କାମକୁ ନୁହେଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୨୦୦୫ରେ କେନ୍ଦ୍ର ସରକାର ଯାନବାହନଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ତଦୁନଯାୟୀ ଏହି ନମ୍ବର ପ୍ଲେଟ୍‌ ନୂଆ ଗାଡ଼ି କିଣିବା ସମୟରେ ଲାଗିକରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଗଡ଼ିପାରିବ ନାହିଁ। ଏଥିପାଇଁ ଗାଡ଼ି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଏହି ଉଚ୍ଚ ସୁରକ୍ଷାସମ୍ପନ୍ନ ନମ୍ବର ପ୍ଲେଟ୍‌କୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏହି ନମ୍ବର ପ୍ଲେଟ୍‌ରେ ଥିବା ବାର୍‌କୋଡ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହିତ ଯୋଡ଼ିହୋଇ ରହିବ। ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ଓଡ଼ିଶାରେ ୨୦୧୯ ମେ’ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗିବା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଠାରୁ ସାର୍ଟିଫିକେଟ ପାଇଥିବା ରାଜ୍ୟ ବାହାରର ୨୧ଟି ଭେଣ୍ଡର ନୂତନ ନମ୍ବର ପ୍ଲେଟ୍‌ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ୍‌ ମାଲିକଙ୍କଠାରୁ ଦୁଇଚକିଆ ଯାନ ପାଇଁ ନମ୍ବର ପ୍ଲେଟ୍‌ ଲଗାଇବା ସକାଶେ ୨୨୦ଟଙ୍କା ସହିତ ୧୮% ଜିଏସ୍‌ଟି ମିଶାଇ ୨୭୦ରୁ ୨୮୦ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ଜିଏସ୍‌ଟି ମିଶାଇ ପ୍ରାୟ ୫୫୦ଟଙ୍କା ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡ଼ି କିଣୁଥିବା ଲୋକଙ୍କଠାରୁ ତାହା ଅସୁଲ କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବାର ୨ବର୍ଷ ବିତିବାକୁ ବସିଲାଣି। ହେଲେ ଏହାର ଉଦ୍ଦେଶ୍ୟ ସଫଳ ହୋଇପାରୁ ନାହିଁ। ନୂଆ ଗାଡ଼ିରେ ଆସୁଥିବା ନମ୍ବର ପ୍ଲେଟ୍‌କୁ ଅତି ସହଜରେ ବଦଳାଯାଇ ପାରୁଛି। ଏହାକୁ ଗାଡ଼ି ମାଲିକମାନେ ବାହାର କରି ନିଜ ମନମୁତାବକ ନମ୍ବର ପ୍ଲେଟ୍‌ ଲଗାଇ ବୁଲୁଛନ୍ତି। ଏହାକୁ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ମଧ୍ୟ କରାଯାଉ ନାହିଁ।
ଅନ୍ୟପକ୍ଷରେ ପୁରୁଣା ଗାଡ଼ିଗୁଡ଼ିକରେ ନମ୍ବର ପ୍ଲେଟ୍‌ ମଧ୍ୟ ବଦଳା ଯାଉନାହିଁ। ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇବାକୁ ରାଜ୍ୟ ସରକାର ୨୦୧୯ରେ ଟେଣ୍ଡର ଆହ୍ବାନ କରିଥିଲେ। ଟେଣ୍ଡର ପାଇଥିବା କମ୍ପାନୀ ନମ୍ବର ପ୍ଲେଟ୍‌ ଲଗାଇବା ବାବଦରେ ଅଧିକ ଅର୍ଥ ଦାବି କରିବାରୁ ରାଜ୍ୟ ସରକାର ଟେଣ୍ଡରକୁ ରଦ୍ଦ କରି ଦେଇଥିଲେ। ସମ୍ପୃକ୍ତ ଘରୋଇ ସଂସ୍ଥା ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲା। ହାଇକୋର୍ଟ।
ଉକ୍ତ ଘରୋଇ ସଂସ୍ଥା ସପକ୍ଷରେ ରାୟ ଦେବାରୁ ସରକାର ସୁପ୍ରିମକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରାୟ ୨ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ମାମଲାର ଶୁଣାଣି ହୋଇପାରୁ ନାହିଁ। ଫଳରେ ପୁରୁଣା ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଯାଇପାରୁ ନାହିଁ। ଏହି ଯୋଜନା ଏକପ୍ରକାର ବିଫଳ ହୋଇଛି। ନୂଆ ଗାଡ଼ିରେ ଲାଗୁଥିବା ନମ୍ବର ପ୍ଲେଟ୍‌ ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାହକମାନେ ଅଭିଯୋଗ କରୁଛନ୍ତି। କମ୍‌ ଦିନ ମଧ୍ୟରେ ଲେଖାହୋଇଥିବା ନମ୍ବର ଲିଭିଯାଉଛି। ଦେଶର ସୁରକ୍ଷା ସହ ଏହି ବ୍ୟବସ୍ଥା ଜଡ଼ିତ ଥିଲେ ମଧ୍ୟ ପରିବହନ ବିଭାଗ ଏହାକୁ ହାଲୁକା ଭାବେ ନେଉଛି। ଅନ୍ୟପକ୍ଷରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଦାୟିତ୍ୱ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ବାହାର ରାଜ୍ୟର ଭେଣ୍ଡର ହାତେଇ ନେଇଥିବାରୁ ରାଜ୍ୟରେ ନମ୍ବର ପ୍ଲେଟ୍‌ ଲେଖି ଚଳୁଥିବା ପ୍ରାୟ ୩୦ ହଜାର ଲୋକ ଜୀବିକା ହରାଇଛନ୍ତି। ସେମାନଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୨ଲକ୍ଷ ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇ ଯାଇଛି। ନମ୍ବର ପ୍ଲେଟ୍‌ ବ୍ୟବସାୟ କରି ଚଳୁଥିବା ରାଜେନ୍ଦ୍ର ନାଥ କହିଛନ୍ତି, ଘରୋଇ କମ୍ପାନୀକୁ ପୋଷିିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରିଛନ୍ତି। ନମ୍ବର ପ୍ଲେଟ୍‌ ଲେଖି ଦୁଇପଇସା ରୋଜଗାର କରୁଥିଲୁ। ଗତ ୨ବର୍ଷ ହେବ ଏହି ବେଉସା ବନ୍ଦ ହୋଇଗଲାଣି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆମ ହାତରେ କିଛି ନାହିଁ। ସୁପ୍ରିମକୋର୍ଟରେ ଥିବା ମାମଲାକୁ ତ୍ୱରାନ୍ବିତ କରିବାକୁ ସରକାରୀ ଓକିଲଙ୍କୁ ରାଜ୍ୟ ସରକାର ଏକ ରିମାଇଣ୍ଡର ଦେଇଛନ୍ତି। ମାମଲାର ରାୟ ପ୍ରକାଶ ପାଇବା ପରେ ପୁରୁଣା ଗାଡ଼ିରେ ନମ୍ବର ପ୍ଲେଟ୍‌ ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?