Posted inଖେଳ

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ ୧୮.୪ ଓଭରରେ ମାତ୍ର ୨ ଉଇକେଟ ହରାଇ ରନ ଚେଜ୍‌ କଲା। ସୃଷ୍ଟି ହେଲା ନୂଆ ରେକର୍ଡ।

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌ର ଅଧିକାରୀ ହେଲା ପଞ୍ଜାବ କିଙ୍ଗ୍ସ। ୨୬୨ ରନ ପୁରୁଷ ଟି୨୦ କ୍ରିକେଟରେ ମଧ୍ୟ ସର୍ବାଧିକ ରନ୍‌ଚେଜ୍‌। ୨୦୨୩ରେ ସେଞ୍ଚୁରିଅନଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୫୯ ରନକରି ରେକର୍ଡର ଅଧିକାରୀ ଥିଲା। ସେହିପରି ଆଇପିଏଲ୍‌ରେ ୨୦୨୦ରେ ଶାରଜାଠାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ କରିଥିବା ୨୨୩ ରନକୁ ଚେଜ୍‌ କରି ରେକର୍ଡର ଅଧିକାରୀ ଥିଲା ରାଜସ୍ଥାନ ରୟାଲ୍ସ।

୪ ବର୍ଷ ବ୍ୟବଧାନରେ ଏହି ରେକର୍ଡ ଭାଙ୍ଗିଲା ପଞ୍ଜାବ କିଙ୍ଗ୍ସ। ମ୍ୟାଚରେ ମୋଟ ୪୨ଟି ଛକା ଦେଖିବାକୁ ମିଳିଲା। ଯାହାକି କୌଣସି ଟି୨୦ ମ୍ୟାଚରେ ସର୍ବାଧିକ। ପ୍ରଭସିମରନ ସିଂ ୨୦ ବଲ୍‌ରୁ ୫୪ (୪ ଚୌକା, ୫ ଛକା) ଓ ବେୟାରଷ୍ଟୋ ୪୮ ବଲରୁ ୧୦୮ (୮ ଚୌକା, ୯ ଛକା) ରନ କରି ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିବାବେଳେ ମଧ୍ୟ ଭାଗରେ ରିଲି ରୋସୋ ୧୬ ବଲ୍‌ରୁ ୨୬ (୧ ଚୌକା, ୨ ଛକା) ରନକରି ଇନିଂସକୁ ଆଗେଇ ନେଇଥିଲେ।

ଫର୍ମରେ ଥିବା ଶଶାଙ୍କ ସିଂ ମାତ୍ର ୨୮ ବଲ୍‌ରୁ ୬୮ (୨ ଚୌକା, ୮ ଛକା) ରନରେ ଅପରାଜିତ ରହି ପଞ୍ଜାବ ପାଇଁ ଚମତ୍କାର ଫିନିଶ୍‌ କରିଥିଲେ। କୋଲକାତା ପକ୍ଷରୁ କେବଳ ସୁନୀଲ ନାରିନ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତା ଦୁଇ ଓପନର ଫିଲିପ ସଲ୍ଟ ଓ ସୁନୀଲ ନାରିନ ଧୂଆଁଧାର ବ୍ୟାଟିଂ କରି ଓପନିଂ ଯୋଡ଼ିରେ ୬୩ ବଲ୍‌ରୁ ୧୩୮ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ନାରିନ ୩୨ ବଲ୍‌ରୁ ୭୧ (୯ ଚୌକା, ୪ ଛକା) ଓ ସଲ୍ଟ ୩୭ଟି ବଲ୍‌ର ସମ୍ମୁଖୀନ ହୋଇ ୬ଟି ଲେଖାଏ ଚୌକା ଓ ଛକା ସହୟତାରେ ୭୫ ରନ ସ୍କୋର କରିଥିଲେ। ଟପ୍‌ ଅର୍ଡରରେ ଭେଙ୍କଟେଶ ଆୟାର ଓ ମିଡିଲ ଅର୍ଡରରେ ଆନ୍ଦ୍ରେ ରସେଲ ଓ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳର ସ୍କୋରକୁ ୨୬୧ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?