Posted inଫୁରସତ

ଏଠାରେ ରହିଛି ପାରଶ ମଣି: ଯାହାକୁ ଛୁଇଁଲେ ହୋଇଯିବ ସୁନା

ଭୋପାଳ, ୧୦।୮: ଏଭଳି ଦୁର୍ମୂଲ୍ୟ ମଣି ରହିଛି ଏହାକୁ ଯେଉଁଥିଲେ ସ୍ପର୍ଶ କଲେ ତାହା ସୁନାରେ ପରିଣତ ହୋଇଯିବ। ଏନେଇ ବହୁ କାହାଣୀ ରହିଛି। ତେବେ ମଧ୍ୟପ୍ରଦେଶର ରାଇସେନ ଦୁର୍ଗରେ ଏବେ ବି ପାରଶ ନାମକ ଏହି ଦୁର୍ମୂଲ୍ୟ ମଣି ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥାଏ। ମଧ୍ୟଯୁଗରେ ରାଇସେନ ଏକ ସୁଦୃଢ଼ ଅଞ୍ଚଳ ଭାବେ ପରିଚିତି ହାସଲ କରିଥିଲା। ଏଠାକାର ରାଜାଙ୍କ ପାଖରେ ଧନର ଅଭାବ ନ ଥିଲା। ପ୍ରଜାମାନେ ସୁଖରେ ରହୁଥିଲେ। ରାଜାଙ୍କ ପାଖରେ ପାରଶ ମଣିଥିବାରୁ ସେ ଯେତେବେଳେ ଚାହୁଁଥିଲେ ଧନ ସମ୍ପତ୍ତି ଠୁଳ କରିପାରୁଥିଲେ। ବହୁ ଯୁଦ୍ଧରେ ମଧ୍ୟ ରାଜା ବିଜୟୀ ହୋଇଥିଲେ। ତାଙ୍କ ପାଖରେ ପାରଶ ମଣିଥିବାରୁ ଧୀରେଧୀରେ ଶତ୍ରଙ୍କୁ ସଂଖ୍ୟା ବଢ଼ି ଚାଲିଲା। ବାବରଙ୍କ ସୈନ୍ୟ ମଣି ପାଇଁ ଦୁର୍ଗର ରାଜାଙ୍କ ସହିତ ଯୁଦ୍ଧ କରିଥିବା କୁହାଯାଏ। ଏକ ଯୁଦ୍ଧ ସମୟରେ ରାଜାଙ୍କର ହୃଦବୋଧ ହେଲା ଯେ, ସେ ଯୁଦ୍ଧରେ ବିଜୟୀ ହେବା କଷ୍ଟକର ତେଣୁ ସେ ପାଖରେ ରଖିଥିବା ପାରଶ ମଣିକୁ ରାଇସେନ ଦୁର୍ଗରେ ଥିବା ପୋଖରୀରେ ପିଙ୍ଗି ଦେଇଥିଲେ। କେହି କେହି କୁହନ୍ତି ରାଜା ଏହାକୁ ଦୁର୍ଗରେ କେଉଁଠି ପୋତି ଦେଇଥିଲେ। ତେଣୁ ବେଳେବେଳେ ସ୍ଥାନୀୟ ଲୋକେ ଦୁର୍ଗ ଭିତରରେ ମଣି ଲୋଭରେ ଖୋଳାଖୋଳି କରିଥାନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମଣି କାହାକୁ ମିଳିନାହିଁ। ମଣିର ରହସ୍ୟ କେବଳ ରହସ୍ୟ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri