ଭଙ୍ଗା ଟାଇଲ ଛପର ଘରେ ହାଇସ୍କୁଲ ଚାଲିଛି

ନୂଆଗାଁ,୧୨।୬ (ଡି.ଏନ.ଏ.): ସରକାର ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ନୂତନ ଜ୍ଞାନକୌଶଳରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନୂଆଗାଁ ବ୍ଲକରେ ଥିବା ହାଇସ୍କୁଲର ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହା ଫଳରେ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତରେ ଦୀର୍ଘ ୨୯ ବର୍ଷ ଧରି ଟାଇଲ ଛପର ଘରେ ଚାଲିଛି ହାଇସ୍କୁଲ ପାଠପଢ଼ା।
ନୂଆଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଜାକେଡ଼ା ପଞ୍ଚାୟତର କନ୍ଧଖାଲମଡ଼ା, ସିମିଳିସାହି, ମଣ୍ଡାଡ଼ିହ, ଜାକେଡ଼ା, କୁଟିବାରି ଆଦି ଗ୍ରାମର ଛାତ୍ରୀଛାତ୍ରଙ୍କ ଶିକ୍ଷାର ସୁବିଧା ଦୃଷ୍ଟିରୁ ୧୯୯୪ରେ ଜାକେଡ଼ା ଗ୍ରାମପଞ୍ଚାୟତ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ଅଞ୍ଚଳବାସୀଙ୍କ ସହାୟତାରେ ସ୍କୁଲ ପାଇଁ କାଠ ବ୍ୟବହାର କରି ଗୋଟିଏ ଅଫିସ ଗୃହ, ୨ଟି ଶ୍ରେଣୀ ପାଇଁ ୨ଟି ଟାଇଲ ଛପର ଗୃହ ନିର୍ମାଣ କରାଯାଇଥିଲା, ଯାହା ଅଦ୍ୟାବଧି ରହିଛି। ଚଳିତ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ୩୦ ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଦଶମରେ ୪୦ ଛାତ୍ରୀଛାତ୍ର ଅଛନ୍ତି। ଦୀର୍ଘବର୍ଷର ଘର ହେତୁ ସେଥିରେ ବ୍ୟବହାର କରାଯାଇଥିବା କାଠସବୁ ପୋକ ଖାଇ ଖତରା ହୋଇଗଲାଣି। ତେଣୁ ଟାଇଲ ଛପରକୁ ରଖିବା ପାଇଁ ଶ୍ରେଣୀଗୃହ ଓ ବାରଣ୍ଡାରେ କାଠବହ୍ଲା ଦିଆଯାଇଛି। ବର୍ଷାହେଲେ ପାଣି ଗଳୁଛି। ଘରର ସ୍ଥିତି ଦେଖିଲେ ଶ୍ରେଣୀଗୃହରେ ବସି ପାଠ ପଢ଼ିବା ତ ଦୂରର କଥା ଭିତରକୁ ଯିବାକୁ ମଧ୍ୟ ଡର ଲାଗିବ। ଜୀବନକୁ ଜଳାଞ୍ଜଳି ଦେଇ ବିପଦକୁ ଆଖିରେ ଦେଖୁଥିଲେ ମଧ୍ୟ ସେଠାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର। ସ୍କୁଲ ପାଇଁ ପକ୍କାଘରଟିଏ ନିର୍ମାଣ କରିବା ନିମନ୍ତେ ଅଞ୍ଚଳବାସୀ, ସ୍କୁଲ ପରିଚାଳନା କମିଟି, ଶିକ୍ଷୟିତ୍ରୀଶିକ୍ଷକମାନେ ବାରମ୍ବାର ପ୍ରଶାସନ ଓ ନେତାମାନଙ୍କୁ ଗୁହାରି କରୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି ହେଲେ ଗୃହ ନିର୍ମାଣ କରିବାକୁ ଅନୁଦାନ ମିଳୁନାହିଁ। ଗୋଟିଏ ପଟେ ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ରୂପାନ୍ତର କରି ସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ, କମ୍ପ୍ୟୁଟର ରୁମ୍‌, ବିଜ୍ଞାନାଗାର, ଇ-ଲାଇବ୍ରେରି ଆଦି ନିର୍ମାଣ କରିବା ସହ ରଙ୍ଗ ବେରଙ୍ଗରେ ସ୍କୁଲଗୁଡିକୁ ସଜଡ଼ା ଯାଉଛି। ଅନ୍ୟପକ୍ଷେ ସ୍କୁଲର ମୌଳିକ ଆବଶ୍ୟକତାକୁ ଅଣଦେଖା କରିବା ସରକାରଙ୍କ ଶିକ୍ଷାନୀତିକୁ ଉପହାସ କଲାଭଳି ମନେହୁଏ। ତେବେ ଜାକେଡା ପଞ୍ଚାୟତ ହାଇସ୍କୁଲର ଗୃହ ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ଇଚ୍ଛାଶକ୍ତିର ଅଭାବ ନା ସ୍କୁଲଗୃହ ନିର୍ମାଣ ଲାଗି ସରକାରଙ୍କ ନିକଟରେ ଅର୍ଥର ଅଭାବ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲ ଗୃହ ପାଇଁ ଅନୁଦାନ ବାବଦରେ ନୂଆଗଁା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀଙ୍କୁ ପଚାରିବାରେ ସରକାର ସବୁ ହାଇସ୍କୁଲକୁ ୫ଟି ଯୋଜନାରେ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଗୃହ ନିର୍ମାଣ ପାଇଁ କୌଣସି ଅନୁଦାନ ଦିଆଯାଇନାହିଁ ବୋଲି ଏବିଇଓ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?