Posted inଜାତୀୟ

ହିମନ୍ତ-ସାଙ୍ଗମା ଭେଟ: ମେଘାଳୟ ସରକାରରେ ଭାଜପା ସାମିଲ ହେବା ନେଇ ଚର୍ଚ୍ଚା…

ଗୁଆହାଟୀ,୧।୩ : ମେଘାଳୟର ରାଜନୀତିରୁ ବଡ ଖବର ଆସିଛି। ମଙ୍ଗଳବାର ରାତିରେ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତୃତ୍ୱାଧୀନ ଉତ୍ତର ପୂର୍ବ ବିକାଶ ମହାସଂଘର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କୋନରାଡ ସାଙ୍ଗମାଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ସାଙ୍ଗମା ଗୁଆହାଟୀରେ ଥିଲେ ଏବଂ ହିମନ୍ତ ବିଶ୍ୱ ଶର୍ମା ହୋଟେଲରେ ପହଞ୍ଚି ତାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଏକ ସମୟରେ ଘଟିଛି ଯେତେବେଳେ ମେଘାଳୟ ସମେତ ଉତ୍ତର ପୂର୍ବର ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ୍ଚ ୨ ରେ ଆସିବ।

ତେବେ ଭାଜପା ପୁଣି ସରକାରଙ୍କ ଏକ ଅଂଶ ହେବ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଗତ ୫ ବର୍ଷ ଧରି ମେଘାଳୟରେ ଏନପିପି ନେତୃତ୍ୱାଧୀନ ସରକାରର ଭାଜପା ଏକ ଅଂଶ ହୋଇଥିବାରୁ ଏହି ପ୍ରଶ୍ନ ଉଠିଛି। ତେବେ ନିର୍ବାଚନ ପୂର୍ବରୁ ସିଟ ବାଣ୍ଟିବା ନେଇ ବିବାଦ ଥିବାରୁ ଏହି ମିଳିତ ମଞ୍ଚ ଭାଙ୍ଗି ଯାଇଥିଲା। ଏହା ପରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ।

ଫେବୃଆରୀ ୨୭ରେ ଭୋଟ ଶେଷ ହେବା ପରେ ସମସ୍ତ ସର୍ଭେ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଥିଲା। ଏହା ଅନୁଯାୟୀ, ମେଘାଳୟରେ ଝୁଲା ବିଧାନସଭା ହେବା ପୂର୍ବାନୁମାନ କରାଯାଇଛି। ଏକଜିଟ ପୋଲରେ କୌଣସି ଦଳକୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନାହିଁ। ତଥାପି, ଏନପିପି ଏକକ ବୃହତ ଦଳ ଭାବରେ ଉଭା ହୋଇପାରେ ବୋଲି କୁହାଯାଉଛି।

ରାଜ୍ୟରେ ସରକାର ଗଠନ ପାଇଁ ଯେକୌଣସି ଦଳ ଅତି କମରେ ୩୧ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରୁଛନ୍ତି। ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ଏନପିପି ସର୍ବାଧିକ ୨୦ ଟି ସିଟ ପାଇବ ବୋଲି ଆଶା କରାଯାଉଛି। ଛଅରୁ ୧୧ ଟି ସିଟ ଭାଜପା ଖାତାକୁ ଯିବାର ଆଶା ରହିଛି। ଏଭଳି ପରିସ୍ଥିତିରେ ଯଦି ତ୍ରିଶଙ୍କୁ ପରିସ୍ଥିତି ଉପୁଜେ, ତେବେ ଗତଥର ଭଳି କୋନରାଡ ସାଙ୍ଗମା ଭାଜପା ଏବଂ ୟୁଡିପି ସହିତ ସରକାର ଗଠନ କରିପାରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?