ସ୍ବାମୀଙ୍କୁ ଥାନାରେ ହଟହଟା କଲେ ୨ ସ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ନିଜ ସମ୍ପର୍କରେ ମିଛ କଥା କହି ବିବାହ କରୁଥିଲେ। ମିଛ ପ୍ରତିଶ୍ରୁତି ଦେଇ ସମସ୍ତ ସମ୍ପତ୍ତି ଲୁଟିନେବା ପରେ ଆଉଜଣଙ୍କୁ ସ୍ତ୍ରୀ କରୁଥିଲେ। ଏମିତି ୩ଜଣଙ୍କୁ ବିବାହ କରିଥିବା ସ୍ବାମୀଙ୍କୁ ଶେଷରେ ଥାନାରେ ହଟହଟା ହେବାକୁ ପଡିଛି। ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଉଥିବାବେଳେ ଦୁଇଜଣ ସ୍ତ୍ରୀ ତାଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିବା ସହ ଟଣାଓଟରା ଓ ଠେଲାପେଲା କରିଛନ୍ତି। ବୁଧବାର ମଞ୍ଚେଶ୍ୱର ଥାନାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ୨ଟି ପୃଥକ ମାମଲା (ନଂ. ୩୮୪, ୩୮୫/୨୧) ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଦତ୍ତପୁର ଗ୍ରାମର ଆଲୋକ ଜେନା। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଆଲୋକ ୧୪ବର୍ଷ ତଳେ ରସୁଲଗଡରେ ରୀନା ଜେନାଙ୍କୁ ବିବାହ କରି ତାଙ୍କ ଘରେ ରହିଥିଲେ। କିଛିଦିନ ପରେ ସେମାନେ ପଳାଶୁଣୀରେ ଆସି ରହିଥିଲେ। ହେଲେ ସ୍ବାମୀ ଆଲୋକ ନିର୍ଯାତନା ଦେବାରୁ ରୀନା ତାଙ୍କ ବାପଘରକୁ ଚାଲି ଆସିଥିଲେ। ପୁଣି କିଛିଦିନ ପରେ ଆଲୋକ ତାଙ୍କ ପାଖରେ ଆସି ରହିଥିଲେ। ସ୍ବାମୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ରୀନା ଋଣ କରି ତାଙ୍କୁ ଅଟୋ ଓ କାର୍‌ କିଣାଇ ଦେଇଥିଲେ। ଉଭୟଙ୍କର ୨ଟି ପୁଅ ମଧ୍ୟ ଥିଲା। ୭ ବର୍ଷ ପରେ ଆଲୋକ ରୀନାଙ୍କୁ ଛାଡି ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀବିହାରର ଅନୀତା ସେଠୀଙ୍କୁ ବିବାହ କରିଥିଲେ। ସେହି ସମୟରେ ଆଲୋକ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା ମିଛରେ କହିଥିଲେ। ସେମାନେ ୫ବର୍ଷ ହେଲା ସାଲିଆ ସାହିରେ ରହିଥିଲେ। ଗତ ଅକ୍ଟୋବରରେ ସେ ତାଙ୍କଠୁ ଗାଡି ସମେତ ସୁନାଗହଣା ନେଇ ଛାଡି ପଳାଇଥିଲେ। ସେ ଆଉ ଜଣେ ଝିଅକୁ ବିବାହ କରି ସତ୍ୟବିହାରସ୍ଥିତ ତାଙ୍କ ଭଉଣୀଘରେ ରହୁଥିଲେ। ଏନେଇ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ଜାଣିବା ପରେ ତାଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ଅନୀତା ମହିଳା ସଂଘ କର୍ମକର୍ତ୍ତାଙ୍କ ସହ ବୁଧବାର ଏନେଇ ଥାନାରେ ଅଭିଯୋଗ କରିବା ପୋଲିସ ସ୍ବାମୀଙ୍କୁ ଉଠାଇ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri