Posted inଜାତୀୟ

ହିମନ୍ତ-ସାଙ୍ଗମା ଭେଟ: ମେଘାଳୟ ସରକାରରେ ଭାଜପା ସାମିଲ ହେବା ନେଇ ଚର୍ଚ୍ଚା…

ଗୁଆହାଟୀ,୧।୩ : ମେଘାଳୟର ରାଜନୀତିରୁ ବଡ ଖବର ଆସିଛି। ମଙ୍ଗଳବାର ରାତିରେ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତୃତ୍ୱାଧୀନ ଉତ୍ତର ପୂର୍ବ ବିକାଶ ମହାସଂଘର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କୋନରାଡ ସାଙ୍ଗମାଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ସାଙ୍ଗମା ଗୁଆହାଟୀରେ ଥିଲେ ଏବଂ ହିମନ୍ତ ବିଶ୍ୱ ଶର୍ମା ହୋଟେଲରେ ପହଞ୍ଚି ତାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଏକ ସମୟରେ ଘଟିଛି ଯେତେବେଳେ ମେଘାଳୟ ସମେତ ଉତ୍ତର ପୂର୍ବର ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ୍ଚ ୨ ରେ ଆସିବ।

ତେବେ ଭାଜପା ପୁଣି ସରକାରଙ୍କ ଏକ ଅଂଶ ହେବ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଗତ ୫ ବର୍ଷ ଧରି ମେଘାଳୟରେ ଏନପିପି ନେତୃତ୍ୱାଧୀନ ସରକାରର ଭାଜପା ଏକ ଅଂଶ ହୋଇଥିବାରୁ ଏହି ପ୍ରଶ୍ନ ଉଠିଛି। ତେବେ ନିର୍ବାଚନ ପୂର୍ବରୁ ସିଟ ବାଣ୍ଟିବା ନେଇ ବିବାଦ ଥିବାରୁ ଏହି ମିଳିତ ମଞ୍ଚ ଭାଙ୍ଗି ଯାଇଥିଲା। ଏହା ପରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ।

ଫେବୃଆରୀ ୨୭ରେ ଭୋଟ ଶେଷ ହେବା ପରେ ସମସ୍ତ ସର୍ଭେ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଥିଲା। ଏହା ଅନୁଯାୟୀ, ମେଘାଳୟରେ ଝୁଲା ବିଧାନସଭା ହେବା ପୂର୍ବାନୁମାନ କରାଯାଇଛି। ଏକଜିଟ ପୋଲରେ କୌଣସି ଦଳକୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନାହିଁ। ତଥାପି, ଏନପିପି ଏକକ ବୃହତ ଦଳ ଭାବରେ ଉଭା ହୋଇପାରେ ବୋଲି କୁହାଯାଉଛି।

ରାଜ୍ୟରେ ସରକାର ଗଠନ ପାଇଁ ଯେକୌଣସି ଦଳ ଅତି କମରେ ୩୧ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରୁଛନ୍ତି। ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ଏନପିପି ସର୍ବାଧିକ ୨୦ ଟି ସିଟ ପାଇବ ବୋଲି ଆଶା କରାଯାଉଛି। ଛଅରୁ ୧୧ ଟି ସିଟ ଭାଜପା ଖାତାକୁ ଯିବାର ଆଶା ରହିଛି। ଏଭଳି ପରିସ୍ଥିତିରେ ଯଦି ତ୍ରିଶଙ୍କୁ ପରିସ୍ଥିତି ଉପୁଜେ, ତେବେ ଗତଥର ଭଳି କୋନରାଡ ସାଙ୍ଗମା ଭାଜପା ଏବଂ ୟୁଡିପି ସହିତ ସରକାର ଗଠନ କରିପାରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri