ବାଂଲାଦେଶରେ ପୁଣି ଭାଙ୍ଗିଲା ହିନ୍ଦୁ ମନ୍ଦିର! ଆପତ୍ତିଜନକ ଅବସ୍ଥାରେ ମିଳିଲା ମା’ଦୁର୍ଗାଙ୍କ ମୂର୍ତ୍ତି

ଢାକା,୨୭।୬: ପୁଣିଥରେ ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ବିଶ୍ୱାସ ଉପରେ ଆକ୍ରମଣ ହୋଇଛି। ବାଂଲାଦେଶରେ ମା’ ଦୁର୍ଗାଙ୍କ ମନ୍ଦିର ଭଙ୍ଗାଯାଇଛି। ବାଂଲାଦେଶର ଏହି ଘୃଣ୍ୟ କାର୍ଯ୍ୟର ଭାରତ ତୀବ୍ର ବିରୋଧ କରିଛି। ଭାରତ ସରକାର କହିଛି ଯେ ହିନ୍ଦୁ ଏବଂ ସେମାନଙ୍କ ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ୱ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି ଯେ ଭାରତ ପାରସ୍ପରିକ ଲାଭଦାୟକ ଆଲୋଚନା ପାଇଁ ଅନୁକୂଳ ପରିବେଶରେ ସମସ୍ତ ପ୍ରସଙ୍ଗରେ ବାଂଲାଦେଶ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛି। ଏହା ପରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜୟସୱାଲ ଦୁର୍ଗା ମନ୍ଦିରରେ ଭଙ୍ଗାରୁଜା ପାଇଁ ବାଂଲାଦେଶୀ ଅଧିକାରୀମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନ୍ଦିରକୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ, ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଘଟଣାକୁ ଜମିର ଅବୈଧ ଦଖଲର ରୂପ ଦେଉଛି। ଆପଣ ନିଜେ ମନ୍ଦିରକୁ ନଷ୍ଟ କରିବାକୁ ଦେଇଥିଲେ। ବାଂଲାଦେଶରେ ଏପରି ଘଟଣା ଲଗାତାର ଘଟୁଥିବାରୁ ଆମେ ବହୁତ ଦୁଃଖିତ।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଶେଖ ହସିନା ସରକାରର ପତନ ଘଟିଥିଲା, ଯାହା ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ ରହିବା କଷ୍ଟକର ହୋଇପଡୁଛି। ବାଂଲାଦେଶରେ ଉଗ୍ରବାଦୀମାନେ ଲଗାତାର ହିନ୍ଦୁ ଏବଂ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ଧାର୍ମିକ ବିଶ୍ୱାସ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ପରଠାରୁ ଏପରି ଘଟଣା ସାମ୍ନାକୁ ଆସୁଛି।
ଶେଖ ହସିନା ଇସ୍ତଫା ଦେବା ମାତ୍ରେ, ଉଗ୍ରବାଦୀମାନେ ବାଂଲାଦେଶରେ ହିନ୍ଦୁମାନଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଥିଲେ। ଉଗ୍ରବାଦୀମାନେ ଲୋକଙ୍କୁ ଜୀବନ୍ତ ଜାଳି ଦେଉଥିଲେ। ସରକାରୀ ଚାକିରିରେ ଥିବା ହିନ୍ଦୁମାନଙ୍କୁ ହତ୍ୟା ଧମକ ଦେଇ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଶହ ଶହ ହିନ୍ଦୁଙ୍କୁ ସରକାରୀ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା। ଲକ୍ଷ ଲକ୍ଷ ହିନ୍ଦୁ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ପୋଡ଼ି ଦିଆଯାଇଥିଲା। ଉଗ୍ରବାଦୀମାନେ ଦେବଦେବୀମାନଙ୍କୁ ମଧ୍ୟ ଛାଡି ନଥିଲେ। ସେମାନେ ସେଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?