ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ହରିୟାଣାର ରୋହତକସ୍ଥିତ ପିଜିଆଇଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ହେପାଟାଇଟିସ୍‌-ସି ଲାଗି ବ୍ୟବହାର କରାଯାଉଥିବା ଔଷଧ କରୋନ ସଂକ୍ରମଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏନେଇ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲେଜି ବିଭାଗର ମୁଖ୍ୟ ପ୍ରଫେସର ଡ. ପ୍ରବୀଣ ମାଲହୋତ୍ରା ସୂଚନା ଦେଇଛନ୍ତି। ଗତ ୫ ଧରି ହେପାଟାଇଟସ୍‌-ବି ଏବଂ ସି ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରିବା ପରେ ଏହାର ରିପୋର୍ଟ ପ୍ରକାଶ ପାଇଛି। ଦେଢ଼ ହଜାର ଲୋକଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ଜଣାପଡ଼ିଥିଲା ଯେ, ହେପାଟାଇଟିସ୍‌ ଔଷଧ ନେଇଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଥାଏ। ଏବେ ଏହି ରିପୋର୍ଟକୁ ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲଙ୍କ ପାଖକୁ ପଠାଯାଇଛି। କରୋନା ସଂକ୍ରମଣ ଲାଗି ବ୍ୟବହୃତ ହେଉଥିବା ରେମିଡିସିଭିର୍‌ ଠାରୁ ହେପାଟାଇଟିସ୍‌ ଔଷଧ ଅଧିକ ଉପଯୋଗୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ସେପାଟାଇଟିସ୍‌ ସମସ୍ୟା କ୍ଷେତ୍ରରେ ସୋଫାବୁବିର୍‌ ସହିତ ଲାଡିପାସଭିର୍‌ ଏବଂ ଡାସାବୁଭିର୍‌ ମିଳିତ ଭାବେ ଆକ୍ରାନ୍ତଙ୍କୁ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ଅନ୍‌ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି

ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ...

ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୨୨।୫-ଝାରସୁଗୁଡ଼ା ଜିଲାକୁ ପୁଣି ଥରେ କରୋନା ଫେରିଛି । ପୂର୍ବରୁ ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।...

ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍‌ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।...

ପିଲା ପାଠ ପଢ଼ୁ ନାହିଁ କି ତା’ହେଲେ ଆପଣାନ୍ତୁ ଏହି ଉପାୟ

ସବୁ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ...

‘ଆକବରଙ୍କ ଭଳି ମହାନ ପ୍ରଧାନମନ୍ତ୍ରୀ ମୋଦି’

ଭୋପାଳ,୨୦।୫: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରଛନ୍ତି। ମୋଦି...

ଗତ ୨୪ଘଣ୍ଟାରେ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୭,୧୧୪ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି। ପୂର୍ବାପେକ୍ଷା ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଆମେରିକା, ବ୍ରାଜିଲ ପରେ ଏବେ ଭାରତ...

ରୁଟିରେ ଗୁଆଘିଅ ଲଗାଇ ଖାଇଲେ ଓଜନ କମିବ

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। ହେଲେ ଆଜିକାଲିର ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌...

‘ଭାରତ ଯୋଡୋ ଯାତ୍ରା’ରୁ ମିଳିଥିବା ଲାଭକୁ ଭୋଟରେ ପରିବର୍ତ୍ତନ କରିବା ସହଜ ନୁହେଁ: ଥରୁର

ନୂଆଦିଲ୍ଲୀ,୩୦ ।୧୨: କଂଗ୍ରେସ ନେତା ଶଶି ଥରୁର ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଗୁରୁବାର କଂଗ୍ରେସର ‘ଭାରତ ଯୋଡୋ...

Advertisement
Archives

Model This Week