କରୋନା ଟିକା ଯୋଗୁ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କଠାରେ ବୃଦ୍ଧି ପାଉଛି ହାର୍ଟ ଆଟାକ୍‌ ସମସ୍ୟା: ସର୍ଭେ ରିପୋର୍ଟ…

ଫ୍ଲୋରିଡା/ନୂଆଦିଲ୍ଲୀ,୮।୧୦ : କରୋନା ଏଆରଏନଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ଏଥି ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ। ବିଶେଷ ଭାବରେ ୧୮ ରୁ ୩୯ ବର୍ଷ ବୟସ୍କ ପୁରୁଷମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ତେଣୁ ହାର୍ଟ ସମସ୍ୟା ଥିବା ଲୋକେ କରୋନା ଟିକା ନେବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆମେରିକା ଫ୍ଲୋରିଡାର ସର୍ଜନ ଜେନେରାଲ ଡାକ୍ତର ଜୋଶେଫ ଏ ଲାଡାପୋ କହିଛନ୍ତି, ଏବେ ଆମେ କୋଭିଢ-୧୯ ଏମଆରଏନଏ ଟିକା ଉପରେ ବିଶ୍ଳେଷଣ ଜାରି କରିଛୁ। ଏନେଇ ଜନସାଧାରଣ ସଚେତନ ହେବା ଆବଶ୍ୟକ। ଏହି ବିଶ୍ଳେଷଣରୁ ଜଣାପଡିଥିବା ସତ୍ୟକୁ ଲୁଚାଇ ରଖାଯାଇପାରିବ ନାହିଁ ବୋଲି ଟୁଇଟ କରି ସେ କହିଛନ୍ତି।

ଫ୍ଲୋରିଡା ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଏକ ସ୍ବୟଂ ନିୟନ୍ତ୍ରିତ କେସ ସିରିଜ ମାଧ୍ୟମରେ ଏହି ବିଶ୍ଳେଷଣ କରାଯାଇଥିଲା, ଯାହା ଟିକା ସୁରକ୍ଷାକୁ ଆକଳନ କରିବା ପାଇଁ ମୂଳତଃ ବିକଶିତ ହୋଇଥିଲା।

ଅଧ୍ୟୟନରୁ ଜଣାପଡିଛି ଯେ ଏମଆରଏନଏ ଟିକା ନେବାର ୨୮ ଦିନ ମଧ୍ୟରେ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟରେ ହୃଦ ସମ୍ବନ୍ଧୀୟ ମୃତ୍ୟୁର ଘଟଣାରେ ୮୪ ପ୍ରତିଶତ ବୃଦ୍ଧି ଘଟିଛି।

ପୂର୍ବରୁ ମାୟୋକାର୍ଡାଇଟିସ ଏବଂ ପେରିକାର୍ଡାଇଟିସ ଭଳି ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ଟିକା ନେବା ବିଷୟରେ ବିଚାର କରିବା ସମୟରେ ଅଧିକ ସତର୍କ ହେବା ଉଚିତ ଏବଂ ସେମାନଙ୍କ ଡାକ୍ତରଙ୍କ ସହ ଆଲୋଚନା କରିବା ଜରୁରୀ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଥିରେ ଦର୍ଶାଯାଇଛି ଅଣ- ଏମଆରଏନଏ ଟିକାଗୁଡ଼ିକରେ ଏହି ସମସ୍ୟା ବୃଦ୍ଧି ହେବାର ଆଶଙ୍କା ନାହିଁ। ଟିକାକରଣ ସମେତ ଯେକୌଣସି ଔଷଧର ସୁରକ୍ଷା ଏବଂ କାର୍ଯ୍ୟକାରିତା ଅଧ୍ୟୟନ କରିବା ଜନସ୍ବାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ସର୍ଜନ ଜୋଶେଫ କହିଛନ୍ତି।

ଟିକାକରଣରେ ନିରାପତ୍ତା ପ୍ରତି ପ୍ରକୃତପକ୍ଷେ କମ ଧ୍ୟାନ ଦିଆଯାଇଛି ଏବଂ ଅନେକ ବ୍ୟକ୍ତିଙ୍କ ଚିନ୍ତାଧାରାକୁ ଖଣ୍ଡନ କରାଯାଇଛି। ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଯାହା ଫ୍ଲୋରିଡାବାସୀମାନଙ୍କୁ ଜଣାଇ ଦିଆଯିବ। ଯାହାଦ୍ୱାରା ସେମାନେ ଟିକା ନେବା ପୂର୍ବରୁ ବିଶେଷ ସତର୍କତା ଅବଲମ୍ବନ କରି ପାରିବେ।

ଏପରିସ୍ଥଳେ, ଭାରତର ପ୍ରଥମ ଏମଆରଏନଏ କରୋନା ଟିକା ଜେନୋଭା କମ୍ପାନୀର ଜେମ୍‌କୋଭାକ୍‌-୧୯ ଜରୁରୀକାଳୀନ ବ୍ୟବହାର ପାଇଁ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି। ଟିକା ସୁରକ୍ଷା, ପ୍ରତିରୋଧକ କ୍ଷମତା ଏବଂ ସହନଶୀଳତାକୁ ଆକଳନ କରିବାକୁ କମ୍ପାନୀ ପକ୍ଷରୁ ୪ ହଜାର ଲୋକଙ୍କ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଡାଟା ପରୀକ୍ଷା କରିଛି। ଭାରତର ଡ୍ରଗ ରେଗୁଲେଟର ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଖୁବ ଶୀଘ୍ର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବ ବୋଲି ଆଶା କରାଯାଉଛି।

ଜେନୋଭା କମ୍ପାନୀର ଅଧିକାରୀଙ୍କ ଅନୁଯାୟୀ, ପରୀକ୍ଷା ତଥ୍ୟ ଦର୍ଶାଇଛି ଯେ ଟିକା ସୁରକ୍ଷିତ ଏବଂ ସହନଶୀଳ ବୈଶିଷ୍ଟ୍ୟ ଯୁକ୍ତ। ୨ ସପ୍ତାହ ପୋଷ୍ଟ-ଡୋଜରେ ଆକଳନ କରାଯାଇଥିବା ପ୍ରତିରୋଧକ କ୍ଷମତା ଦର୍ଶାଇଛି ଯେ ଜେମକୋଭାକ-୧୯ କୋଭିଶିଲ୍ଡ ଠାରୁ କୌଣସି ଗୁଣରେ କମ ନୁହେଁ। ଏହାର ଦୁଇ-ଡୋଜ ଟିକାକୁ ୨୮ ଦିନ ବ୍ୟବଧାନରେ ନେବାକୁ ମଧ୍ୟ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri