ପୁଅର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫସିଲେ ଏହି ବ୍ୟକ୍ତି, ଧରାପଡ଼ିଲା ଏସବୁ କଳାକାରନାମା

ନୂଆଦିଲ୍ଲୀ,୧୯ା୧୨: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭୁବନାଶ ଖରବନ୍ଧ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନକଲି ଦଲିଲ ଆଧାରରେ ଭୁବନାଶ ୨ କୋଟି ୭୬ ଲକ୍ଷ ବ୍ୟାଙ୍କକୁ ଠକିଛନ୍ତି। ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ ସେ ପୋଲିସ ପାଖକୁ ଯାଇଥିଲେ। ଇକୋନୋମିକ ଅଫେନ୍ସ ଓ୍ବିଙ୍ଗ୍‌ର ଯୁଗ୍ମ ସିପି ଓପି ମିଶ୍ରଙ୍କ ଅନୁଯାୟୀ, ୨୦୧୨ରେ କର୍ପୋରେଶନ ବ୍ୟାଙ୍କର ବସନ୍ତ ବିହାର ଶାଖା ପକ୍ଷରୁ ଭୁବନାଶଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
ଭୁବନାଶ ନିଜକୁ ଜଣେ ବିଲଡର ବୋଲି ପରିଚୟ ଦେଇ ଆସୁଥିଲେ। ପଟେଲନଗରରେ କାର୍ଯ୍ୟାଳୟ ଥିବା ବି.କେ ଏଣ୍ଟରପ୍ରାଇଜେସ ଲିମିଟେଡର ମାଲିକ ବୋଲି କହି ବୁଲୁଥିଲେ। ଭୁବନାଶ ତାଙ୍କର ଅଚଳାଚଳ ସମ୍ପତ୍ତି ଥିବା ଦର୍ଶାଇ ବ୍ୟାଙ୍କରୁ ୩୦୦ କୋଟି ଟଙ୍କା ଋଣ ଆଣିଥିଲେ। ବ୍ୟାଙ୍କ ମଧ୍ୟ ୨ କୋଟି ୭୬ ଲକ୍ଷ ଋଣ ଦେଇଥିଲା। କିନ୍ତୁ ପରେ ଜଣାପଡିଥିଲା ଯେ, ଭୁବନାଶ ଋଣ ନେବାବେଳେ ନକଲି କାଗଜପତ୍ର ସବୁ ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ସମ୍ପତ୍ତି ଅନ୍ୟ ବ୍ୟାଙ୍କରେ ଥିବା ମଧ୍ୟ ସେ ମିଥ୍ୟା କାଗଜପତ୍ର ଦାଖଲ କରିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭୁବନାଶ ଏହି କୌଶଳ ତାଙ୍କ ଶ୍ୱଶୁର ସଞ୍ଜୟ ଭାଟିଆ ଏବଂ ଶାଶୁଙ୍କଠାରୁ ଶିଖିଛନ୍ତି। ପୋଲିସର ସୂଚନାନୁସାରେ, ୨୦୧୯ରେ ଭୁବନାଶ ପିତା ହୋଇଥିବାର ସୂଚନା ମିଳିଥିଲା। ଶେଷରେ ଏମ୍‌ସିଡିରୁ ଶିଶୁର ଜନ୍ମ ପ୍ରମାଣପତ୍ରକୁ ଆଧାର କରି ପୋଲିସ ଏହି ଠକେଇର ସନ୍ଧାନ ପାଇଥିଲା। ଆଉ ପୋଲିସ ହାତରେ ଧରା ପଡ଼ିଥିଲେ ଭୁବନାଶ। ଏବେ ପୋଲିସ ତାଙ୍କୁ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?