Posted inଖେଳ

ଦୂତୀଙ୍କୁ ନେଇ ଆଶାରେ ହିମା

ନୂଆଦିଲ୍ଲୀ, ୨୦।୪ (ପିଟି)-ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ୪x୧୦୦ ମିଟର ରିଲେ ଦଳ ଅଂଶଗ୍ରହଣ କରିବ। ସ୍ପ୍ରିଣ୍ଟ କୁଇନ ଓଡ଼ିଶାର ଦୂତୀ ଚାନ୍ଦ ଏହି ଦଳରେ ଥିବାରୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ସମ୍ଭାବନା ଅଧିକ ବୋଲି ତାରକା ସ୍ପ୍ରିଣ୍ଟର ହିମା ଦାସ ଦୃଢ଼ ଆଶାପୋଷଣ କରିଛନ୍ତି। ମେ ୧ ଓ ୨ ତାରିଖରେ ହେବାକୁଥିବା ବିଶ୍ୱ ପ୍ରତିଯୋଗିତାର ଶ୍ରେଷ୍ଠ ୮ ରିଲେ ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇବ। ଏପର୍ଯ୍ୟନ୍ତ ଅଲିମ୍ପିକ୍ସ ଯୋଗ୍ୟତା ପାଇ ନ ଥିବା ହିମା ଭାରତୀୟ ୪x୧୦୦ ମିଟର ରିଲେ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ। ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ଘୋଷିତ ଦଳରେ ଜାତୀୟ ରେକର୍ଡଧାରିଣୀ ଦୂତୀ ଚାନ୍ଦ, ଅର୍ଚ୍ଚନା ସୁସେନ୍ଦ୍ରନ, ଏସ. ଧନଲକ୍ଷ୍ମୀ, ହିମାଶ୍ରୀ ରୟ ଓ ଏ.ଟି. ଧନେଶ୍ୱରୀ ଅନ୍ୟତମ ସଦସ୍ୟା ଅଛନ୍ତି। ”ଦୂତୀ ରିଲେ ଦଳରେ ଥିବାରୁ ଆମେ ଆଗାମୀ ପ୍ରତିଯୋଗିତାରୁ ଅଲିମ୍ପିକ୍ସ ଯୋଗ୍ୟତା ପାଇବାକୁ ଦୃଢ଼ ଆଶାୟୀ। ଫେଡେରେଶନ କପ୍‌ର ବ୍ୟକ୍ତିଗତ ୧୦୦ ମିଟର ଇଭେଣ୍ଟରେ ଆମେ ସମସ୍ତେ ଭଲ ପ୍ରଦର୍ଶନ କରିଥିଲୁ। ସମସ୍ତେ ଭଲ ପ୍ରସ୍ତୁତି କରିଥିବାରୁ ଆମର ଆଶା ବଢ଼ିଛି“ ବୋଲି ହିମା କହିଛନ୍ତି। ଗତ ମାର୍ଚ୍ଚରେ ହୋଇଥିବା ଫେଡେରେଶନ କପ୍‌ର ୧୦୦ ମିଟରରେ ଧନଲକ୍ଷ୍ମୀ ୧୧.୩୮ ସେକେଣ୍ଡ ସହ ପ୍ରଥମସ୍ଥାନ ଅଧିକାର କରିଥିଲେ। ଦୂତୀ ୧୧.୫୮ ଓ ସୁସେନ୍ଦ୍ରନ ୧୧.୭୬ ସେକେଣ୍ଡ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ହିମା ପ୍ରାରମ୍ଭିକ ହିଟ୍‌ରେ ୧୧.୬୩ ସେକେଣ୍ଡ ସମୟ ନେଇଥିଲେ ହେଁ ଫାଇନାଲ ରେସ୍‌ ବେଳକୁ ଫଲ୍ସ ଷ୍ଟାର୍ଟ ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ଏଏଫଆଇ ପକ୍ଷରୁ ଚଳିତମାସ ଶେଷ ଭାଗରେ ଟ୍ରେନିଂ ଏବଂ ଏକ୍ସପୋଜର ଟୁର୍‌ରେ ଭାରତୀୟ ଆଥଲେଟ୍‌ ତୁର୍କୀ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ନିଶ୍ଚିତ ୧୦୦ ଓ ୨୦୦ ମିଟର ରନ କରିବେ ବୋଲି ‘ଧିଙ୍ଗ ଏକ୍ସପ୍ରେସ’ଭାବେ ପରିଚିତ ଏହି ୨୧ ବର୍ଷୀୟା ଆସାମ ଆଥଲେଟ୍‌ ପ୍ରକାଶ କରିଛନ୍ତି। ମୁଁ ସେଠାରେ ୧୦୦ ଓ ୨୦୦ ମିଟରରେ ରନ୍‌ କରିବି। ଏହାଛଡ଼ା ସେତେବେଳେ ତୁର୍କୀରେ ହେବାକୁଥିବା ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟରେ ମଧ୍ୟ ୧୦୦ ଓ ୨୦୦ ମିଟରରେ ଭାଗନେବି ବୋଲି ସେ କହିଛନ୍ତି।
ହିମା ବିଶ୍ୱ ଜୁନିୟର ୪୦୦ ମିଟର ଚାମ୍ପିୟନ ଥିବାବେଳେ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ପାଇଥିଲେ। ମାତ୍ର ଚଳିତ ସିଜନରେ ସେ କେବଳ ୧୦୦ ଓ ୨୦୦ ମିଟରରେ ରେସ୍‌ କରିବେ। ମୁଁ ଚଳିତ ସିଜନରେ ୪୦୦ ମିଟରରେ ରେସ୍‌ କରିପାରିବି କି ନାହିଁ ତାହା କେବଳ କୋଚ୍‌ ଗାଲିନା ବୁଖାରିନା ଏବଂ ଏଏଫଆଇ ସ୍ଥିର କରିବେ। ସମସ୍ତେ ଜାଣିଛନ୍ତି ୪୦୦ ମିଟରକୁ ନେଇ ମୋର କିଛି ସମସ୍ୟା ରହିଛି। ସେଥିପାଇଁ ୨୦୧୯ ଏସିଆନ ଚାମ୍ପିୟନଶିପ୍‌ରେ ଭାଗନେଇପାରି ନ ଥିଲି ବୋଲି ସେ କହିଛନ୍ତି। ୨୦୧୮ ଏସିଆନ ଗେମ୍ସର ୪୦୦ ମିଟରରେ ହିମା ୫୦.୭୯ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୯ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ଗୋଟିଏ ଲ୍ୟାପ ଅଧାରୁ ଓହରି ଯାଇଥିଲେ। ଶେଷଥରପାଇଁ ସେ ଗତବର୍ଷ ଅଗଷ୍ଟରେ ଚେକ୍‌ ରିପବ୍ଲିକ୍‌ରେ ୪୦୦ ମିଟର ରେସ୍‌ରେ ୨ଥର ଭାଗ ନେଇଥିଲେ। ମାତ୍ର ଶେଷ ରେସ୍‌ରେ ସେ ୫୩.୦୭ ସେକେଣ୍ଡ ସମୟ ନେଇଥିଲେ। ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୯ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗନେଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?