Posted inଜାତୀୟ

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଏନେଇ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହରେ ଦେଶର ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତ ଯଥା, ଗୁଜରାଟ, ହରିୟାଣା, ରାଜସ୍ଥାନ, ପଞ୍ଜାବରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଚଳିତ ବର୍ଷ ଏହି ରାଜ୍ୟଗୁଡ଼ିକରେ ସର୍ବାଧିକ ତାପମାତ୍ରା ୩୫.୯ ଡିଗ୍ରୀ ସେଲସିୟସ୍‌ରୁ ୩୭.୭୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତେବେ ଏପ୍ରିଲ ମାସ ଭଳି ମେ’ ମାସରେ ମଧ୍ୟ ସମାନ ତାପମାତ୍ରା ରହିବ ବୋଲି ସେ କହିଛନ୍ତି। ମେ’ ମାସରେ ଦେଶର ଦକ୍ଷିଣ ଉପଦ୍ୱୀପ ଅଞ୍ଚଳକୁ ଛାଡ଼ିଦେଲେ ବିଭିନ୍ନ ରାଜ୍ୟରେ ରାତିରେ ଅଧିକ ଗରମ ଅନୁଭୂତ ହେବ। ସେହିପରି ଆସନ୍ତା ମାସରେ ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ରାଜସ୍ଥାନ, ଗୁଜରାଟ ଆଦି କିଛି ରାଜ୍ୟରେ ମେ’ ମାସରେ ବର୍ଷାର ପରିମାଣ କମ୍‌ ରହିବ। ଦେଶରେ ଗତମାସରେ ୮୯ ପ୍ରତିଶତ କମ୍‌ ପରିମାଣ ବର୍ଷା ହୋଇଥିବା ବେଳେ ଏପ୍ରିଲରେ ୮୩% କମ୍‌ ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟର ଦ୍ୱାରସ୍ଥ ହେଲା ‘ଭିଭୋ’

ନୂଆଦିଲ୍ଲୀ,୮।୭: ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ‘ଭିଭୋ ଇଣ୍ଡିଆ’। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପ୍ରତିବାଦରେ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ।...

‘ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୬।୧୦:ଲଖିମ୍‌ପୁର ଖେରି ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏହି ଘଟଣାକୂ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି ଯେ, ଏତେ ଭିଡ଼...

ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ

ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ...

ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷଠାରୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ହେବ ସାମିଲ…

ନୂଆଦିଲ୍ଲୀ,୧୫।୧୨ : ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪...

୩ ସାଙ୍ଗ ଚାକିରି ଛାଡି କଲେ ଏମିତି କାମ, ସମସ୍ତଙ୍କ ପାଇଁ ସାଜିଲେ ଉଦାହରଣ

କରୋନା ସମୟରେ ଯୁବକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। କିଏ ଚାକିରି ପାଇବାକୁ ନେଇ ତ ଆଉ କିଏ ଚାକିରି ଚାଲିଯିବା ଭୟରେ ଅଛନ୍ତି।...

ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଏବଂ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।...

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ...

ଆଜି ନ୍ୟାୟ ହୋଇଛି: ମୋଦି

ନୂଆଦିଲ୍ଲୀ,୨୦।୩: ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ଜଣ...

Advertisement
Archives

Model This Week