Posted inଖେଳ

ଇତିହାସ ରଚିଲା ହିମାଚଳ ପ୍ରଦେଶ

ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ ହଜାରେ ଟ୍ରଫି। ଏହା ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଘରୋଇ ଟାଇଟଲ। ଆଲୋକ ଅଭାବ କାରଣରୁ ଭିଜେଡି ପ୍ରଣାଳିରେ ରିଶି ଧାଓ୍ବନଙ୍କ ନେତୃତ୍ୱାଧୀନ ଦଳ ୧୧ ରନ୍‌ରେ ଫାଇନାଲ ଜିତି ନେଇଥିଲା। ଆଲୋକ ଅଭାବରୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ୩୧୫ ରନ୍‌ର ଟାର୍ଗେଟ ପିଛା କରୁଥିବା ହିମାଚଳ ପ୍ରଦେଶକୁ ଜିତିବା ପାଇଁ ୧୫ ବଲରେ ୧୬ ରନ୍‌ ଦରକାର ଥିଲା। ଆଉ ଦଳ ହାତରେ ଥିଲା ୬ ଉଇକେଟ। ଏଣୁ ଫିଲ୍ଡ ଅମ୍ପାୟରଙ୍କ ପରାମର୍ଶ କ୍ରମେ ବୋଲିଂ ଦଳର ଅଧିନାୟକ ବିଜୟ ଶଙ୍କରଙ୍କ ସହ ଆଲୋଚନା କରିଥିଲେ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ୪୦ ରନ୍‌ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଭେଟେରାନ ଦୀନେଶ କାର୍ତ୍ତିକ ଓ ବାବା ଇନ୍ଦ୍ରଜୀତ ୫ମ ଉଇକେଟ ପାଇଁ ୨୭.୨ ଓଭରରେ ୨୦୨ ରନ୍‌ ଯୋଡ଼ିଥିଲେ। ୩୬ ବର୍ଷୀୟ କାର୍ତ୍ତିକ ୧୦୩ ବଲରେ ୮ ଚୌକା ଓ ୭ ଛକା ସହାୟତାରେ ୧୧୬ ରନ୍‌ କରିଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ୯ମ ଶତକ। ଅନ୍ୟପକ୍ଷରେ ୮୦ (୮ ଚୌକା ଓ ୧ ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ ଇନ୍ଦ୍ରଜୀତ। ଶେଷ ଆଡ଼କୁ ଶାହରୁଖ ଖାନ ୪୨ ଓ ଅଧିନାୟକ ବିଜୟ ଶଙ୍କ ୨୨ ରନ୍‌ କରିବାରୁ ତାମିଲନାଡୁ ୩୧୪ ରନ୍‌ରେ ସୀମିତ ରହିଥିଲା। ଜବାବରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ ଶୁଭମ ଆରୋରା । ସେ ୧୩୧ ବଲରେ ୧୩୬ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୧୩ ଚୌକା ଓ ୧ ଛକା। ମଧ୍ୟକ୍ରମରେ ଅମିତ କୁମାର ୭୪ (୬ ଚୌକା) ଏବଂ ଅଧିନାୟକ ରିଶି ୪୨ ( ୫ ଚୌକା ଓ ୧ ଛକା)ଙ୍କ ଯୋଗୁ ହିମାଚଳ ପ୍ରଦେଶରେ ଘରୋଇ କ୍ରିକେଟ ଇତିହାସରେ ନୂଆ ଫର୍ଦ୍ଧ ଯୋଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?