ସ୍ବାସ୍ଥ୍ୟ ପରୀକ୍ଷା ଏବେ ଘରେ

  • ବର୍ତ୍ତମାନ କରୋନା ସଂକ୍ରମଣର ସବୁଠୁ ଅଧିକ ଭୟ ଡାକ୍ତରଖାନାରେ। ତେଣୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ସେଠାକୁ ଯିବାକୁ ଭୟ କରୁଛନ୍ତି ଲୋକେ। ତା’ଛଡ଼ା ଅଧିକାଂଶ କ୍ଲିନିକ୍‌କୁ ଏପର୍ଯ୍ୟନ୍ତ ଡାକ୍ତର ଆସୁ ନ ଥିବାରୁ ଅନେକଙ୍କୁ ରୁଟିନ୍‌ ଚେକ୍‌ଅପ୍‌ ଲାଗି ବି
    ହେବାକୁ ପଡ଼ୁଛି ଅସୁବିଧାର ସମ୍ମୁଖୀନ। ଏସବୁ ସମସ୍ୟାର ସମାଧାନ ଲାଗି ବର୍ତ୍ତମାନ ଅନେକେ ଘରେ ରଖୁଛନ୍ତି
    ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଉପକରଣ…

ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ଭୟରେ ଅତ୍ୟାବଶ୍ୟକ ନ ଥିଲେ କେହି ଡାକ୍ତରଖାନା ଯିବାକୁ ଭୟ କରୁଛିନ୍ତି। ତା’ଛଡ଼ା ଅନେକ କ୍ଲିନିକ୍‌ ଏଯାଏ ବନ୍ଦ ଥିବାରୁ ଯେଉଁମାନେ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ରୁଟିନ୍‌ ଚେକ୍‌ଅପ୍‌ ଲାଗି ବିଭିନ୍ନ ପ୍ରାଇଭେଟ୍‌ କ୍ଲନିକ ଉପରେ ନିର୍ଭର କରୁଥିଲେ, ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଋତୁ ପରିବର୍ତ୍ତନ ଲାଗି ଛୋଟ ପିଲାଙ୍କ ଠାରେ ଦେଖାଦେଉଥିବା ସ୍ବାସ୍ଥ୍ୟ ସମସ୍ୟା ଲାଗି ଡାକ୍ତରଖାନା ନେବାକୁ ଭୟ କରୁଛନ୍ତି। ତେଣୁ ଏମିତିରେ ସୁରକ୍ଷା ଦୃଷ୍ଟିରୁ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଆବଶ୍ୟକ ବିଭିନ୍ନ ଉପକରଣ ଅନେକେ ଘରେ ଆଣି ମଧ୍ୟ ରଖୁଛନ୍ତି। ତେବେ ଏଭଳି ଉପକରଣ କିଣିବା ସମୟରେ ଏବଂ ବ୍ୟବହାର କରିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ଜାଣି ରଖନ୍ତୁ ସେ ସମ୍ପର୍କରେ…
ଥର୍ମୋମିଟର: ବର୍ତ୍ତମାନ ସମୟରେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ କରୋନା ଭୟ ପ୍ରଥମେ ଘାରୁଛି। ଏମିତିରେ ବାରମ୍ବାର ବଡ଼ି ଟେମ୍ପରେଚର ମାପିବାକୁ ହେଉଛି। ତେଣୁ ବିଭିନ୍ନ ଚିକିତ୍ସା ଉପକରଣ ମଧ୍ୟରେ ଥର୍ମୋମିଟର ପ୍ରାୟ ସମସ୍ତଙ୍କ ଘରେ ଉପଲବ୍ଧ। ତେଣୁ ବ୍ୟାଟେରି ଲାଇଫ୍‌ ଭଲ ଥିବା କମ୍ପାନୀର ଡିଜିଟାଲ ଥର୍ମୋମିଟର କିଣନ୍ତୁ। ଘରେ ଛୋଟପିଲା ଥିଲେ କାନ ପଛରେ କିମ୍ବା ମଥାରେ ଲଗାଇ ତାପମାତ୍ରା ମାପିବା ଭଳି ଥର୍ମୋମିଟର କିଣନ୍ତୁ। ଯଦି ସିଧାସଳଖ ଶରୀରକୁ ସ୍ପର୍ଶ ନ କରି ତାପମାତ୍ରା ଦେଖିବାକୁ ଚାହୁଁଛନ୍ତି ତେବେ ଦୂରରୁ ତାପମାତ୍ରା ମାପିପାରୁଥିବା ଭଳି ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ, ମଧ୍ୟ ମିଳୁଛି, ହେଲେ ଏହାର ରିଡିଂ ଅନ୍ୟ ଅପେକ୍ଷା କମ୍‌ ଠିକ୍‌। ମନେରଖନ୍ତୁ ଥର୍ମୋମିଟର ବ୍ୟବହାର କରିବା ବେଳେ ଡିସ୍‌ପ୍ଲେ ଉପରେ ବ୍ୟାଟେରି ପୋଜିଶନ୍‌ ଦେଖନ୍ତୁ। ଯଦି ଲୋ ବ୍ୟାଟେରି ସିଗ୍‌ନାଲ ଆସୁଛି ତେବେ ରିଡିଂ ଭୁଲ୍‌ ଆସିବାର ଆଶଙ୍କା ରହିଛି। ପାଟିରେ ରଖି ତାପମାତ୍ରା ମାପୁଥିଲେ ଖାଇବାର ତୁରନ୍ତ ପରେ ନ ମାପି କିଛି ସମୟ ପରେ ମାପନ୍ତୁ।
ଗ୍ଲୁକୋମିଟର: ବର୍ତ୍ତମାନ ପ୍ରାୟ ଅଧିକାଂଶ ପରିବାରେ କେହି ନା କେହି ଡାଇବେଟିସ୍‌ ରୋଗୀ ନିଶ୍ଟେ ଥିବା ଦେଖିବାକୁ ମିଳୁଛି। ଯେଉଁମାନଙ୍କୁ ବ୍ଳଡ଼୍‌ସୁଗାର ଟେଷ୍ଟ ସହ ଅନ୍ୟାନ୍ୟ ରୁଟିନ୍‌ ଚେକ୍‌ଅପ୍‌ ଲାଗି ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। ହେଲେ ବର୍ତ୍ତମାନ କରୋନା ସଂକ୍ରମଣର ଭୟ ବିଶେଷ କରି ଡାଇବେଟିସ୍‌ ରୋଗୀଙ୍କ ଲାଗି ଏହା ଅଧିକ ବିପଦପୂର୍ଣ୍ଣ ହୋଇଥିବାରୁ ଅନେକେ ଘରୁ ବାହାରି ଚେକ୍‌ଅପ୍‌ ଲାଗି ଯିବାକୁ ଭୟ କରୁଛନ୍ତି। ଏମିତିରେ ସବୁବେଳେ ବାହାରକୁ ଯିବା ପରିବର୍ତ୍ତେ ସୁଗାର ଲେବଲ୍‌ ଜାଣିବା ଲାଗି ଘରେ ଗ୍ଲୁକୋମିଟର ରଖି ବ୍ଲଡ୍‌ ଟେଷ୍ଟ କରିବାକୁ ଅନେକେ ପସନ୍ଦ କରୁଛନ୍ତି, ଯାହାକୁ ବ୍ୟବହାର କରିବା ଖୁବ୍‌ ସହଜ। ହେଲେ କେଉଁ ଭଳି ଗ୍ଲୁକୋମିଟର ବ୍ୟବହାର କରିବା ସହଜ ଜାଣିବା ପରେ ହିଁ କିଣନ୍ତୁ। ଛୋଟ ସାଇଜ୍‌ର ଗ୍ଲୁକୋମିଟର ଯେଉଁଥିରେ ଯାଞ୍ଚ ଲାଗି ସୀମିତ ମାତ୍ରାରେ ରକ୍ତ ନେଇ ହେଉଥିବ କିଣନ୍ତୁ । ରକ୍ତ କମ୍‌ ବାହାରିଲେ ଆଙ୍ଗୁଠିରେ କଷ୍ଟ ମଧ୍ୟ କମ୍‌ ହେବ। ବର୍ତ୍ତମାନ କମ୍ପ୍ୟୁଟର ସହ ସଂଯୋଗ ହୋଇ ପାରୁଥିବା ଭଳି ଗ୍ଲୁକୋମିଟର ମଧ୍ୟ ମିଳୁଛିି, ଯାହାଦ୍ୱାରା ରିପୋର୍ଟକୁ ସେଭ୍‌ କରି ରଖିବା ସହଜ ହୋଇପାରୁଛି। ଏହାକୁ ବ୍ୟବହାର କରୁଥିଲେ ପ୍ରତି ତିନି ମାସ ବ୍ୟବଧାନରେ ସେଲ୍‌ ବା ବ୍ୟାଟେରି ବଦଳାନ୍ତୁ ନ ଚେତ୍‌ ରିଡିଂ ଭୁଲ୍‌ ହେବାର ଆଶଙ୍କା ରହିଛି। ଏହାର ଟେଷ୍ଟିଂ ଷ୍ଟିପ୍‌କୁ ଏୟାର ଟାଇଟ୍‌ କଣ୍ଟେନର୍‌ରେ ରଖନ୍ତୁ।
ବିପି ମନିଟର: ଡାଇବେଟିସ୍‌ ଭଳି ବର୍ତ୍ତମାନ ପ୍ରାୟ ସବୁ ପରିବାରରେ କେହି ନା କେହି ବ୍ଲଡ୍‌ ପ୍ରେସର ରୋଗୀ ଥିବା ଦେଖିବାକୁ ମିଳୁଛି। ଆଉ କରୋନା ସମୟରେ ବ୍ଲଡ୍‌ ପ୍ରେସର ଅନେକଙ୍କ ଲାଗି ଏକ ବଡ ସମସ୍ୟା ପାଲଟିଛି। ତେଣୁ ନିୟମିତ ସମୟ ବ୍ୟବଧାନରେ ବିପି ମାପିବା ଲାଗି ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ଡାକ୍ତରଙ୍କ ପାଖକୁ ନ ଯାଇ ଘରେ ବିପି ମନିଟର ମେଶିନ୍‌ ଆଣି ରଖିବାକୁ ଅନେକଙ୍କୁ ବେଶି ସୁବିଧା ହେଉଛି। ତେଣୁ ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଦୋକାନରେ ବିଭିନ୍ନ କମ୍ପାନୀର ଇଲେକ୍ଟ୍ରୋନିକ ବିପି ମନିଟର ଉପଲବ୍ଧ ହେଉଛି। ହେଲେ କିଣିବା ସମୟରେ କେତୋଟି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯଦିଓ ଡାକ୍ତରମାନେ ବ୍ୟବହାର କରୁଥିବା ବିପି ମେଶିନ୍‌ ଅଧିକ ମଜଭୁତ୍‌ ହେଲେ ଘରେ ବିନା ପ୍ରଶିକ୍ଷଣରେ ଏହାକୁ ବ୍ୟବହାର କରିବା ସହଜ ନୁହେଁ। ତେଣୁ କୌଣସି ଭଲ ବ୍ରାଣ୍ଡର ଡିଜିଟାଲ ବିପି ମନିଟର କିଣନ୍ତୁ। ଏଥିରୁ ବ୍ଲଡ୍‌ ପ୍ରେସର ସହ ପଲ୍ସ ରେଟ୍‌ ବି ଜାଣିପାରିବେ। ବର୍ତ୍ତମାନ ରିଷ୍ଟ ବେଲ୍ଟ ବାନ୍ଧି ବିପି ମାପି ହେଉଥିବା ଭଳି ମେଶିନ୍‌ ମିଳୁଥିଲେ ବି ଆର୍ମ ବେଲ୍ଟ ଥିବା ମେଶିନ୍‌ ଆପଣଙ୍କ ପାଇଁ ବେଶି ଭଲ। ତେବେ ଏହାକୁ ବ୍ୟବହାର କରିବା ବେଳେ ବେଲ୍ଟକୁ ଅଧିକ ଟାଇଟ କିମ୍ବା ଢିଲା ବାନ୍ଧନ୍ତୁ ନାହିଁ। ଠିକ୍‌ ଜାଗାରେ ବାନ୍ଧନ୍ତୁ ଯେପରି ପଲ୍ସ ରେଟ୍‌ ଚେକ୍‌ କରିବା ସହଜ ହେବ।
ଓ୍ବେଇଂ ମେଶିନ୍‌: ପରିବର୍ତ୍ତିତ ଜୀବନଶୈଳୀ ଓ ଏଥିନେଇ ମେଦବହୁଳତା ବର୍ତ୍ତମାନ ଅଧିକାଂଶଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ପ୍ରମୁଖ କାରଣ ସାଜିଛି। ଯେଉଁଥିପାଇଁ ସର୍ବପ୍ରଥମେ ଓଜନ ନିୟନ୍ତ୍ରିତ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି। ତେଣୁ ଓଜନ ମାପିବା ଲାଗି ଅନେକେ ଓ୍ବେଇଂ ମେଶିନ୍‌ ବ୍ୟବହାର କରୁଛନ୍ତି। ଏହି ମେଶିିନ୍‌ ଉଭୟ ମ୍ୟାନୁଆଲ୍‌ ଏବଂ ଡିଜିଟାଲ୍‌ ଉପଲବ୍ଧ। କେବଳ ଏତିକି ନୁହେଁ ବର୍ତ୍ତମାନ ଲାଟେଷ୍ଟ ଓ୍ବେଇଂ ମେଶିନ୍‌ରେ ଏକ ଆପ୍‌ ଦ୍ୱାରା ମୋବାଇଲ୍‌କୁ ଡାଟା ଟ୍ରାନ୍ସଫର କରିବାର ସୁବିଧା ବି ରହିଛି। ମନେରଖନ୍ତୁ ଆବଶ୍ୟକରୁ ଅଧିକ ଓଜନ ଭଳି କମ୍‌ଓଜନ ବି କ୍ଷତି କାରକ।
ଫିଟନେସ୍‌ ଟ୍ରାକର: ମେଦବହୁଳତା, ଆର୍ଥ୍ରାଇଟିସ୍‌, ବ୍ଲଡ ପ୍ରେସର, ଡାଇବେଟିସ୍‌ ଭଳି ରୋଗୀଙ୍କୁ ଫିଟ୍‌ ରହିବା ଲାଗି ଡାକ୍ତର ଓ୍ବାକିଂ ସହ ବିଭିନ୍ନ ଏକ୍ସରସାଇଜ୍‌ କରିବାକୁ ପରାମର୍ଶ ଦେଉଛନ୍ତି। ହେଲେ କରୋନା ସମୟରେ ବାହାରକୁ ଯାଇ କିମ୍ବା ଜିମ୍‌ ନ ଯାଇ ଅନେକେ ଏସବୁ ଘରେ କରୁଥିବାରୁ ଏହା ଠିକ୍‌ ଭାବେ ହେଉଛି କି ନାହିଁ ଜାଣିବା ଲାଗି ବର୍ତ୍ତମାନ ଅନେକେ ଫିଟ୍‌ନେସ୍‌ ଟ୍ରାକରର ସାହାଯ୍ୟ ନେଉଛନ୍ତି। ଏହା ହାତ ଘଣ୍ଟା କିମ୍ବା ରିଷ୍ଟ ବ୍ୟାଣ୍ଡ ପରି ହାତରେ ବନ୍ଧାଯାଉଥିବା ଏକ ଛୋଟ ମେଶିନ୍‌। ଯାହା ବ୍ଲୁ ଟୁଥ୍‌ ଦ୍ୱାରା ମୋବାଇଲ୍‌ ଫୋନ୍‌ ସହ ଯୋଡି ହୋଇ ରହିଥାଏ ଏବଂ ଦୈନନ୍ଦିନ ଜୀବନର ଶାରୀରିକ କାର୍ଯ୍ୟକଳାପ ଯଥା ଆପଣ କେତେ ଦୂର ଚାଲିଲେ, କେତୋଟି ଶିଡି ଚଢିଲେ, କେତେ କ୍ୟାଲୋରି ବର୍ନ କଲେ ଇତ୍ୟାଦିର ତଥ୍ୟ ଦେଇଥାଏ। ଏହା ହାର୍ଟ ଏବଂ ପଲ୍ସ ରେଟ୍‌ର ସମ୍ପୂର୍ଣ୍ଣ ବିବରଣୀ ମୋବାଇଲ୍‌କୁ ପଠାଇ ଦେଇଥାଏ; ଯାହା କି ଆବଶ୍ୟକ ସମୟରେ ଡାକ୍ତରଙ୍କୁ ଦେଖାଇବାରେ ସାହାଯ୍ୟ କରିଥାଏ। ଏଥିରେ ନିଜର ଫିଜିକାଲ ଆକ୍ଟିଭିଟିର ଟାର୍ଗେଟ୍‌ ସେଟ୍‌ କରିବା ଦ୍ୱାରା ଯଦି ଟାର୍ଗେଟ ପୂରଣ ନ ହୁଏ ତେବେ ଏହା ଆପଣଙ୍କୁ ମନେପକାଇ ଦେଇଥାଏ।

 

