ମଜା ଉଠାଇବେ ଦର୍ଶକ। ତେବେ ବାଲିଯାତ୍ରାରେ ଦୁଇଟି ମଞ୍ଚରେ ହେବ ସମସ୍ତ କାର୍ଯ୍ୟକ୍ରମ। ପ୍ରତିଦିନ ଓଡ଼ିଆ ସଂସ୍କୃତି ପରମ୍ପରା, ଲୋକକଳା ସହ ବଲିଉଡର ମନଛୁଆଁ ଗୀତ ଓ ନୃତ୍ୟ ସମସ୍ତେ ଦେଖିବେ। ଏହି କାର୍ଯ୍ୟକ୍ରମକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିବେ। ତେବେ ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ଏମ୍‌ପି ଅନୁଭବ ମହାନ୍ତି, ମହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ସାଲେପୁର ବିଧାୟକ ପ୍ରସାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଜିଲା ପରିଷଦ କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri