Posted inଫୁରସତ

ମହିଳାଙ୍କ ପାଇଁ ନୁହେଁ ପୁରୁଷଙ୍କ ଉଦ୍ଦିଷ୍ଟ ଥିଲା ହାଈ ହିଲ୍ସ

ସବୁ ମହିଳାଙ୍କର ପସନ୍ଦ ହାଈ ହିଲ୍‌ ସୁଜ। ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ହାଈ କ୍ଲାସ୍‌ର ଫିଲିଂ ବି ଦିଏ। କାହିଁ କେବେଠାରୁ ମହିଳାମାନେ ହାଈ ହିଲ୍ସ ପିନ୍ଧି ଆସୁଛନ୍ତି। ଆଉ ଏହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ହାଈ ହିଲ୍ସର ଇତିହାସ କହେ ଏହା ପ୍ରଥମେ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ମହିଳାଙ୍କ ପାଇଁ ନୁହେଁ। ସର୍ବପ୍ରଥମେ ଯୁଦ୍ଧ ଓ ଘୋଡାଚାଳନା କରିବା ସମୟରେ ଗୋଡ ନ ଖସି ଭଲରେ ଜାବୁଡି ଧରି ରହିବା ପାଇଁ ହାଈ ହିଲ୍‌ ଜୋତା ପୁରୁଷଙ୍କ ପାଇଁ ତିଆରି ହୋଇଥିଲା । ଏହାର ବ୍ୟବହାର ପ୍ରଥମେ ୧୦ମ ଶତାବ୍ଦିରେ ହୋଇଥିଲା। ପର୍ସିୟା ସାମ୍ରାଜ୍ୟର ପୁରୁଷ ପ୍ରଥମେ ଏହାକୁ ଯୁଦ୍ଧ ସମୟରେ ପିନ୍ଧୁଥିଲେ। ୧୫୯୯ରେ ଯେବେ ପର୍ସିୟାର ରାଜା ଶାହ ଅବ୍ବାସ ନିଜ ରାଜଦୂତକୁ ୟୁରୋପ ପଠାଇଥିଲେ ସେତେବେଳେ ତାଙ୍କ ସହ ହାଈ ହିଲ୍ସ ୟୁରୋପରେ ପହଞ୍ଚତ୍ଥିଲା। ଏହାପରେ ପରେ ହାଈ ହିଲ୍ସ ସାରା ପୃଥିବୀରେ ବ୍ୟାପିବାକୁ ଲାଗିଲା। ଏହାକୁ ଧନୀକ ଶ୍ରେଣୀର ବ୍ୟକ୍ତି ଓ ରାଜାମାନେ ପିନ୍ଧିବାର ସଉକ ପାଲଟିଯାଇଥିଲା। ଫ୍ରାନ୍ସର ଶାସକ ଲୁଇସ୧୪ ତ ୧୦ ଇଞ୍ଚର ହାଈ ହିଲ୍ସ ପିନ୍ଧୁଥିଲେ ବୋଲି କୁହାଯାଏ। କାରଣ ତାଙ୍କର ଉଚ୍ଚତା ମାତ୍ର ୫ ଫୁଟ୍‌ ୪ ଇଞ୍ଚ ଥିଲା। ଏହାପରେ ୧୭୪୦ରେ ପ୍ରଥମେ ମହିଳାମାନେ ହାଈ ହିଲ୍ସ ପିନ୍ଧିବା ଆରମ୍ଭ କଲେ। ଆଉ ଧୀରେ ଧୀରେ ଏହା ଉପରେ ସମ୍ପୂର୍ଣ୍ଣଭାବେ କବ୍‌ଜା କରିନେଲେ। ୫୦ ବର୍ଷ ଭିତରେ ଏହା ପୁରୁଷଙ୍କ ପାଦରୁ ସମ୍ପୂର୍ଣ୍ଣଭାବେ ଉଭାନ ହୋଇ ମହିଳାଙ୍କର ପାଲଟିଗଲା। ସମୟ ବଦଳିବା ସହ ଏହାର ଆକାର ଓ ଡିଜାଇନ୍‌ରେ ପରିର୍ତ୍ତନ ଆସିଛି। ଆଉ ଏବେ ଗବେଷଣା କହୁଛି ହାଈ ହିଲ୍ସ ଅଧିକ ପିନ୍ଧିଲେ ମେରୁଦଣ୍ଡ ହାଡ ଉପରେ କୁପ୍ରଭାବ ପଡିଥାଏ। ତେଣୁ ଏହାକୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?