ଅସହାୟ ଆଦିବାସୀ

ଢେଙ୍କାନାଳ ଅଫିସ, ୨୪।୭

ଉପେକ୍ଷିତ ହେବେନାହିଁ ଆଦିବାସୀ। ବଣଡଙ୍ଗରରେ ରହୁଥିବା ବନବାସୀଙ୍କୁ ମୁଖ୍ୟସ୍ରୋତକୁ ଅଣାଯିବ। ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ ହେବେ ସେମାନେ। ସେମାନଙ୍କୁ ହାତପାଆନ୍ତାରେ ମିଳିବ ସର୍ବନିମ୍ନ ମୌଳିକ ସୁବିଧା। ପ୍ରକୃତି କୋଳରେ ବଢ଼ି ପ୍ରକୃତିରୁ ଜୀବନ ଜୀବିକାର ବାଟ ଖୋଜୁଥିବା ଆଦିବାସୀ ପରିବାର ପାଇଁ ସରକାରଙ୍କ ଏଭଳି ଗଦା ଗଦା ପ୍ରତିଶ୍ରୁତି। ତେବେ ଶିଳ୍ପବହୁଳ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଦେଓଗଁା ପଞ୍ଚାୟତର ମହୁଲଖୋଳି ଗ୍ରାମରେ ରହୁଥିବା ୭ ଆଦିବାସୀ ପରିବାରର ଦୁର୍ଦ୍ଦଶାର ଦୟନୀୟ ଚିତ୍ର ଦେଖିଲେ ସବୁ ଯୋଜନା ଯୋଜନ ଦୂରରେ ରହିଯାଇଥିବା ସ୍ପଷ୍ଟ ବାରିହୋଇପଡୁଛି।
ମହୁଲଖୋଳି ଗ୍ରାମରେ ବାସ କରନ୍ତି ଶବର ସମ୍ପ୍ରଦାୟର ୭ ଆଦିବାସୀ ପରିବାର। ମୋଟ ସଦସ୍ୟଙ୍କ ସଂଖ୍ୟା ୨୨। ପୂର୍ବରୁ ଯାଯାବର ଜୀବନଯାପନ କରୁଥିବା ଏହି ପରିବାର ୧୦ ବର୍ଷ ହେଲା ମହୁଲଖୋଳିକୁ ସ୍ଥାୟୀ ଆବାସ ଭାବେ ବାଛି ନେଇଛନ୍ତି। ହେଲେ ସେମାନଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା। ଭୂମିହୀନ ପରିବାରକୁ ଜାଗା ଯୋଗାଇଦେବା ନିୟମ ଥିବାବେଳେ ଏଥିରୁ ବଞ୍ଚତ୍ତ ହୋଇ ରହିଛନ୍ତି ସେମାନେ। ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପଡ଼ି ଥିବାରୁ ସରକାରୀ ଜମିରେ ଝାଟିମାଡ଼ି କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ହାତୀପ୍ରବଣ ଉକ୍ତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କୁ ଧରି ବିପଦପୂର୍ଣ୍ଣ ଜୀବନ ଜିଉଛନ୍ତି। ସାମାନ୍ୟ ବର୍ଷା ପବନ ହେଲେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ଆଧାର କାର୍ଡ, ଜାତିଗତ ପ୍ରମାଣପତ୍ର ନ ଥିବାରୁ ସେମାନେ ଆବାସ ଯୋଜନା ତାଲିକାଭୁକ୍ତ ହୋଇପାରୁନାହାନ୍ତି। ଆବଶ୍ୟକ କାଗଜପତ୍ର ହୋଇ ପାରୁ ନ ଥିବାରୁ ସୁଲଭ ରାଶନ ମଧ୍ୟ ମିଳୁନାହିଁ। ଫଳରେ କରୋନା ମହାମାରୀ ସମୟରେ ସମ୍ପୃକ୍ତ ଆଦିବାସୀ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। କେତେଜଣ ପୁରୁଷ ବ୍ୟକ୍ତି ପାରମ୍ପରିକ ଘୁଡୁକି ବଜାଇ ଗଁା ଗଁା ବୁଲି ମାଗି ଯାଚି ଦାନା