Posted inଜାତୀୟ

ହିଣ୍ଡେନ୍‌ବର୍ଗ ୨.୦:ଜେପିସି ତଦନ୍ତ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଗତ ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯାଉ ବୋଲି ରବିବାର କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ୨୦୨୩ ଜାନୁୟାରୀରେ ହିଣ୍ଡେନ୍‌ବର୍ଗ ପ୍ରଘଟ କରିଥିବା ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଆଦାନୀକୁ ସୁପ୍ରିମକୋର୍ଟ ପୂର୍ବରୁ ସେବି କ୍ଲିନ୍‌ଚିଟ୍‌ ଦେଇଥିଲା। ବର୍ତ୍ତମାନ ସେବି ମୁଖ୍ୟଙ୍କ ସମ୍ପୃକ୍ତି ଥିବା ନେଇ ନୂଆ ରିପୋର୍ଟ ଆସିଛି। କ୍ଷୁଦ୍ର ଓ ମଧ୍ୟମ ନିବେଶକମାନେ ମଧ୍ୟବିତ୍ତ ଶ୍ରେଣୀର। ସେମାନେ ସେବି ଉପରେ ଭରସା କରି ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଷ୍ଟକ୍‌ ବଜାରରେ ନିବେଶ କରୁଥିବାରୁ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ। ଏହି ବୃହତ୍‌ ଦୁର୍ନୀତିର ଜେପିସି ତଦନ୍ତ ଜରୁରୀ ହୋଇପଡ଼ିଛି। ଜେପିସି ତଦନ୍ତ ନ ହେବା ଯାଏ ପ୍ରଧାନମନ୍ତ୍ରୀ ମୋଦି ଭାରତର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସହ ସାଲିସ କରି ନିଜ ସହଯୋଗୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିବେ ବୋଲି ଖାର୍ଗେ କହିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଆଦାନୀର ମେଗା ଦୁର୍ନୀତିର ତଦନ୍ତ ପାଇଁ ସେବି କୁଣ୍ଠାବୋଧ କରିବା ଏକ ବିଚିତ୍ର କଥା। ଏପରି କି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ମଧ୍ୟ ଏଥିପ୍ରତି ଆଖି ବୁଜିଦେବା ଦୁର୍ଭାଗ୍ୟଜନକ। ବିଦେଶୀ ପାଣ୍ଠିଗୁଡ଼ିକର ମାଲିକାନା ସମ୍ପର୍କିତ ରିପୋର୍ଟିଂକୁ ସେବି ୨୦୧୮ରେ ଦୁର୍ବଳ କରିଦେଇଥିବାବେଳେ
୨୦୧୯ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍‌ କରିଦେଇଥିଲା ବୋଲି ବିଶେଷଜ୍ଞ କମିଟି କହିଥିଲା। ସେବିର ଏହି କାର୍ଯ୍ୟ ବଜାର ନିୟନ୍ତ୍ରକର ଭୂମିକାକୁ ସନ୍ଦେହ ଘେରକୁ ଟାଣିନେଇଥିଲା। ଗତବର୍ଷ ଜାନୁଆରୀରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଓ ଆକାଉଣ୍ଟ୍ସ ଜାଲିଆତି ନେଇ ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ ସେବି ଉପରେ ଚାପ ବଢ଼ିଥିଲା। ଫଳରେ ସେବି ବୋର୍ଡ ୨୦୨୩ ଜୁନ୍‌ ୨୮ରେ ରିପୋର୍ଟିଂ ନିୟମ ପୁଣି ଆରମ୍ଭ କରିଥିଲା। ୨୦୨୩ ଅଗଷ୍ଟ ୨୫ରେ ବିଶେଷଜ୍ଞ କମିଟିକୁ ସେବି କହିଥିଲା, ୧୩ଟି ସନ୍ଦେହଜନକ କାରବାର ଉପରେ ତଦନ୍ତ ଚାଲିଛି। ତେବେ ସେହି ତଦନ୍ତରୁ ଏଯାଏ କିଛି ସୁଫଳ ମିଳିନାହିଁ ବୋଲି ରମେଶ ସମାଲୋଚନା କରିଛନ୍ତି।
୨୦୨୨ରେ ମାଧବୀ ସେବି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ଠିକ୍‌ ପରେ ଶିଳ୍ପପତି ଗୌତମ ଆଦାନୀ ତାଙ୍କୁ ୨ ଥର ଭେଟିଥିଲେ। ହିଣ୍ଡେନ୍‌ବର୍ଗର ସଦ୍ୟ ପ୍ରଘଟ ଏହି ସାକ୍ଷାତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ତେଣୁ ସରକାର ତୁରନ୍ତ ଆଦାନୀ ଦୁର୍ନୀତି ଉପରେ ସେବି ତଦନ୍ତର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ) ଦୂର କରିବା ଉଚିତ ବୋଲି ଜୟରାମ ଦାବି କରିଛନ୍ତି। ଏଥିସହ ଜେପିସି ତଦନ୍ତ ଦାବିକୁ ସେ ପୁଣି ଦୋହରାଇଛନ୍ତି। ପ୍ରକାଶ ଯେ, ଗତବର୍ଷ ସୁପ୍ରିମକୋର୍ଟ ସେବିକୁ ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନିୟାମକ ଦୋଷତ୍ରୁଟି ଉପରେ ଅନୁଧ୍ୟାନ କରିବା ପାଇଁ ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ କମିଟି ଆଦାନୀ ଉପରେ କୌଣସି ନକାରାମତ୍କ ରିପୋର୍ଟ ଦାଖଲ କରି ନ ଥିଲା। ସୁପ୍ରିମକୋର୍ଟ ମଧ୍ୟ ଅନ୍ୟ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷେ ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଣାଯାଇଥିବା ସଦ୍ୟ ଅଭିଯୋଗକୁ ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ଖଣ୍ଡନ କରିଛନ୍ତି। ବୁଚ୍‌ ଦମ୍ପତି ରବିବାର ଏକ ବିବୃତିରେ କହିଛନ୍ତି, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏବଂ ଏହାର ମୁଖ୍ୟ ନାଥନ୍‌ ଆଣ୍ଡରସନଙ୍କ ବିରୋଧରେ ସେବି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ନେବା ସହ ଗତ ମାସରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିବାରୁ ଏହି ସଂସ୍ଥା ଏହାର ଜବାବରେ ସେମାନଙ୍କ ଚରିତ୍ର ସଂହାର କରିବା ପାଇଁ ଭିତ୍ତିହୀନ ରିପୋର୍ଟ ପ୍ରକାଶ କରିଛି। ଆମ ବ୍ୟବସାୟିକ କାରବାର ସମ୍ପୂର୍ଣ୍ଣ ରୂପେ ଏକ ଖୋଲା ବହି, ଯାହା ଆବଶ୍ୟକ ଆମେ ସବୁ ତଥ୍ୟ ଦୀର୍ଘ ବର୍ଷ ଧରି ସେବି ନିକଟରେ ଦାଖଲ କରିଆସୁଛୁ।
ସେହିପରି ଆଦାନୀ ଗ୍ରୁପ୍‌ ମଧ୍ୟ ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଖାରଜ କରିବା ସହ ଏହା ଉପରେ ସଫେଇ ଦେଇଛି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏହାର ପୁରୁଣା ଅଭିଯୋଗଗୁଡ଼ିକୁ ରିସାଇକିଲ୍‌ କରି ଶନିବାର ଆଉ ଏକ ରିପୋର୍ଟ ପ୍ରକାଶ କରିଛି। ସୁପ୍ରିମକୋର୍ଟ ଉକ୍ତ ଅଭିଯୋଗଗୁଡ଼ିକୁ ପୂର୍ବରୁ ଭିତ୍ତିହୀନ କହି ଖାରଜ କରିସାରିଛନ୍ତି। ଆଇନ ଓ ତଥ୍ୟାବଳୀକୁ ଅସମ୍ମାନ କରି ବ୍ୟକ୍ତିଗତ ଲାଭ ହାସଲ ପାଇଁ ଏପରି ମିଥ୍ୟା ପ୍ରଘଟ କରାଯାଇଛି ବୋଲି ଆଦାନୀ ଗ୍ରୁପ୍‌ର ଜଣେ ମୁଖପାତ୍ର ଏକ ବିବୃତିରେ ଖଣ୍ଡନ କରିଛନ୍ତି। ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ବଜାର ନିୟନ୍ତ୍ରକ ଉପରେ ଏକ ଆକ୍ରମଣ ବୋଲି ସମାଲୋଚନା କରିଛନ୍ତି। ହିଣ୍ଡେନ୍‌ବର୍ଗ ସହ କଂଗ୍ରେସର ସହଭାଗିତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?