ଷ୍ଟେଟ୍‌ବ୍ୟାଙ୍କ ପରିସରରୁ ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ଆରଡି, ୩୧।୧୦(ଡି.ଏନ.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡି ଷ୍ଟେଟବ୍ୟାଙ୍କ ପରିସରରେ ଥିବା ଏଟିଏମ୍‌କୁ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ଭାଙ୍ଗିଦେଇଛନ୍ତି। ହେଲେ ସେମାନେ ଟଙ୍କା ନେବାରେ ବିଫଳ ହୋଇଛନ୍ତି। ତେବେ ରବିବାର ବ୍ୟାଙ୍କ ଛୁଟି ରହିଥିବା ସୁଯୋଗରେ ଦୁର୍ବୃତ୍ତମାନେ ଏପରି କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲେ ।

ସୂଚନାନୁଯାୟୀ, ବ୍ୟାଙ୍କ ସମ୍ମୁଖରେ ଥିବା ୨ଟି ସିସି କ୍ୟାମେରା ସହ ଆଲାରାମ୍‌କୁ ସେମାନେ ଭାଙ୍ଗି ଦେଇଛନ୍ତି । ଏଥିସହିତ ସେମାନେ ଏକ ଗ୍ୟାସ କଟର ମେଶିନ, ଏକ ଗ୍ୟାସ ସିଲିଣ୍ଡର, ଲାଇଟର, ସେପ୍ଟି ମାଚିସ ଇତ୍ୟାଦି ଛାଡି ଚାଲି ଯାଇଛନ୍ତି । ଖବର ପାଇ ସଂପୃକ୍ତ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅୟସକାନ୍ତ ମାଝୀ ବ୍ୟାଙ୍କରେ ପହଞ୍ଚି ଚୋରି ହୋଇ ନ ଥିବା ସୂଚନା ଦେଇଛନ୍ତି । ଆରଡି ଫାଣ୍ଡି ପୋଲିସ ଦୁର୍ବୃତ୍ତ ଛାଡିଥିବା ସମସ୍ତ ସାମଗ୍ରୀକୁ ଜବତ କରିଛି । ସିଲିଣ୍ଡରରୁ ଗ୍ୟାସ ସରିଯାଇଥିବାରୁ ଟଙ୍କା ନେବାରେ ସକ୍ଷମ ହୋଇନଥିବା ବ୍ରାଞ୍ଚ ମ୍ୟାନେଜର କହିଛନ୍ତି। ତେବେ ଆରଡି ପୋଲିସ ଫାଣ୍ଡିର ୫୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କ ପରିସରରୁ ଏଟିଏମ୍‌ ଭଙ୍ଗାଯାଇଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri