Posted inଜାତୀୟ

ହିନ୍ଦୁ ଅବିଭାଜିତ ପରିବାର ମୁଖ୍ୟଙ୍କର ନିଜ ସମ୍ପତ୍ତି ବିକ୍ରି କରିବାର ରହିଛି ଅଧିକାର: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୮।୧୦ : ସୁପ୍ରିମକୋର୍ଟ କହିଛନ୍ତି ଯେ ଏକ ହିନ୍ଦୁ ଅବିଭକ୍ତ ପରିବାରର ମୁଖ୍ୟଙ୍କର ନିଜ ପରିବାରର ସମ୍ପତ୍ତି ବିକ୍ରୟ କରିବାର ଅଧିକାର ଅଛି, ଯଦିଓ ଏହା ପରିବାରର ଜଣେ ନାବାଳକଙ୍କର ଅବିଭକ୍ତ ମାମଲା ହୋଇଥାଉ ପଛେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଏହାର କାରଣ ହେଉଛି ଏକ ଏଚୟୁଏଫ ଏହାର କର୍ତ୍ତା କିମ୍ବା ପରିବାରର ଯେ କୌଣସି ବୟସ୍କ ସଦସ୍ୟଙ୍କ ମାଧ୍ୟମରେ ଏଚୟୁଏଫ ସମ୍ପତ୍ତି ପରିଚାଳନା କରିବାରେ ସକ୍ଷମ ଅଟେ।
ଏହି ପରିପ୍ରେକ୍ଷୀରେ ନାରାୟଣ ବଳ ବନାମ ଶ୍ରୀଧର ସୂତାର ୧୯୯୬ଙ୍କ ନିଷ୍ପତ୍ତିକୁ କୋର୍ଟ ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ସେହି ନିଷ୍ପତ୍ତିରେ କର୍ତ୍ତା ଏବଂ ଏଚୟୁଏଫର ସ୍ପଷ୍ଟ ପରିଭାଷା ଦିଆଯାଇଛି।

ଋଣ ପୁନରୁଦ୍ଧାର ଟ୍ରିବ୍ୟୁନାଲରେ ଚାଲିଥିବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଏସଭିଏନ ଭଟ୍ଟିଙ୍କ ଏକ ବେଞ୍ଚ ଶୁଣାଣି କରୁଛନ୍ତି।

ମାଡ୍ରାସ ହାଇକୋର୍ଟ ମଧ୍ୟ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଏହା ପରେ ଏନଏସ ବାଲାଜୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ବାଲାଜୀ ଦାବି କରିଛନ୍ତି ସମ୍ପୃକ୍ତ ସମ୍ପତ୍ତି ହେଉଛି ଏକ ମିଳିତ ପରିବାର ସମ୍ପତ୍ତି ବା ହିନ୍ଦୁ ଅବିଭକ୍ତ ପରିବାର (ଏଚୟୁଏଫ) ସମ୍ପତ୍ତି, ଯାହା ତାଙ୍କ ପିତାଙ୍କ ଦ୍ୱାରା ବନ୍ଧକ ଭାବରେ ରହିଥିଲା।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଆବେଦନକାରୀଙ୍କ ପିତା ଏଚୟୁଏଫର କର୍ତ୍ତା ଭାବରେ ସମ୍ପତ୍ତି ବନ୍ଧକ ରଖିବାର ଅଧିକାର ପାଇଛନ୍ତି। ଏଚୟୁଏଫର ଅନ୍ୟ ସଦସ୍ୟମାନେ ସମ୍ମତି ଦେବା ଆବଶ୍ୟକ କରନ୍ତି ନାହିଁ ।

ଏହି ମନ୍ତବ୍ୟ ସହିତ ସର୍ବୋଚ୍ଚ ନ୍ୟାୟାଳୟ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ ଖାରଜ କରି କହିଛନ୍ତି ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?