Posted inଜାତୀୟ

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ ନଜର ରଖିବାକୁ ଇସାରା ଦେଉଛି । ଦେଶର ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୬ ଜିଲାରେ କୋଭିଡ-୧୯ ସଂକ୍ରମଣ ଦର ୮ ଜୁଲାଇରେ ଶେଷ ହେଉଥିବା ସପ୍ତାହରେ ୧୦ ପ୍ରତିଶତରୁ ଅଧିକ ରହିଥିଲା । ଉକ୍ତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ)ଡା. ବିକେ ପଲ କହିଛନ୍ତି. ଗର୍ଭବତୀମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି । ତେଣୁ ଏମାନେ ଟିକା ଲଗାଇବା ଜରୁରୀ । ଗର୍ଭବତୀଙ୍କ ଟିକାକରଣକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏମାନଙ୍କ ପାଇଁ ୩ଟି ଟିକା ଉପଯୁକ୍ତ ବୋଲି କୁହାଯାଇଛି । ଅନ୍ୟପଟେ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଭିଡ ପୁଣିଥରେ କରୋନାକୁ ଆମନ୍ତ୍ରଣ କରୁଛି । ଯାହା ଏବେ ଚିନ୍ତାର କାରଣ ପାଲଟି ଯାଇଛି । ଏଠାରେ ଲୋକେ ସାମାଜିକ ଦୂରତା ନ ମାନିବା ସହ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖାଯାଇଛି । ଯାହା ଭବିଷ୍ୟତ ପାଇଁ ବିପଜ୍ଜନକ । ତେଣୁ ସମସ୍ତେ କରୋନା ନିୟମ ମାନି ଚଳିବା ଉଚିତ । ନିକଟରେ କରୋନାର ନୂଆ ଭାରିଏଣ୍ଟ ଲ୍ୟାମଡାକୁ ନେଇ ଚିନ୍ତା ବଢୁଥିବା ବେଳେ ଏପର୍ଯ୍ୟନ୍ତ ଏହା ଭାରତରେ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି । ତେଣୁ ଆଗକୁ ପରିସ୍ଥିତି ଜଟିଳ ହେବା ପୂର୍ବରୁ ଏବେଠାରୁ ସତର୍କ ରହିବା ଭଲ ବୋଲି ଡ. ପଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ...

ଶାହାଙ୍କୁ ଫୋନ୍‌ କଲେ ସାଙ୍ଗ୍‌ମା

ଶିଲଙ୍ଗ,୨ା୩: ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ହେଉଛି ୩୧। ନିକଟରେ ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ଦଳ ନ୍ୟାଶନାଲ ପିପୁଲ୍ସ...

ମାନହାନୀ ମାମଲାରେ ଅଶୋକ ଗେହଲଟଙ୍କୁ ଝଟକା

ନୂଆଦିଲ୍ଲୀ,୧୯।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦିଆଯାଇଥିବା...

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା...

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ...

ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ସରକାରରେ ଫାଟ: ଉପମୁଖ୍ୟମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ଼,୩।୧୨: ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସରକାରରେ ଫାଟ ବଢ଼ିବାରେ ଲାଗିଛି। ରାଜ୍ୟ ଭାଜପା ସରକାରରେ ସହଯୋଗୀ ଥିବା ଜନନାୟକ ଜନତା...

କୋଚିଂ ନେବାକୁ ଆସି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩ା୮: ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ରାଜସ୍ଥାନର କୋଟାରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ଏହା...

ଆସନ୍ତା ବର୍ଷ ସୁଦ୍ଧା ଆସିବ କରୋନା ପ୍ରତିଷେଧକ ଟୀକା: ଭାରତ ପାଇଁ ଆବଶ୍ୟକ ୬୦ କୋଟି ଟୀକା

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ଗବେଷକମାନେ ଦିନରାତି ଉଦ୍ୟମ ଜାରି...

Advertisement
Archives

Model This Week