ଯୋଗାଡ଼ କରୁଥିବାବେଳେ ମହିଳାମାନେ ଛାଞ୍ଚୁଣି, ଖଡ଼ିକା ଝାଡୁ ତିଆରି କରି ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି। ଶିକ୍ଷାର ଅଭାବ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ କାକୁତି ମିନତି ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ରାମ ପଧାନ, ଦାସ ପଧାନ, କାହ୍ନୁ ପଧାନ, ପଦିଆ ପଧାନ, ସିନ୍ଧୁଆ ପଧାନ, ଅଭି ପଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ କୁହନ୍ତି, ସମ୍ପୃକ୍ତ ଆଦିବାସୀ ପରିବାର ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ। ବ୍ଲକ ଯୋଗାଣ ବିଭାଗ ମାର୍କେଟିଂ ଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା କୁହନ୍ତି, ୭ ଆଦିବାସୀ ପରିବାର ରାଶନ ସାମଗ୍ରୀ ପାଉ ନ ଥିବା ସୂଚନା ମିଳିଛି। ଖୁବଶୀଘ୍ର ଆଧାର କାର୍ଡ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ।
ଆମ ଦୁଃଖ କେହି ଶୁଣୁନାହାନ୍ତି
ଦୀର୍ଘ ୧୦ ବର୍ଷ ହେଲା ପଞ୍ଚାୟତରେ ବାସ କରୁଛୁ। ଲେଖିପଢ଼ି ଜାଣି ନ ଥିବାରୁ ସରକାରୀ ଯୋଜନା ବିଷୟରେ ଜାଣିପାରୁନୁ। ଘର ନାହିଁ। କୁଡ଼ିଆ କରି ରହୁଛୁ। ଚାଉଳ ମିଳୁନି। ଜାତିଗତ ପ୍ରମାଣପତ୍ର ମଧ୍ୟ ନାହିଁ।
ଆମ ଦୁଃଖ କେହି ଶୁଣୁନାହାନ୍ତି।
-ରାମ ପଧାନ, ଗ୍ରାମବାସୀ
ଓଳିଏ ଖାଇଲେ ଦି ଓଳି ଓପାସ
ଘର ଘର ବୁଲି ମାଗିଯାଚି ଆଣିଲେ ପରିବାର ଲୋକଙ୍କ ପେଟକୁ ଦାନା ଯାଏ। ଓଳିଏ ଖାଇଲେ ଦି ଓଳି ଓପାସ ରହୁଛ। ଆଧାର କାର୍ଡ ନ ଥିବାରୁ ସରକାରଙ୍କ ରାଶନ ସାମଗ୍ରୀ ମିଳୁନାହିଁ। ଝାଟିମାଟି କୁଡ଼ିଆ ଘରେ ଜୀବନକୁ ପାଣି ଛଡ଼ାଇ ରହୁଛୁ।
-ପଦ୍ମା ପଧାନ, ଗ୍ରାମବାସୀ
ଅଧିକାର କ୍ଷୁଣ୍ଣ ହୋଇଛି
ଜନମଙ୍ଗଳ ରାଷ୍ଟ୍ରରେ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍ୱ। ହେଲେ ମହୁଲଖୋଳି ଗ୍ରାମର ୭ ଆଦିବାସୀ ପରିବାର ଏଥିରୁ ବଞ୍ଚତ୍ତ ହେବା ଅମାନବୀୟ ଘଟଣା। ଏଥିରେ ସେମାନଙ୍କ ଅଧିକାର କ୍ଷୁଣ୍ଣ ହୋଇଛି। ଏଥିରୁ ଗରିବଙ୍କ ପ୍ରତି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ କେତେ ଉତ୍ତରଦାୟିତ୍ୱ ରହିଛି, ତାହା ସହଜରେ ଅନୁମେୟ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?