୬୫ ପ୍ରତିଶତ ଅଧିକ ହାରରେ ତରଳୁଛି ହିମାଳୟ..

କାଠମାଣ୍ଡୁ,୨୦।୬ : ପ୍ରାୟ ଦୁଇ ବିଲିୟନ ଲୋକଙ୍କ ପାଇଁ ଜଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିବା ହିମାଳୟ ଗ୍ଲେସିୟର ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ଅପେକ୍ଷା ଶୀଘ୍ର ତରଳି ଯାଉଛି ବୋଲି ବୈଜ୍ଞାନିକମାନେ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ହିମାଳୟ ଗ୍ଲେସିୟର ତରଳିବା ଲୋକେ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି।

ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ (ଆଇସିଆଇଏମଓଡି)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଦଶନ୍ଧି ତୁଳନାରେ ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଗ୍ଲେସିୟର ୬୫ ପ୍ରତିଶତ ଦ୍ରୁତ ଗତିରେ ତରଳି ଯାଉଛି।

ଫିଲିପ ଭେଷ୍ଟର୍‌ କହିଛନ୍ତି ଯେଉଁ ବେଗରେ ବରଫ ତରଳୁଛି ତାହା ଚିନ୍ତାଜନକ ବିଷୟ ପାଲଟିଛି।

୧୬୫ କୋଟି ଲୋକଙ୍କ ପାଇଁ ହିମାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ। ରିପୋର୍ଟରେ କୁହାଯାଇଛି ହିନ୍ଦୁ କୁଶ ହିମାଳୟ ଅଞ୍ଚଳର ଗ୍ଲେସିୟରଗୁଡିକ ପାର୍ବତ୍ୟ ଅଞ୍ଚଳର ପ୍ରାୟ ୨୪୦ ନିୟୁତ ଲୋକଙ୍କ ପାଇଁ ଏକ ଜଳ ଉତ୍ସ ଏବଂ ନଦୀ ଅବବାହିକାର ୧୬୫ ଲୋକଙ୍କ ପାଇଁ ମୁଖ୍ୟ ଜଳ ଉତ୍ସ।

ନେପାଳ ଭିତ୍ତିକ ଆଇସିଆଇଏମଓଡି, ଏକ ଆନ୍ତଃସରକାରୀ ସଂଗଠନ ଯେଉଁଥିରେ ସଦସ୍ୟ ଦେଶ ଭାବେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚାଇନା, ଭାରତ, ମ୍ୟାନମାର ଏବଂ ପାକିସ୍ତାନ ଆହି ଦେଶ ରହିଛନ୍ତି। ବର୍ତ୍ତମାନର ନିର୍ଗମନ ଟ୍ରାଜେକ୍ଟୋରୀ ଉପରେ ଆଧାର କରି ଗ୍ଲେସିୟର ବର୍ତ୍ତମାନର ପରିମାଣର ୮୦ ପ୍ରତିଶତକୁ ହ୍ରାସ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଗ୍ଲେସିୟର୍‌, ଗଙ୍ଗା, ସିନ୍ଧୁ, ୟେଲୋ, ମେକୋଙ୍ଗ ଏବଂ ଇରୱାଡି ସମେତ ପୃଥିବୀର ୧୦ ଟି ଗୁରୁତ୍ୱପୂର୍ଣ୍ଣ ନଦୀ ପ୍ରଣାଳୀକୁ ଜଳ ଯୋଗାଇଥାଏ ଏବଂ କୋଟି କୋଟି ଲୋକଙ୍କୁ ଖାଦ୍ୟ, ଶକ୍ତି, ନିର୍ମଳ ବାୟୁ ଏବଂ ଆୟ ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?