ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…

କ୍ୱିଭ୍‌/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେହିପରି ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଛି। ଉଭୟପକ୍ଷ ସୈନ୍ୟ ଏବଂ ସାଧାରଣ ଲୋକଙ୍କ ରକ୍ତରେ ମାଟି ଭିଜିଛି। ଇନଷ୍ଟିଚ୍ୟୁଟ ଫର୍‌ ଷ୍ଟଡି ଅଫ ୱାର୍‌ ଅନୁଯାୟୀ, ଏପ୍ରିଲ ୧୮ ସୁଦ୍ଧା ଭିତ୍ତିଭୂମି ଦୃଷ୍ଟିରୁ ୟୁକ୍ରେନ ପ୍ରାୟ ୮ ହଜାର ୪୮୦ କୋଟି ଡଲାର ହରାଇଛି।

ଅର୍ଥନୀତି ମନ୍ତ୍ରଣାଳୟ ଏବଂ କ୍ୱିଭ୍‌ ସ୍କୁଲ ଅଫ ଇକୋନୋମିକ୍ସ ଆକଳନ କରିଛି ଯେ ଯଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ କ୍ଷତିକୁ ମିଶାଯାଏ ତେବେ କ୍ଷତିର ପରିମାଣ ୫୬ ହଜାର ୪୦୦ କୋଟି ରୁ ୬୦ ହଜାର କୋଟି ଡଲାର ପର୍ଯ୍ୟନ୍ତ ହୋଇପାରେ।

ଏପ୍ରିଲ ୧୮ କେଏସ୍‌ଇ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ୫୪ ହଜାର ୨୩ କିଲୋମିଟର ସଡ଼କ, ୩୭ ହଜାର ବର୍ଗ ମିଟର ରିଅଲ ଇଷ୍ଟେଟ ନଷ୍ଟ ହୋଇଛି। ଯୁଦ୍ଧରେ ୬୮ ପ୍ରଶାସନିକ କୋଠା, ୨୭୭ ବ୍ରିଜ ଏବଂ ବ୍ରିଜ କ୍ରସିଂ, ୧୧ ଟି ସାମରିକ ଏୟାରଫିଲ୍ଡ, ୧୭ ଟି ବିମାନବନ୍ଦର ଏବଂ ୨ ଟି ବନ୍ଦର ନଷ୍ଟ ହୋଇଯାଇଛି।

ମିଳିତ ଜାତିସଂଘର ଆକଳନରୁ ଜଣାପଡିଛି ଯେ ଫେବୃଆରୀ ୨୪ ରୁ ଏପ୍ରିଲ ୨୩ ମଧ୍ୟରେ ୫୧ ଲକ୍ଷ ୮୬ ହଜାର ୭୪୪ ଲୋକ ୟୁକ୍ରେନ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ପୋଲାଣ୍ଡକୁ ଯାଇଛନ୍ତି। ଏହା ବ୍ୟତୀତ ୭୭୪,୦୯୪ ଶରଣାର୍ଥୀ ରୋମାନିଆ, ୫୭୮,୨୫୫ ରୁଷିଆ, ୪୮୯,୭୫୪ ହଙ୍ଗେରୀ, ୪୩୩,୨୧୪ ମୋଲଡୋଭା, ୩୫୪,୩୨୯ ସ୍ଲୋଭାକିଆ, ୨୪,୦୮୪ ବେଲାରୁଷରେ ଆଶ୍ରୟ ପାଇଁ ପହଞ୍ଚିଛନ୍ତି।

ଆକଳନରୁ ଜଣାପଡିଛି ଯେ ୨୪ ଫେବୃଆରୀ ୨୦୨୨ ଭୋର୍‌ ୪ ଟାରୁ ୨୧ ଏପ୍ରିଲ ୨୦୨୨ ର ମଧ୍ୟରାତ୍ରି ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ୫ ହଜାର ୩୮୧ ଜଣ ଆହତ ହୋଇଛନ୍ତି। ୨ ହଜାର ୪୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭୪୬ ପୁରୁଷ, ୪୬୯ ମହିଳା, ୪୮ବାଳିକା, ୬୬ ବାଳକ ଏବଂ ୭୦ ଛୋଟ ପିଲା ଅଛନ୍ତି। ମୃତକଙ୍କ ମଧ୍ୟରେ ୧୦୩୬ ଜଣ ବୟସ୍କ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ

କାଲିଫର୍ଣ୍ଣିଆ,୧୧।୪: ଟେସ୍‌ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି।...

ମହିଳାଙ୍କ ପାଇଁ ଆଦର୍ଶ ଥିଲେ ସୁଷମା: ଇଭାଙ୍କା ଟମ୍ପ୍‌

ଓ୍ବାଶିଂଟନ୍‌, ୮।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। କେବଳ ଭାରତରେ ନୁହେଁ,...

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର...

ୟୁରୋପ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଓ୍ବାଶିଂଟନ୍‌ରେ ଜରୁରୀକାଳିନ ଘୋଷଣା

ଓ୍ବାଶିଂଟନ୍‌,୧୨।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଧିରେ ଧିରେ ନିଜର କାୟା ବିସ୍ତାର କରଚାଲିଛି। ଏଥିଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା...

ପୁଣିଥରେ ୟୁକ୍ରେନ ରାଡାରରେ କ୍ରିମିୟା ବ୍ରିଜ, ଆକ୍ରମଣରେ ମାତା-ପିତା ମୃତ, ଝିଅ ଗୁରୁତର

କ୍ୱିଭ,୧୭।୭: ରୁଷିଆ କବଜାରେ ଥିବା କ୍ରିମିୟା ବ୍ରିଜ ଉପରେ ପୁଣିଥରେ ୟୁକ୍ରେନ ଆକ୍ରମଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଏହି ବ୍ରିଜ...

କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ

କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା...

ମାରିଆପୋଲରେ ହଜାରେରୁ ଊର୍ଦ୍ଧ୍ୱ ୟୁକ୍ରେନ ସୈନ୍ୟ କଲେ ଆତ୍ମସମର୍ପଣ: ଦାବି କଲା ରୁଷିଆ

କ୍ୱିଭ୍‌,୧୩।୪: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୦ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଯୁଦ୍ଧ ଥମି ନ ଥିବା ବେଳେ ବେଳକୁ ବେଳ ରୁଷିଆ ଆକ୍ରମଣାତ୍ମକ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୩୫ ସାଧାରଣ ଲୋକ ଏବଂ ୮୦ ଆତଙ୍କବାଦୀ ନିହତ

ଓଗାଡୋଗୁୁ,୨୫।୧୨: ଉତ୍ତର ବୁର୍କିନା ଫାସୋରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୮୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ସାଧାରଣ ଲୋକ ମଧ୍ୟ ନିହତ...

Advertisement
Archives

Model This Week