Posted inଜାତୀୟ

‘କେବଳ ହିଜାବ୍‌ ଉପରେ କଟକଣା; ଓଢ଼ଣି, ପଗଡ଼ି କାହିଁକି ନୁହେଁ’

ବାଙ୍ଗାଲୁରୁ,୧୬।୨: ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ପ୍ରସଙ୍ଗର ଶୁଣାଣି କରୁଥିବା କର୍ନାଟକ ହାଇକୋର୍ଟ ବୁଧବାର ମୁସଲିମ ଛାତ୍ରୀଙ୍କ ପକ୍ଷର ଉପସ୍ଥାପନା ଶୁଣିଛନ୍ତି। ମୁଖ୍ୟ ବିଚାରପତି ରିତୁ ରାଜ ଅଓ୍ବସ୍ଥିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଓକିଲ ରବି ବର୍ମା କୁମାର।

“ଅନେକ ଭାରତୀୟ ସେମାନଙ୍କ ପୋଷାକ ଜରିଆରେ ନିଜ ଧର୍ମକୁ ପ୍ରକାଶ କରନ୍ତି। ମୁଁ କେବଳ ସମାଜର ସମସ୍ତ ବିଭାଗରେ ଧାର୍ମିକ ପ୍ରତୀକକୁ ବିସ୍ତୃତ ବିବିଧତା ବିଷୟରେ କହୁଛି। ଏହି ସରକାର କ’ଣ ପାଇଁ କେବଳ ହିଜାବ ପଛରେ ପଡ଼ିଛନ୍ତି ଏବଂ ଶତ୍ରୁ ଭଳି ଭେଦଭାବ କରୁଛନ୍ତି? କେବଳ ଧର୍ମ କାରଣରୁ ଆବେଦନକାରୀଙ୍କୁ କ୍ଲାସରୁମ୍‌ରୁ ବିଦା କରାଯାଇଛି। ଯେଉଁମାନେ ମଥାରେ ବିନ୍ଦି ଲଗାଉଛନ୍ତି, ହାତରେ ଚୁଡ଼ି ପିନ୍ଧୁଛନ୍ତି ସେମାନଙ୍କୁ ବିଦା କରାଯାଉ ନାହିଁ। କ୍ରସ୍‌ ପିନ୍ଧିଥିବା ଖ୍ରୀଷ୍ଟିଆନଙ୍କ ସହ ମଧ୍ୟ ଏଭଳି କରାଯାଉ ନାହିଁ। କାହିଁକି କେବଳ ଏହି ଝିଅମାନଙ୍କୁ ବିଦା କରାଯାଉଛି ? ଏହା ସମ୍ବିଧାନର ୧୫ତମ ଧାରାକୁ ଉଲ୍ଲଂଘନ କରୁଛି” ବୋଲି ବରିଷ୍ଠ ଓକିଲ ରବି ବର୍ମା କହିଛନ୍ତି।

ସେ ଆହୁରି କହିଛନ୍ତି, “ଓଢ଼ଣିକୁ ଅନୁମତି ଅଛି, ଚୁଡ଼ିକୁ ଅନୁମତି ଅଛି। କେବଳ ହିଜାବ କାହିଁକି? ଜଣେ ଶିଖର  ପଗଡ଼ି ଏବଂ ଖ୍ରୀଷ୍ଟିଆନଙ୍କ କ୍ରସ କାହିଁକି ନୁହେଁ?


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର...

ରାତିରେ ହେବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ...

ଉଚ୍ଛେଦକୁ ବିରୋଧ କରି ଜେଲ୍‌ ଯିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। ଏହା ସ୍ବାଧୀନ ଭାରତରେ ଭାଜପାର ଏକ ବଡ଼ ତାଣ୍ଡବ...

୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…

ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍‌ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍‌...

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ...

ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ନାହିଁ: ରାହୁଲ

ଥୁତୁକୁଡି,୨୭ ।୨: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଥୁତୁକୁଡି ଜିଲାରେ...

ଅମିତାଭଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ମମତା

କୋଲକାତା,୧୫।୧୨: ପଶ୍ଚିମବଙ୍ଗର କୋଲକାତାରେ ଗୁରୁବାର ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,...

ଆମେରିକାରେ ଭାରତର ରାଷ୍ଟ୍ରଦୂତ ହେବେ ସାନ୍ଧୁ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଶ୍ରୀଲଙ୍କାରେ ଭାରତର ହାଇକମିଶନର ଭାବେ କାର୍ଯ୍ୟରତ ତରନ୍‌ଜିତ ସିଂ ସାନ୍ଧୁ ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା...

Advertisement
Archives

Model This Week