Posted inଜାତୀୟ

ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…

ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬ ବର୍ଷର ଝିଅଙ୍କୁ ହତ୍ୟା କରି ଛୁରୀରେ ପୁଅ ଯୁବରାଜଙ୍କୁ ଆକ୍ରମଣ କରିଥିଲେ। ପୁଅ ବଞ୍ଚିଛି ଏବଂ ତାଙ୍କୁ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟା ପରେ ଏହି ବ୍ୟକ୍ତି ମଧ୍ୟ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଦିଲ୍ଲୀ ମେଟ୍ରୋରେ କାମ କରୁଥିଲେ। ସେ କାହିଁକି ଏପରି କଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏବଂ ପୋଲିସ ଏହାର ଅନୁସନ୍ଧାନ କରୁଛି। ପୋଲିସର ତଦନ୍ତରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିଛି।

ଅନୁସନ୍ଧାନରେ ଏହା ମଧ୍ୟ ସାମ୍ନାକୁ ଆସିଛି ଏହି ବ୍ୟକ୍ତି କମ୍ପ୍ୟୁଟରରେ କିପରି ଫାଶୀ ଦେଇ ହେବ ତାହା ସର୍ଚ୍ଚ କରିଥିଲେ। ଡିସିପି ଶାହଦରା ରୋହିତ ମୀନା ମଙ୍ଗଳବାର କହିଛନ୍ତି ପଶ୍ଚିମ ବିନୋଦ ନଗରରେ ଅବସ୍ଥିତ ଡିଏମଆରସି ଡିପୋରେ ସୁଶୀଲ ଜଣେ ସୁପରଭାଇଜର ଥିଲେ। ସ୍ତ୍ରୀ ଅନୁରାଧା, ଝିଅ ଆଦିତି ଏବଂ ପୁଅ ଯୁବରାଜଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହା ପରେ ସେ ନିଜକୁ ଫାଶୀ ଦେଇଥିଲେ। ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଯୁବରାଜ ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ସୁଶୀଲଙ୍କୁ ତାଙ୍କ ବନ୍ଧୁଙ୍କଠାରୁ କଲ ଆସିଥିବା କୁହାଯାଉଛି। ସେ ପଚାରିଲେ ତୁମେ କାହିଁକି ଡ୍ୟୁଟିକୁ ଆସିନାହଁ? ଏହାର ଉତ୍ତରରେ ସୂଶୀଲ କହିଥିଲେ ହ୍ୟାଲୋ ମୁଁ ମୋ ଘରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଦେଇଛି ଏବଂ ବର୍ତ୍ତମାନ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି। ଏହା ପରେ ତାଙ୍କ ବନ୍ଧୁ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଦିଲ୍ଲୀ ପୋଲିସ ପିସିଆର କଲ ପାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ରାସ୍ତାରେ ରହୁଥିବା ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri