ବାଣୀ ଶୁଣିଲୁ

ଅକ୍ଟୋବର ୨୦ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ପାର୍ବଣ ଆସୁଥିବାରୁ ଲୋକମାନଙ୍କୁ କୋଭିଡ୍‌-୧୯ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ୭ ମାସ ମଧ୍ୟରେ ସପ୍ତମ ଥର ପାଇଁ ଟେଲିଭିଜନ ଜରିଆରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଲାବେଳେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକ ଲୋକେ ଯେଭଳି ପୂର୍ବରୁ ସହଯୋଗ କରିଆସୁଥିଲେ ତାହାକୁ ବଜାୟ ରଖିବାକୁ ବାର୍ତ୍ତା ଦେଇଛନ୍ତି।
କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶ ଓ ରାଜ୍ୟର ଦୁଇ ନେତାଙ୍କ କଥାକୁ ସମସ୍ତେ ମାନିବା ଦରକାର। ତେବେ ଏଭଳି ବାଣୀ ଗଣମାଧ୍ୟମରୁ ଶୁଣି ଶୁଣି ଲୋକେ ମନେ ରଖିସାରିଲେଣି। ବାସ୍ତବରେ ଏସବୁ କଥା ଶୁଣେଇବା ପରିବର୍ତ୍ତେ ଚିକିତ୍ସା ବ୍ୟବସ୍ଥାକୁ କିଭଳି ଉନ୍ନତ କରାଯାଇଛି ତାହାର ରିପୋର୍ଟ ଦେଇଥିଲେ ଭଲ ହୋଇଥାଆନ୍ତା। ଅଦ୍ୟାବଧି ଏହି ଭୂତାଣୁକୁ ମାରିବା ଲାଗି ଔଷଧ ବାହାରି ନାହିଁ କି ଟିକା ଆସିନାହିଁ। ପ୍ରଧାନମନ୍ତ୍ରୀ କହୁଛନ୍ତି, ଟିକା ତିଆରି ପାଇଁ ଦେଶରେ ବୃହତ୍‌ ବ୍ୟବସ୍ଥା ରହିଛି। ଦେଖିବାକୁ ଗଲେ ସେହି ଟିକା ପ୍ରସ୍ତୁତ ଲାଗି କେଉଁଠାରୁ ଜ୍ଞାନକୌଶଳ ଆସିବ ତାହା କୁହାଯାଉ ନାହିଁ। ବରଂ ରୁଷିଆର ସ୍ଫୁଟନିକ୍‌ ଟିକାକୁ ଭାରତର ଲୋକଙ୍କ ଉପରେ ପ୍ରୟୋଗ କରିବା ଲାଗି ଅନୁମତି ଦିଆଯାଇଛି। ସେହି ଟିକାକୁ ରୁଷିଆ ସରକାର ତା’ ନିଜ ଦେଶବାସୀ ଉପରେ କାହିଁକି ପରୀକ୍ଷା କଲା ନାହିଁ, ତାହାର କୌଣସି ସ୍ପଷ୍ଟୀକରଣ ଆମ ସରକାର ଦେଉନାହିଁ। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଏକଦା ଅନେକ ଔଷଧ ଓ ଟିକା ପରୀକ୍ଷା ଲାଗି ଆଫ୍ରିକୀୟ ମହାଦେଶର ଲୋକଙ୍କୁ ବଛାଯାଉଥିଲା। କିନ୍ତୁ ସେସବୁ ଦେଶରେ କଡ଼ା ଆଇନ ଅଣାଯିବା ପରେ ଭାରତୀୟଙ୍କୁ ଟାର୍ଗେଟ କରାଯାଇଛି। ଏଠାକାର ଅଶିକ୍ଷିତ ଓ ପଛୁଆ ଲୋକେ ଏହି ପ୍ରକ୍ରିୟାରେ ସାମିଲ ହୋଇଗଲେ ସେମାନଙ୍କଠାରେ କିଭଳି ପାର୍ଶ୍ୱ ପ୍ରତିକ୍ରିୟା ହେବ ତାହାକୁ ଜାଣି ନାହାନ୍ତି। ତେବେ ଲୋକେ ଯେତେବେଳେ ଟିକା ପାଇବେ ସେମାନଙ୍କ ଉପରେ ନଜର ରଖି ତାହାର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯିବ। କିନ୍ତୁ ସେତେବେଳକୁ ସେହି ପ୍ରକ୍ରିୟାରେ ଅନେକ ଜୀବନ ଚାଲିଯାଇଥିବ। ଫଳରେ କିଏ ଅନ୍ଧ ହେବେ ତ କିଏ କାଲା ପାଲଟିବେ କିମ୍ବା ଅନ୍ୟାନ୍ୟ ରୋଗ କାହାକୁ କାବୁ କରିପାରେ। ଏ ବିଷୟକୁ ନେତୃବୃନ୍ଦ ଧ୍ୟାନ ନ ଦେଇ ବାହାଦୁରି ନେବାକୁ ଆଗଭର ହେଉଛନ୍ତି। ସାଧାରଣତଃ କୌଣସି ଟିକା ପ୍ରସ୍ତୁତ କରିବା ସକାଶେ ଦୀର୍ଘବର୍ଷ ଲାଗିଯାଇଥାଏ। ତତ୍‌କ୍ଷଣାତ ଟିକା ବାହାର କରି ଲୋକଙ୍କୁ ଦେବା ଲାଗି ହେଉଥିବା ପ୍ରୟାସ ବିପଦ ଆଣିପାରେ ବୋଲି ଅନେକେ ଭାବୁଛନ୍ତିି। ଆଜି ଭାରତର ସ୍ଥିତିକୁ ଦେଖିଲେ କୋଭିଡ୍‌-୧୯ ନିୟନ୍ତ୍ରଣ ମଧ୍ୟକୁ ଆସିପାରୁ ନାହିଁ। କିନ୍ତୁ ମାର୍ଚ୍ଚରେ ଯେତେବେଳେ କରୋନା ସେତେଟା ବ୍ୟାପି ନ ଥିଲା, କେନ୍ଦ୍ର ସରକାର ଲକ୍‌ଡାଉନ ଓ ପରେ ଶଟ୍‌ଡାଉନ ଘୋଷଣା କରି ଅର୍ଥନୀତିକୁ ବରବାଦ୍‌ କରିଦେଲେ। କେନ୍ଦ୍ରର ପଦାଙ୍କ ଅନୁସରଣ କରି କିଏ କେତେ କଡ଼ା ନିୟମ ଲାଗୁ କରିପାରିବେ ରାଜ୍ୟଗୁଡ଼ିକ ମଧ୍ୟରେ ବାଦ ଲାଗିଲା। ଆଜି ସମଗ୍ର ଦେଶବାସୀ ତାହାର କୁଫଳ ଭୋଗ କରୁଛନ୍ତି। ତେଣୁ କାହାରିଠାରୁ ବାଣୀ ଶୁଣିବାକୁ ଲୋକଙ୍କ ଧୈର୍ଯ୍ୟ ନାହିଁ। ବରଂ କିଭଳି ଚିକିତ୍ସା ବ୍ୟବସ୍ଥା କରାଯାଇ ରୋଗୀଙ୍କୁ ଆରୋଗ୍ୟ କରାଯାଇପାରୁଛି ତାହାର ସମୀକ୍ଷା କରାଯାଇ ଜନସାଧାରଣଙ୍କୁ ତଥ୍ୟ ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri