୩ ଘଣ୍ଟା ପ୍ରବଳରୁ ଅତିପ୍ରବଳ ଛେଚିବ: ଘଡ଼ଘଡ଼ି ସହ ବର୍ଷା ନେଇ…

ଭୁବନେଶ୍ୱର,୧୮।୯: ଟୁଇନ ସିଟରେ ପ୍ରବଳ ଛେଚିବ। ବୁଧବାର ପାଣିପାଗକେନ୍ଦ୍ର ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି ହୋଇଛି।
ଟୁଇନ ସିଟି ସମେତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ୱାର୍ନିଂ ଜାରି ହୋଇଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ ଥର ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ବୃଦ୍ଧିପାଇ ମଙ୍ଗଳବାର ମଧ୍ୟାହ୍ନରେ ବିପଦସଂକେତ ୧୦.୩୬ମିଟର ଟପି ରାତି ୮ଟା ୩୦ ସୁଦ୍ଧା ୧୧.୪ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ବନ୍ୟାଜଳ ଦୁଇ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ସହ ମୟୂରଭଞ୍ଜର କେତେକ ପଞ୍ଚାୟତରେ ଉଣା ଅଧିକେ ପାଣି ପ୍ରବେଶ କରିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ଦୁଇ ମେଦିନୀପୁର ଜିଲାର ଉଦବୃତ୍ତ ବର୍ଷା ଓ ବନ୍ୟାଜଳ ଭୋଗରାଇ ଏବଂ ଜଳେଶ୍ୱର ତଳି ଅଞ୍ଚଳରେ ପ୍ରବେଶ କରି ସ୍ଥିତିକୁ ବିଗାଡି ଦେଇଛି।

ବ୍ଲକର ୨୦ ପଞ୍ଚାୟତର ଶତାଧିକ ଗାଁ ବନ୍ୟା ପ୍ଲାବିତ ହୋଇଥିବାରୁ ଜୀବନଜୀବିକା ଦୁର୍ବିଷହ ହୋଇଛି। ଭୋଗରାଇର ଗୋଟିଏ ଗାଁରୁ ଅନ୍ୟ ଗାଁ ବିଚ୍ଛିନ୍ନ ହୋଇଥିବା ବେଳେ ମୁଖ୍ୟ ଓ ଗ୍ରାମରାସ୍ତାଗୁଡିକ ପାଣିରେ ବୁଡିଯାଇ ପାଣିର ସ୍ରୋତ ଛୁଟୁଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡ଼ଙ୍ଗା ବା କଦଳୀଭେଳା ଏକମାତ୍ର ସାହା ହୋଇଛି। ସୁବର୍ଣ୍ଣରେଖା ଦୁର୍ବଳ ନଦୀବନ୍ଧରେ ସେଚ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସେଚ ବିଭାଗର କନିଷ୍ଠଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଚିତ୍ତରଞ୍ଜନ ସିଅଳ କହିଛନ୍ତି। ସମସ୍ତ ସେଚ କର୍ମଚାରୀଙ୍କୁ ସତର୍କ ରହିବାକୁ ସେଚ ବିଭାଗର ଏସ୍‌ଇ ନବ କୁମାର ମହାଳିକ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ଯୋଗୁ ତହସିଲ, ବ୍ଲକ, ସେଚ, ଡ୍ରେନେଜ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀର ଛୁଟି ବାତିଲ କରି ବନ୍ୟାଞ୍ଚଳରେ ଲୋକଙ୍କୁ ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓ ବ୍ଲକ ଚେୟାରମ୍ୟାନ ପ୍ରବୀର କୁମାର ଗିରି ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କୁ ଅବିଳମ୍ବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସରକାରଙ୍କଠାରେ ଦାବି କରିଥିଲେ। ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲାପାଳ ପ୍ରଥମେଶ ସିରକେ, ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା ବନ୍ୟାସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ବାଲିଆପାଳ ବ୍ଲକର ୧୫ଟି ପଞ୍ଚାୟତରେ ବନ୍ୟା ପାଣି ପଶିଛି। ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri