ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା

କୋଦଳା,୧।୩(ଡି.ଏନ୍‌.ଏ.): ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା କୋଦଳା ଏନ୍‌ଏସି ଅଞ୍ଚଳରେ। ପ୍ରଶାସନ ହସ୍ତକ୍ଷେପ କରି ୩ ଛୁଆଙ୍କୁ ଉଦ୍ଧାର କରିଛି ।
ସୂଚନାଯୋଗ୍ୟ, ରଞ୍ଜନ ରଣାଙ୍କ ୨ନାବାଳକ ପୁଅ ଏବଂ ଜଣେ ଝିଅ ଅଛନ୍ତି । ମା’ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ରଞ୍ଜନ ଜଣେ ଶଯ୍ୟାଶାୟୀ ଟିବି ରୋଗୀ। ପିଲାମାନେ ଭିକ୍ଷା ବୃତ୍ତି କରି ଯେଉଁ ଟଙ୍କା ଆଣନ୍ତି ସେଥିରେ ଆହାର କେନ୍ଦ୍ରରୁ ଭୋଜନ ଆଣି ଖାଇଥାନ୍ତି। ବଳକା ଟଙ୍କାରେ ବାପା ମଦ ପିଇଦେଉଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ବେଗୁନିଆପଡା ବିଡିଓଙ୍କୁ ଏସମ୍ପର୍କିତ ରିପୋର୍ଟ ମଗାଯାଇଥିଲା। ବେଗୁନିଆପଡା ବ୍ଲକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଏହି ଘଟଣାକୁ ଗୁରୁତର ସହିତ ନେଇ କୋଦଳା ଆଇଆଇସି ଉମାକାନ୍ତ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ପହଞ୍ଚି ୩ନାବାଳକଙ୍କୁ ହେପାଜତକୁ ଆଣି ଜିଲା ଶିଶୁ ମଙ୍ଗଳ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଶେଷରେ ଜିଲା ଶିଶୁ ବିଭାଗର ଜିଲା ପରାମର୍ଶଦାତା ସୁସ୍ମିତା ଭୋଇ ୨ ନାବାଳକ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ଧରାକୋଟସ୍ଥିତ ବାଲ୍ମିକେସ୍ବର ଅନାଥ ଆଶ୍ରମକୁ ସ୍ଥାନାନ୍ତର କରିଥିଲେ। ତେବେ କୋଦଳା ତହସିଲଦାରଙ୍କ ତତ୍ୱାବଧାନରେ ବାପା ରଞ୍ଜନ ରଣାଙ୍କୁ ମଧ୍ୟ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା ଘଟଣା: ଜଣଙ୍କର ଜୀବନ ଗଲା

ବଡ଼ମ୍ବା,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍‌ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ଯନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍‌ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ...

ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ...

ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡ଼ା,୨୫ା୫(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ର ନାଥ ସ୍ବାଇଁ ।...

ବର୍ଷେ ବିତିବ, ହେଲାନି ବଦଳି ବାତିଲ

ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍‌ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍‌ ଡିଜିଜ୍‌ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି...

ବୈଷୟିକ ସହାୟତା ପାଇଁ କଟକ ଗଲେ ଆଇଓ

ଜଗତ୍‌ସିଂହପୁର ଅଫିସ,୨୬।୬:  ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬,୧୨,୯୦୦ ଟଙ୍କା ଗାଏବ ମାମଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜାଲ୍‌ ଚେକ୍‌...

ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ହେଲେ ପ୍ରଶାନ୍ତ କୁମାର ନାୟକ

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଭାରତୀୟ ଜନତା ପାର୍ଟିରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦ ପଦବୀରେ ରହିଆସିଛନ୍ତି ବର୍ତ୍ତମାନର ଗଞ୍ଜାମ ବ୍ଲକ ଅଧକ୍ଷ ଥିବା ପ୍ରଶାନ୍ତ କୁମାର ନାୟକ।...

Advertisement
Archives

Model This Week