Posted inଫୁରସତ

ଜିପର୍‌ ବ୍ୟାଗ୍‌ ନୁହେଁ ପୋର୍ଟେବଲ ଓ୍ବାଶିଂ ମେସିନ୍‌

ଟ୍ରାଭେଲ କଲାବେଳେ ଯଦି ପିନ୍ଧିଥିବା ପୋଷାକ ମଇଳା ହୋଇଯାଏ ଟେନ୍‌ସନ୍‌ ବଢିଯାଏ, କେମିତି ତାକୁ ସଫା କରିବେ। ତେବେ ଏଇ ସମସ୍ୟାର ସମାଧାନ କରିବାକୁ ଯାଉଛି ଜାପାନୀ କମ୍ପାନୀ କାଓ। ଏହି କମ୍ପାନୀ ତିଆରି କରିଛି ଏକ ପୋର୍ଟେବଲ୍‌ ଓ୍ବାଶିଂ ମେସିନ, ଯାହାକୁ ଦେଖିଲେ କେହି ବିଶ୍ୱାସ କରିବେନି ତାହା ଏକ ଓ୍ବାଶିଂ ମେସିନ ବୋଲି। କାରଣ ତାହା ଦେଖିବାକୁ ଏକ ସାଧାରଣ ଜିପର୍‌ ବ୍ୟାଗ୍‌ ପରି। ଏହାର ଜିପ୍‌ ଖୋଲି ସେଥିରେ ମଇଳା କପଡା, ଡିଟରଜେଣ୍ଟ ଓ ପାଣି ପକାଇ ଜିପ୍‌ଟିକୁ ବନ୍ଦ କରିଦେଇ ଜିପର୍‌ ବ୍ୟାଗ୍‌କୁ ଭଲଭାବେ ହଲାନ୍ତୁ। ପରେ ହାତରେ କପଡା ଧୋଇବାବେଳେ ଯେପରି କପଡାକୁ ଦୁଇ ହାତରେ ଧରି ଘଷନ୍ତି ସେହିଭଳିଭାବେ ସେହି ମଇଳା କପଡା ଥିବା ଜିପର୍‌ ବ୍ୟାଗକୁ ଘଷନ୍ତୁ। ଏହାପରେ ଜିପର୍‌ ବ୍ୟାଗ୍‌ ସାଇଡ୍‌ରେ ଥିବା କଣାର ଠିପି ଖୋଲି ଦେଲେ ମଇଳା ପାଣି ସେଇ ବାଟ ଦେଇ ବୋହି ଯିବ। ପରେ ସଫା ପାଣି ପକାଇ ପୁଣି ଧୋଇ ମଇଳା ପାଣି କଣାବାଟ ଦେଇ ଛାଡିବେ। ଏମିତି ବାରମ୍ବାର କରି କପଡା ସଫା କରାଯିବ। ଏହି ଜିପର୍‌ ବ୍ୟାଗ୍‌ ଓ୍ବାଶିଂ ମେସିନ୍‌ ବିଦ୍ୟୁତ ନ ଥିବାବେଳେ ଓ ଟ୍ରାଭେଲ କଲାବେଳେ କପଡା ସଫା କରିବାରେ ବହୁତ ସାହାଯ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?