କ’ଣ କରନ୍ତି ଏମାନେ…
ଶୁଚିସ୍ମିତା ପଣ୍ଡା(ନର୍ସିଂ ଅଫିସର, ଏମ୍‌ସ, ଭୁବନେଶ୍ୱର)- ନିଜେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣକୁ ଆଖିଆଗରେ ରଖି ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଉପକରଣ ଘରେ ଆଣି ରଖିଛି। ବିଶେଷ କରି ଘରେ ଛୋଟ ପିଲା ଥିବାରୁ ଥଣ୍ଡା, ଜ୍ୱର ଭଳି ସମସ୍ୟା ଚେକ୍‌ଅପ୍‌ ଲାଗି ଡାକ୍ତରଖାନା ନ ନେଇ ପ୍ରଥମେ ନିଜେ ଥର୍ମୋମିଟରରେ ଟେମ୍ପରେଚର୍‌ ମାପୁଛି। କେବଳ ଏତିକି ନୁହେଁ ପରିବାରର ଅନ୍ୟ ସଦସ୍ୟଙ୍କ ଆବଶ୍ୟକତା ଅନୁଯାୟୀ ବିପି ମନିଟର, ଗ୍ଲୁକୋମିଟର ଆଦି ଅନେକ ଉପକରଣ ମଧ୍ୟ ଘରେ ରଖିଛି।
ପାର୍ବତୀ ନାୟକ( ଗୃହିଣୀ, ଟଙ୍କପାଣି ରୋଡ଼୍‌,
ଭୁବନେଶ୍ୱର)- ବର୍ତ୍ତମାନ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ତା’ଛଡ଼ା ଏହାକୁ ନେଇ ପୂର୍ବଭଳି କଟକଣା ବି ଏତେ ନାହିଁ। ତେଣୁ ଡାକ୍ତରଖାନାକୁ ଆସୁଥିବା କୌଣସି ରୋଗୀ ଦେହରୁ ଏହି ରୋଗ ସଂକ୍ରମଣ ନ ହେବ ତା’ ମଧ୍ୟ ଜାଣିବା ମୁସ୍କିଲ୍‌। ଏମିତିରେ ନିଜେ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଅତ୍ୟାବଶ୍ୟକ ନ ହେଲେ ଡାକ୍ତରଖାନା ଯିବାକୁ ଦେଉନି। ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ସାମଗ୍ରୀ ଘରେ ରଖି ଜରୁରିକାଳୀନ ପରିସ୍ଥିତିରେ ନିଜେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଯାଞ୍ଚ କରୁଛି। ଏସବୁ ଉପକରଣ ରଖିବା ଦ୍ୱାରା ବେଶ୍‌ ଉପକୃତ ହେଉଛି ଏବଂ ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଇ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ୁନି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri