Posted inଖେଳ

ସାଇକ୍ଲିଂ ଓ କ୍ରିକେଟ ଖେଳୁଛନ୍ତି ହିମା

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ଚିନ୍ତିତ ନୁହନ୍ତି। କୋଭିଡ୍‌-୧୯ ଜନିତ କଟକଣା ଯୋଗୁ ପୁର ଦମ୍‌ରେ ଟ୍ରେନିଂ ସମ୍ଭବର ନୁହେଁ। ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ସେ ସାଇକ୍ଲିଂ କରିବା ସହ କିଛି ସମୟ କ୍ରିକେଟ ଖେଳୁଛନ୍ତି। ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ ଅବସ୍ଥାନ କରୁଥିବା ହିମା କହିଛନ୍ତି କରୋନା ଭାଇରସ କାରଣରୁ ନିକଟ ଭବିଷ୍ୟତରେ କୌଣସି ପ୍ରତିଯୋଗିତା ଆୟୋଜନ ହେବାର ନାହିଁ। ତେଣୁ ସେ ମଧ୍ୟମ ଧରଣର ଟ୍ରେନିଂ ନେଉଛନ୍ତି। ସେ କହିଛନ୍ତି ଏଠାରେ ଅଧିକ ତାପମାତ୍ରା ରହିଥିବାରୁ କେବଳ ସକାଳେ ଟ୍ରେନିଂ ହେଉଛି। ସନ୍ଧ୍ୟାବେଳେ କିଛି ସମୟ ମିଳୁଛି। ଏହି ସମୟରେ ମୁଁ ସାଇକ୍ଲିଂ ( ଭେଲୋଡ୍ରୋମ୍‌) କରୁଛି ଏବଂ କ୍ରିକେଟ ବଲ୍‌ରେ ବୋଲିଂ କରୁଛି। ବର୍ତ୍ତମାନ ମୁଁ ଯଥା ସମ୍ଭବ ଜୀବନକୁ ଉପଭୋଗ କରିବାକୁ ଚାହୁଁଛି। ସକାରାତ୍ମକ ମନୋଭାବ ସହ ଖୁସି କରିବାକୁ ମୁଁ ପସନ୍ଦ କରେ ବୋଲି ବର୍ତ୍ତମାନ ୪୦୦ ମିଟର ଜୁନିୟର ବିଶ୍ୱ ଚାମ୍ପିୟନ କହିଛନ୍ତି। ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ଘୁଞ୍ଚତ୍ୟାଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସିଜନକୁ ସସ୍‌ପେଣ୍ଡ ରଖାଯାଇଛି। ଅଲିମ୍ପିକ୍ସ କ୍ୱାଲିଫିକେଶନ ହାସଲ ନେଇ ମୁଁ ଚିନ୍ତିତ ନୁହେଁ। କାରଣ ଏହା ଅଯଥା ମୁଣ୍ଡ ବ୍ୟଥାର କାରଣ ହେବ। ଆଥଲେଟିକ୍ସ ସିଜନ ଡିସେମ୍ବର ୧ରୁ ଆରମ୍ଭ ହେବ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଆସନ୍ତା ବର୍ଷ ଯଥେଷ୍ଟ ସମୟ ଅଛି ବୋଲି କହିଛନ୍ତି ହିମା। ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ଏହି ଷ୍ଟାର ସ୍ପ୍ରିଣ୍ଟର ଫିନ୍‌ଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri