ସ୍ବାମୀଙ୍କୁ ଥାନାରେ ହଟହଟା କଲେ ୨ ସ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ନିଜ ସମ୍ପର୍କରେ ମିଛ କଥା କହି ବିବାହ କରୁଥିଲେ। ମିଛ ପ୍ରତିଶ୍ରୁତି ଦେଇ ସମସ୍ତ ସମ୍ପତ୍ତି ଲୁଟିନେବା ପରେ ଆଉଜଣଙ୍କୁ ସ୍ତ୍ରୀ କରୁଥିଲେ। ଏମିତି ୩ଜଣଙ୍କୁ ବିବାହ କରିଥିବା ସ୍ବାମୀଙ୍କୁ ଶେଷରେ ଥାନାରେ ହଟହଟା ହେବାକୁ ପଡିଛି। ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଉଥିବାବେଳେ ଦୁଇଜଣ ସ୍ତ୍ରୀ ତାଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିବା ସହ ଟଣାଓଟରା ଓ ଠେଲାପେଲା କରିଛନ୍ତି। ବୁଧବାର ମଞ୍ଚେଶ୍ୱର ଥାନାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ୨ଟି ପୃଥକ ମାମଲା (ନଂ. ୩୮୪, ୩୮୫/୨୧) ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଦତ୍ତପୁର ଗ୍ରାମର ଆଲୋକ ଜେନା। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଆଲୋକ ୧୪ବର୍ଷ ତଳେ ରସୁଲଗଡରେ ରୀନା ଜେନାଙ୍କୁ ବିବାହ କରି ତାଙ୍କ ଘରେ ରହିଥିଲେ। କିଛିଦିନ ପରେ ସେମାନେ ପଳାଶୁଣୀରେ ଆସି ରହିଥିଲେ। ହେଲେ ସ୍ବାମୀ ଆଲୋକ ନିର୍ଯାତନା ଦେବାରୁ ରୀନା ତାଙ୍କ ବାପଘରକୁ ଚାଲି ଆସିଥିଲେ। ପୁଣି କିଛିଦିନ ପରେ ଆଲୋକ ତାଙ୍କ ପାଖରେ ଆସି ରହିଥିଲେ। ସ୍ବାମୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ରୀନା ଋଣ କରି ତାଙ୍କୁ ଅଟୋ ଓ କାର୍‌ କିଣାଇ ଦେଇଥିଲେ। ଉଭୟଙ୍କର ୨ଟି ପୁଅ ମଧ୍ୟ ଥିଲା। ୭ ବର୍ଷ ପରେ ଆଲୋକ ରୀନାଙ୍କୁ ଛାଡି ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀବିହାରର ଅନୀତା ସେଠୀଙ୍କୁ ବିବାହ କରିଥିଲେ। ସେହି ସମୟରେ ଆଲୋକ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା ମିଛରେ କହିଥିଲେ। ସେମାନେ ୫ବର୍ଷ ହେଲା ସାଲିଆ ସାହିରେ ରହିଥିଲେ। ଗତ ଅକ୍ଟୋବରରେ ସେ ତାଙ୍କଠୁ ଗାଡି ସମେତ ସୁନାଗହଣା ନେଇ ଛାଡି ପଳାଇଥିଲେ। ସେ ଆଉ ଜଣେ ଝିଅକୁ ବିବାହ କରି ସତ୍ୟବିହାରସ୍ଥିତ ତାଙ୍କ ଭଉଣୀଘରେ ରହୁଥିଲେ। ଏନେଇ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ଜାଣିବା ପରେ ତାଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ଅନୀତା ମହିଳା ସଂଘ କର୍ମକର୍ତ୍ତାଙ୍କ ସହ ବୁଧବାର ଏନେଇ ଥାନାରେ ଅଭିଯୋଗ କରିବା ପୋଲିସ ସ୍ବାମୀଙ୍କୁ ଉଠାଇ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri