‘ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଯାଉଛି’

ଭୁବନେଶ୍ବର,୧୩ା୯(ବ୍ୟୁରୋ):ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ୍‌। ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି, ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ସରକାରୀ କଳ ଓ ଖଣି ମାଲିକମାନେ ମିଳିମିଶି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଯିବା ଫଳରେ ଜରିମାନା କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୪୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୧୦ ଲକ୍ଷ ଟନ୍‌ରେ ୪୧୦ କୋଟି କ୍ଷତି ହୋଇଛି ବୋଲି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।
ଅପରାଜିତା ସୋମବାର ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ସେହିପରି ଲମ୍ପ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୬୨ କୋଟି ଓ ୧୦ ଲକ୍ଷ ଟନ୍‌ରେ ୬୨୦ କୋଟି ଟଙ୍କା କ୍ଷତି ହୋଇଛି। ନିମ୍ନମାନର ଲୁହାପଥର ଦର୍ଶାଇ ରପ୍ତାନି ହେବାରୁ ଏକ୍ସପୋର୍ଟ ଡ୍ୟୁଟି କମିଛି। ନିମ୍ନମାନର ଉତ୍ପାଦନ ଦ୍ୱାରା ବିକ୍ରି ମୂଲ୍ୟ ମଧ୍ୟ କମିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ କମ୍‌ ପରିମାଣର ନିମ୍ନମାନର ଲୁହାପଥର ବାହାରିଥିଲା, ନିଲାମ ପରେ ୨୦୨୧-୨୨ରେ ସେହିସବୁ ଖଣିରୁ ନିମ୍ନମାନର ଲୁହାପଥର ଅଧିକ ପରିମାଣରେ ବାହାରିଲା। ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଶନଙ୍କ ରିପୋର୍ଟରୁ ରାଜ୍ୟରେ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ହୋଇଥିବା ନେଇ ଜଣାପଡ଼ିଥିଲା। ରାଜ୍ୟ ସରକାର ଏନେଇ ଅବଗତ ଥିଲେ, ହେଲେ ଶାହା କମିଶନଙ୍କ ରିପୋର୍ଟକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇଥାନ୍ତେ, ରାଜ୍ୟର ରାଜସ୍ବ ବଢ଼ିଥାଆନ୍ତା। ୨୦ଟି ଘରୋଇ ଖଣିରେ ଦୁର୍ନୀତି ସମ୍ପର୍କିତ ତଥ୍ୟ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି। ଏହାସହ ୬ଟି ଖଣିରେ ଦୁର୍ନୀତି ସମ୍ପର୍କରେ ତଥ୍ୟ ଦେଇଛି,ବାକି ୧୪ଟି ଖଣିର ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବି ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି, ଖଣି ନିଲାମି ଓ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି। ଏଥିପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟ ପ୍ରଶଂସା କରିଛନ୍ତି। ଏବର୍ଷ ଆମେ ୫୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରିଛୁ। ଅପରାଜିତାଙ୍କୁ ଅନୁରୋଧ ସେ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟକୁ ଏ ବିଷୟରେ ପଚାରନ୍ତୁ ବୋଲି ମନ୍ତ୍ରୀ ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri