Odisha Elections 2024

ଆପଣାର ମଣିଷ ଡା. ଜଗନ୍ନାଥ ମହାପାତ୍ର

ସମସ୍ତଙ୍କୁ ଶ୍ରଦ୍ଧା କରିବା, ସମସ୍ତଙ୍କୁ ଆପଣାପଣର ଡୋରିରେ ବାନ୍ଧି ରଖିବାରେ ସେ ଟିକେ ବି ଊଣା କରନ୍ତି ନାହିଁ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ହେଲେ ବି ଅହମିକା କେବେହେଲେ ତାଙ୍କୁ ଛୁଇଁପାରି ନ ଥିଲା। ସଂସ୍କୃତି ଓ ପରମ୍ପରାର ସେ ଜଣେ ପୂଜକ ଥିଲେ। ପରୋପକାର କରିବାରେ ଅସୀମ ଆନନ୍ଦ ପାଉଥିଲେ। ‘ଅସୁବିଧାରେ ଲୋକଙ୍କ ପାଖରେ ଠିଆହେବା ଦୟା କରିବା ନୁହେଁ ବରଂ ସମାଜ ତୁମକୁ ଦେଇଥିବା ଦାନକୁ କିଛି ଶୁଝିବା’ ବୋଲି ସେ ସବୁବେଳେ କହୁଥିଲେ। ସମସ୍ତଙ୍କ ପାଇଁ ଅତି ଆପଣାର ମଣିଷ ଥିଲେ ଡା.ଜଗନ୍ନାଥ ମହାପାତ୍ର।
ସେବା ମନୋବୃତ୍ତି ତ ତାଙ୍କ ଭିତରେ ଜନ୍ମରୁ ଥିଲା, କିନ୍ତୁ ଏହାବାଦ ତାଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଥିଲା। ସେ ଜଣେ ଭଲ ଅଭିନେତା, କ୍ରୀଡ଼ାବିତ୍‌ ଏବଂ ତତ୍‌ସହିତ ଆଦର୍ଶ ରାଜନେତା ମଧ୍ୟ ଥିଲେ। ସଫଳ ସଙ୍ଗଠକ ଭାବେ ସେ ଶହୀଦ ନଗର ଦୁର୍ଗାପୂଜା ସମିତି ଭଳି ଅନେକ ସଙ୍ଗଠନ ସହିତ ଜଡ଼ିତ ଥିଲେ। ଜୀବନର ସଂଘର୍ଷକୁ ସାମ୍‌ନା କରିବାର କୌଶଳ ତାଙ୍କୁ ବେଶ୍‌ ଜଣାଥିଲା। ଜଣେ ଡାକ୍ତର ଭାବରେ ହେଉ, ସମାଜସେବୀ, ସଙ୍ଗଠକ କିମ୍ବା ରାଜନୀତିଜ୍ଞ ସବୁ କାର୍ଯ୍ୟକୁ ସେ ନିଷ୍ଠାର ସହ ନିର୍ବାହ କରୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟିର ସେ ଶେଷ ଅଧ୍ୟକ୍ଷ ଥିଲେ। କାରଣ ତାଙ୍କ ପରେ ଏହା ମହାନଗର ନିଗମରେ ପରିଣତ ହେଲା ଏବଂ ଅଧ୍ୟକ୍ଷ ବଦଳରେ ମେୟରମାନେ ନିର୍ବାଚିତ ହେଲେ। ୧୯୯୯ ମହାବାତ୍ୟା ସମୟରେ ବାତ୍ୟାବିଧ୍ୱସ୍ତ ଭୁବନେଶ୍ୱରର ଦାୟିତ୍ୱ ନିର୍ବାହ କରିବା ତାଙ୍କ ପାଇଁ ବହୁତ କଷ୍ଟକର ଥିଲେ ମଧ୍ୟ ସେ ତାହାକୁ ସାହସିକ ପଦକ୍ଷେପ ନେଇ ସଫଳ ଭାବରେ ସାମ୍‌ନା କରିଥିଲେ। ଭୁବନେଶ୍ୱର ପାଇଁ ଅଧ୍ୟକ୍ଷ ଭାବରେ ସେ ଯଥାସମ୍ଭବ ଉନ୍ନୟନମୂଳକ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇପାରିଥିଲେ।
ପିଲା, ବଡ଼ ସମସ୍ତଙ୍କ ସହିତ ମିଶିଯିବାର ସ୍ବଭାବ ଏବଂ ମଜାଳିଆ ମିଜାଜ ତାଙ୍କୁ ସମସ୍ତଙ୍କର ନିକଟତର କରିପାରିଥିଲା। ସେ ଜଣେ ସ୍ବତନ୍ତ୍ର ମଣିଷ ଥିଲେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ତାଙ୍କ ଭଳି ମଣିଷ ମିଳିବା ଖୁବ୍‌ ବିରଳ। ଏମିତିରେ ଡାକ୍ତରମାନଙ୍କ କ୍ଷେତ୍ରରେ ଦିନ ହେଉ ବା ରାତି, ସେବା ହିଁ ପରମ ଧର୍ମ ଥାଏ। ମାତ୍ର ତା’ ବାହାରକୁ ଯାଇ ସମାଜର ସେବା କରିବା ତାଙ୍କ ଭଳି ଜଣେ ବିରଳ ମଣିଷଙ୍କ କ୍ଷେତ୍ରରେ ହିଁ ଘଟିପାରେ। ପରିବାର, ଭାଇବନ୍ଧୁଙ୍କ କଥା ତ ସେ ବୁଝୁଥିଲେ, ତା’ ସହିତ ଯିଏ ତାଙ୍କ ନିକଟରେ ପହଞ୍ଚତ୍ ଯାଉଥିଲେ ତାଙ୍କୁ ସେ ନିଜର କରି ନେଉଥିଲେ, ନିଜର ପରିବାର ସଦସ୍ୟ ଭଳି ଭାବୁଥିଲେ ଏବଂ ଯଥାସମ୍ଭବ ସାହାଯ୍ୟ କରୁଥିଲେ। ପରିବାର କଥା ପଛେ, ତାଙ୍କୁ ଭଲ ପାଉଥିବା ମଣିଷଟି କଥା ଆଗେ, ଏହା ଥିଲା ତାଙ୍କ ଜୀବନର ମନ୍ତ୍ର। ଏଥିପାଇଁ ତାଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼ିଛି। ସେ କିନ୍ତୁ ଅବିଚଳିତ ଭାବରେ ନିଜ କାର୍ଯ୍ୟରୁ କେବେ କ୍ଷାନ୍ତ ହୋଇ ନାହାନ୍ତି। ଜଣେ ସଫଳ ଡାକ୍ତର ଭାବେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସେ ଶହୀଦନଗରଠାରେ ନିଜର କ୍ଲିନିକ୍‌ କରି ଜୀବନର ଶେଷ ପର୍ଯ୍ୟନ୍ତ ରୋଗୀ ସେବାରେ ନିୟୋଜିତ ଥିଲେ। ତାଙ୍କ ଭଳି ଜଣେ ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ, କର୍ତ୍ତବ୍ୟପରାୟଣ ମଣିଷ ସମାଜରେ ଜନ୍ମନେବା ଖୁବ୍‌ ବିରଳ।
ଛାତ୍ର ଜୀବନରୁ ଡା. ମହାପାତ୍ରଙ୍କ ସହିତ ମୋର ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ଆମେ ଥିଲୁ ସମବୟସ୍କ ଏବଂ ମୁଁ ଯେତେବେଳେ ରେଭେନ୍‌ଶା କଲେଜରେ ପଢୁଥିଲି ସେ ସେତେବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଥିଲେ। ମୁଁ ୧୯୬୪ ମସିହା ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ ସେ ଆମକୁ ବହୁ ଭାବରେ ସହଯୋଗ କରୁଥିଲେ। ଜଣେ ସାଥୀ ଭାବରେ, ଜଣେ ବନ୍ଧୁ ଭାବରେ ସେ ସବୁବେଳେ ମୋ ପାଇଁ ଖୁବ୍‌ ଆପଣାର ମଣିଷ ଥିଲେ। ରାଜନୈତିକ କାର୍ଯ୍ୟ ହେଉ କିମ୍ବା ସାମାଜିକ ସବୁବେଳେ ସେ ମୋ ସହିତ ସୁସମ୍ପର୍କ ରଖୁଥିଲେ ଏବଂ ପରାମର୍ଶ ଲୋଡୁଥିଲେ। ତାଙ୍କ ଧର୍ମପତ୍ନୀ ଏବଂ ପିଲାମାନଙ୍କର ମଧ୍ୟ ଆମ ପରିବାର ସହିତ ସୁସମ୍ପର୍କ ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି।
ବିଧିର ବିଧାନ ବଡ଼ ବିଚିତ୍ର। କେତେବେଳେ କାହାକୁ କେଉଁଠି ନେଇ ଛିଡ଼ା କରିବ ତାହା ସେଇ ବିଧାତା ହିଁ ଜାଣେ। ଆଜି ସେଇ ବିଶ୍ୱନିୟନ୍ତାଙ୍କ ଡାକରାରେ ବନ୍ଧୁ ଡା. ଜଗନ୍ନାଥ ମହାପାତ୍ର ଆମମାନଙ୍କୁ ଛାଡ଼ି ପରପାରିକୁ ଗମନ କରିଛନ୍ତି, ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଚିର ସତ୍ୟ। ତାଙ୍କ ବିୟୋଗ ଫଳରେ ମୁଁ ମୋର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଲି। ଏହା ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ସମାଜ ପାଇଁ ସେ ଥିଲେ ଜଣେ ମଣି ସଦୃଶ, ତେଣୁ ସମାଜର ବହୁତ କ୍ଷତି ହେଲା। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଆଗାମୀ ପିଢ଼ି ତାଙ୍କ କର୍ତ୍ତବ୍ୟ ପଥକୁ ଅନୁସରଣ କରି ଏକ ଆଦର୍ଶ ସମାଜ ଗଠନ ଦିଗରେ ଆଗେଇ ଆସନ୍ତୁ ଏହା ହିଁ କାମନା କରୁଛି।
– ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ...

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri