କାମକୁ ନୁହେଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୨୦୦୫ରେ କେନ୍ଦ୍ର ସରକାର ଯାନବାହନଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ତଦୁନଯାୟୀ ଏହି ନମ୍ବର ପ୍ଲେଟ୍‌ ନୂଆ ଗାଡ଼ି କିଣିବା ସମୟରେ ଲାଗିକରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଗଡ଼ିପାରିବ ନାହିଁ। ଏଥିପାଇଁ ଗାଡ଼ି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଏହି ଉଚ୍ଚ ସୁରକ୍ଷାସମ୍ପନ୍ନ ନମ୍ବର ପ୍ଲେଟ୍‌କୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏହି ନମ୍ବର ପ୍ଲେଟ୍‌ରେ ଥିବା ବାର୍‌କୋଡ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହିତ ଯୋଡ଼ିହୋଇ ରହିବ। ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ଓଡ଼ିଶାରେ ୨୦୧୯ ମେ’ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗିବା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଠାରୁ ସାର୍ଟିଫିକେଟ ପାଇଥିବା ରାଜ୍ୟ ବାହାରର ୨୧ଟି ଭେଣ୍ଡର ନୂତନ ନମ୍ବର ପ୍ଲେଟ୍‌ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ୍‌ ମାଲିକଙ୍କଠାରୁ ଦୁଇଚକିଆ ଯାନ ପାଇଁ ନମ୍ବର ପ୍ଲେଟ୍‌ ଲଗାଇବା ସକାଶେ ୨୨୦ଟଙ୍କା ସହିତ ୧୮% ଜିଏସ୍‌ଟି ମିଶାଇ ୨୭୦ରୁ ୨୮୦ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ଜିଏସ୍‌ଟି ମିଶାଇ ପ୍ରାୟ ୫୫୦ଟଙ୍କା ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡ଼ି କିଣୁଥିବା ଲୋକଙ୍କଠାରୁ ତାହା ଅସୁଲ କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବାର ୨ବର୍ଷ ବିତିବାକୁ ବସିଲାଣି। ହେଲେ ଏହାର ଉଦ୍ଦେଶ୍ୟ ସଫଳ ହୋଇପାରୁ ନାହିଁ। ନୂଆ ଗାଡ଼ିରେ ଆସୁଥିବା ନମ୍ବର ପ୍ଲେଟ୍‌କୁ ଅତି ସହଜରେ ବଦଳାଯାଇ ପାରୁଛି। ଏହାକୁ ଗାଡ଼ି ମାଲିକମାନେ ବାହାର କରି ନିଜ ମନମୁତାବକ ନମ୍ବର ପ୍ଲେଟ୍‌ ଲଗାଇ ବୁଲୁଛନ୍ତି। ଏହାକୁ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ମଧ୍ୟ କରାଯାଉ ନାହିଁ।
ଅନ୍ୟପକ୍ଷରେ ପୁରୁଣା ଗାଡ଼ିଗୁଡ଼ିକରେ ନମ୍ବର ପ୍ଲେଟ୍‌ ମଧ୍ୟ ବଦଳା ଯାଉନାହିଁ। ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇବାକୁ ରାଜ୍ୟ ସରକାର ୨୦୧୯ରେ ଟେଣ୍ଡର ଆହ୍ବାନ କରିଥିଲେ। ଟେଣ୍ଡର ପାଇଥିବା କମ୍ପାନୀ ନମ୍ବର ପ୍ଲେଟ୍‌ ଲଗାଇବା ବାବଦରେ ଅଧିକ ଅର୍ଥ ଦାବି କରିବାରୁ ରାଜ୍ୟ ସରକାର ଟେଣ୍ଡରକୁ ରଦ୍ଦ କରି ଦେଇଥିଲେ। ସମ୍ପୃକ୍ତ ଘରୋଇ ସଂସ୍ଥା ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲା। ହାଇକୋର୍ଟ।
ଉକ୍ତ ଘରୋଇ ସଂସ୍ଥା ସପକ୍ଷରେ ରାୟ ଦେବାରୁ ସରକାର ସୁପ୍ରିମକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରାୟ ୨ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ମାମଲାର ଶୁଣାଣି ହୋଇପାରୁ ନାହିଁ। ଫଳରେ ପୁରୁଣା ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଯାଇପାରୁ ନାହିଁ। ଏହି ଯୋଜନା ଏକପ୍ରକାର ବିଫଳ ହୋଇଛି। ନୂଆ ଗାଡ଼ିରେ ଲାଗୁଥିବା ନମ୍ବର ପ୍ଲେଟ୍‌ ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାହକମାନେ ଅଭିଯୋଗ କରୁଛନ୍ତି। କମ୍‌ ଦିନ ମଧ୍ୟରେ ଲେଖାହୋଇଥିବା ନମ୍ବର ଲିଭିଯାଉଛି। ଦେଶର ସୁରକ୍ଷା ସହ ଏହି ବ୍ୟବସ୍ଥା ଜଡ଼ିତ ଥିଲେ ମଧ୍ୟ ପରିବହନ ବିଭାଗ ଏହାକୁ ହାଲୁକା ଭାବେ ନେଉଛି। ଅନ୍ୟପକ୍ଷରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଦାୟିତ୍ୱ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ବାହାର ରାଜ୍ୟର ଭେଣ୍ଡର ହାତେଇ ନେଇଥିବାରୁ ରାଜ୍ୟରେ ନମ୍ବର ପ୍ଲେଟ୍‌ ଲେଖି ଚଳୁଥିବା ପ୍ରାୟ ୩୦ ହଜାର ଲୋକ ଜୀବିକା ହରାଇଛନ୍ତି। ସେମାନଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୨ଲକ୍ଷ ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇ ଯାଇଛି। ନମ୍ବର ପ୍ଲେଟ୍‌ ବ୍ୟବସାୟ କରି ଚଳୁଥିବା ରାଜେନ୍ଦ୍ର ନାଥ କହିଛନ୍ତି, ଘରୋଇ କମ୍ପାନୀକୁ ପୋଷିିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରିଛନ୍ତି। ନମ୍ବର ପ୍ଲେଟ୍‌ ଲେଖି ଦୁଇପଇସା ରୋଜଗାର କରୁଥିଲୁ। ଗତ ୨ବର୍ଷ ହେବ ଏହି ବେଉସା ବନ୍ଦ ହୋଇଗଲାଣି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆମ ହାତରେ କିଛି ନାହିଁ। ସୁପ୍ରିମକୋର୍ଟରେ ଥିବା ମାମଲାକୁ ତ୍ୱରାନ୍ବିତ କରିବାକୁ ସରକାରୀ ଓକିଲଙ୍କୁ ରାଜ୍ୟ ସରକାର ଏକ ରିମାଇଣ୍ଡର ଦେଇଛନ୍ତି। ମାମଲାର ରାୟ ପ୍ରକାଶ ପାଇବା ପରେ ପୁରୁଣା ଗାଡ଼ିରେ ନମ୍ବର ପ୍ଲେଟ୍‌ ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri