Posted inଜାତୀୟ

ହିନ୍ଦୁ ସଂଗଠନର ଶୋଭାଯାତ୍ରା ପାଇଁ ନୁହରେ କଡ଼ା ସୁରକ୍ଷା

ନୁହ(ହରିୟାଣା),୨୯ା୮: ହରିୟାଣାର ନୁହଠାରେ ସର୍ବଜାତୀୟ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ଅଞ୍ଚଳ ସୁରକ୍ଷା ବଳ ଛାଉଣୀରେ ପରିଣତ ହୋଇଥିବାବେଳେ ଚାରିଆଡ଼ ଖାଁଖାଁ ଲାଗୁଛି। ନୁହରେ ଦଙ୍ଗାନିରୋଧୀ ଯାନ ଏବଂ ଡ୍ରୋନ୍‌ ମୁତୟନ ହୋଇଛି। ନଲ୍‌ହାରସ୍ଥିତ ଶିବମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ସୋମବାର ୧୫ ଜଣ ସନ୍ଥ ଓ ଧର୍ମୀୟ ନେତାଙ୍କୁ ଛଡ଼ାଯାଇଛି। ଜୁଲାଇ ୩୧ ଧର୍ମୀୟ ଶୋଭାଯାତ୍ରା ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହେବା ପରେ ଜିଲା କର୍ତ୍ତୃପକ୍ଷ ସୋମବାର ଶୋଭାଯାତ୍ରା ପାଇଁ ଅନୁମତି ଦେଇନାହାନ୍ତି। ତେବେ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଅନ୍ୟ ଅଞ୍ଚଳରେ ଥିବା ମନ୍ଦିରରେ ପୂଜା ପାଇଁ ଅନୁମତି ମିଳିଥିଲା। ନୁହକୁ ଯାଉଥିବା କେତେଜଣ ସନ୍ଥଙ୍କୁ ଗୁରୁଗ୍ରାମଠାରେ ପୋଲିସ ଅଟକ ରଖିଛି। ଦିଲ୍ଲୀ-ଗୁରୁଗ୍ରାମ ଜାତୀୟ ରାଜପଥରେ ୫ଟି ବଡ଼ ଚେକ୍‌ ପଏଣ୍ଟ ସ୍ଥାପନ କରାଯାଇଛି। ଏପରିକି ଗଣମାଧ୍ୟମ ଗାଡ଼ିକୁ ମଧ୍ୟ ତୃତୀୟ ଚେକ୍‌ପଏଣ୍ଟ ଟପିବାକୁ ଦିଆଯାଉ ନାହିଁ। ଅଯୋଧ୍ୟାରୁ ଆସିଥିବା ହିନ୍ଦୁ ସନ୍ଥ ଜଗତଗୁରୁ ପରମହଂସ ଆଚାର୍ଯ୍ୟଙ୍କ ଗାଡ଼ିକୁ ସୋହନା ନିକଟବର୍ତ୍ତୀ ଘମ୍ରୋଜ ଟୋଲ୍‌ ପ୍ଲାଜା ନିକଟରେ ଅଟକାଯାଇଛି। ନଲହାର ମନ୍ଦିରରେ ଜଳାଭିଷେକ ଲାଗି ସନ୍ଥ ଓ ତାଙ୍କ ଲୋକମାନେ ସରଯୁ ନଦୀରୁ ଜଳ ଓ ଅଯୋଧ୍ୟା ମାଟି ଆଣିଥିଲେ ବୋଲି କହିବା ସହ ଅଟକ ବିରୋଧରେ ଟୋଲ ପ୍ଲାଜା ନିକଟରେ ଅନଶନରେ ବସିଛନ୍ତି। ସତର୍କତା ପଦକ୍ଷେପ ସ୍ବରୂପ ନୁହ ଜିଲା ପ୍ରଶାସନ ସୋମବାର ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କଗୁଡ଼ିକୁ ବନ୍ଦ ରଖିଥିଲା। ସେହିପରି ମୋବାଇଲ ଇଣ୍ଟରନେଟ୍‌ ସେବା ଏବଂ ଏସ୍‌ଏମ୍‌ଏସ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସାମ୍ପ୍ରଦାୟିକ ସମ୍ବେଦନଶୀଳ ଏହି ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବାହାର ଲୋକଙ୍କୁ ଜିଲାରେ ପ୍ରବେଶ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri