ଉଷୁମ ପାଣି ପିଉଥିଲେ

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ ପାଣି ପିଇବାକୁ ବି ପଛାଉ ନାହାନ୍ତି। ହେଲେ ଆପଣ ଜାଣନ୍ତିକି, ଆବଶ୍ୟକତାଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଜାଣନ୍ତୁ ଏହା ସମ୍ପର୍କରେ…
– ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ରକ୍ତବାହୀ କୋଷିକା ଉପରେ ଚାପ ପଡ଼ିଥାଏ, ଏମିତିକି କାହା କାହାଠାରେ ରକ୍ତଚାପ ମଧ୍ୟ ବଢ଼ିଥାଏ। ଏଣୁ ନିଦ୍ରାଜନିତ ସମସ୍ୟା ଦେଖାଦେଇଥାଏ।
– କିଡ୍‌ନୀ ଶରୀରକୁ ଆସୁଥିବା ଅତିରିକ୍ତ ପାଣି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ହେଲେ ଗରମ ପାଣି ପିଇବା ଦ୍ୱାରା ଏହାର ପାଣିକୁ ବିଶୁଦ୍ଧ କରିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।
– ଦେଖାଯାଏ, ଅନେକେ ଶୋଷ ନ ଲାଗୁଥିଲେ ବି ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଉଷୁମ ପାଣି ପିଇଥା’ନ୍ତି। ଏହାଦ୍ୱାରା ସ୍ନାୟୁ ଫୁଲିବା ସହ ମୁଣ୍ଡବିନ୍ଧା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ।
– ଗରମ ପାଣି ପିଇଲେ ଓଠ ଜଳିଯିବା ସହ ପାଟି ଭିତର ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ। କେବେକେବେ ଗରମ ପାଣି ବାଜି ସ୍ବାଦ ଗ୍ରନ୍ଥି ମଧ୍ୟ ଦୁର୍ବଳ ହୋଇଯାଏ। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଖାଇବା ବେଳେ କଷ୍ଟ ଅନୁଭବ କରିବା କିମ୍ବା ସ୍ବାଦ ବାରି ନ ପାରିବା ଭଳି ସମସ୍ୟା ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆରଟେମିସ ଚନ୍ଦ୍ର ଅଭିଯାନ

ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ଚନ୍ଦ୍ର ଅଭିଯାନ ୧୯୭୨ ମସିହାରେ ହୋଇଥିଲା। ଏବେ ଏହାର ଠିକ୍‌ ୫୦ ବର୍ଷ ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ ପ୍ରେରଣ...

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ...

ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ...

ଭାଷା ବୁଝିବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋକୁ ବ୍ୟବହାର କରାଯାଉଛି। ବିଶେଷଭାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ସାଧାରଣତଃ ଜଣେ ମଣିଷ ଭାଷାକୁ ମଣିଷ ହିଁ...

ଇଣ୍ଟରଭେନ୍‌ଶନାଲ୍‌ ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ଚିକିତ୍ସା ବିଜ୍ଞାନରେ ରେଡିଓଲୋଜିର ସର୍ବପ୍ରଥମ ବ୍ୟବହାର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ ଅର୍ଥାତ୍‌ ‘ଏକ୍ସ-ରେ’ର ଆବିଷ୍କାର...

କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …

ରୋମ୍‌,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି...

ଆବିଲିଟି-ଓ ଥିଲେ ପ୍ରଖର ହୁଏ ସ୍ମରଣଶକ୍ତି

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କର ଆଇକ୍ୟୁ (ଇଣ୍ଟେଲିଜେଣ୍ଟ କୋସେଣ୍ଚ) ଯେତେ ଅଧିକ, ସେମାନେ ସେତେ ବୁଦ୍ଧିମାନ୍‌ ବୋଲି କୁହାଯାଏ। ଏମିତିକି ୧୪୦ ଆଇକ୍ୟୁ ଲେବଲ ଥିଲେ ସେମାନଙ୍କୁ...

ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର...

Advertisement
Archives

Model This Week