ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…

କ୍ୱିଭ୍‌/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେହିପରି ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଛି। ଉଭୟପକ୍ଷ ସୈନ୍ୟ ଏବଂ ସାଧାରଣ ଲୋକଙ୍କ ରକ୍ତରେ ମାଟି ଭିଜିଛି। ଇନଷ୍ଟିଚ୍ୟୁଟ ଫର୍‌ ଷ୍ଟଡି ଅଫ ୱାର୍‌ ଅନୁଯାୟୀ, ଏପ୍ରିଲ ୧୮ ସୁଦ୍ଧା ଭିତ୍ତିଭୂମି ଦୃଷ୍ଟିରୁ ୟୁକ୍ରେନ ପ୍ରାୟ ୮ ହଜାର ୪୮୦ କୋଟି ଡଲାର ହରାଇଛି।

ଅର୍ଥନୀତି ମନ୍ତ୍ରଣାଳୟ ଏବଂ କ୍ୱିଭ୍‌ ସ୍କୁଲ ଅଫ ଇକୋନୋମିକ୍ସ ଆକଳନ କରିଛି ଯେ ଯଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ କ୍ଷତିକୁ ମିଶାଯାଏ ତେବେ କ୍ଷତିର ପରିମାଣ ୫୬ ହଜାର ୪୦୦ କୋଟି ରୁ ୬୦ ହଜାର କୋଟି ଡଲାର ପର୍ଯ୍ୟନ୍ତ ହୋଇପାରେ।

ଏପ୍ରିଲ ୧୮ କେଏସ୍‌ଇ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ୫୪ ହଜାର ୨୩ କିଲୋମିଟର ସଡ଼କ, ୩୭ ହଜାର ବର୍ଗ ମିଟର ରିଅଲ ଇଷ୍ଟେଟ ନଷ୍ଟ ହୋଇଛି। ଯୁଦ୍ଧରେ ୬୮ ପ୍ରଶାସନିକ କୋଠା, ୨୭୭ ବ୍ରିଜ ଏବଂ ବ୍ରିଜ କ୍ରସିଂ, ୧୧ ଟି ସାମରିକ ଏୟାରଫିଲ୍ଡ, ୧୭ ଟି ବିମାନବନ୍ଦର ଏବଂ ୨ ଟି ବନ୍ଦର ନଷ୍ଟ ହୋଇଯାଇଛି।

ମିଳିତ ଜାତିସଂଘର ଆକଳନରୁ ଜଣାପଡିଛି ଯେ ଫେବୃଆରୀ ୨୪ ରୁ ଏପ୍ରିଲ ୨୩ ମଧ୍ୟରେ ୫୧ ଲକ୍ଷ ୮୬ ହଜାର ୭୪୪ ଲୋକ ୟୁକ୍ରେନ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ପୋଲାଣ୍ଡକୁ ଯାଇଛନ୍ତି। ଏହା ବ୍ୟତୀତ ୭୭୪,୦୯୪ ଶରଣାର୍ଥୀ ରୋମାନିଆ, ୫୭୮,୨୫୫ ରୁଷିଆ, ୪୮୯,୭୫୪ ହଙ୍ଗେରୀ, ୪୩୩,୨୧୪ ମୋଲଡୋଭା, ୩୫୪,୩୨୯ ସ୍ଲୋଭାକିଆ, ୨୪,୦୮୪ ବେଲାରୁଷରେ ଆଶ୍ରୟ ପାଇଁ ପହଞ୍ଚିଛନ୍ତି।

ଆକଳନରୁ ଜଣାପଡିଛି ଯେ ୨୪ ଫେବୃଆରୀ ୨୦୨୨ ଭୋର୍‌ ୪ ଟାରୁ ୨୧ ଏପ୍ରିଲ ୨୦୨୨ ର ମଧ୍ୟରାତ୍ରି ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ୫ ହଜାର ୩୮୧ ଜଣ ଆହତ ହୋଇଛନ୍ତି। ୨ ହଜାର ୪୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭୪୬ ପୁରୁଷ, ୪୬୯ ମହିଳା, ୪୮ବାଳିକା, ୬୬ ବାଳକ ଏବଂ ୭୦ ଛୋଟ ପିଲା ଅଛନ୍ତି। ମୃତକଙ୍କ ମଧ୍ୟରେ ୧୦୩୬ ଜଣ ବୟସ୍କ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?