ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ ଘର ତିହିଡ଼ି ଥାନା ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମରେ। ତାଙ୍କ ନାଁରେ ତିହିଡ଼ି ସମେତ ବିଭିନ୍ନ ଥାନାରେ ୩୦ରୁ ଊଦ୍ଧର୍‌ବ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ତେବେ ତିହିଡ଼ି ଥାନାରେ ଭଗବାନଙ୍କ ନାଁରେ ଥିବା ୪ଟି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି। ମାମଲା (ନଂ ୪୭୫/୨୩, ୧୬୮୦/୨୩, ୧୦୭୦/୨୩ ଓ ୨୦୯୧/୧୪)ରେ ତାଙ୍କ ନାଁରେ ୱାରେଣ୍ଟ ଥିବା ବେଳେ କେବଳ ତିହିଡ଼ି ଥାନାରେ ବାୟାଙ୍କ ନାଁରେ ୨୫ଟି ମାମଲା ରହିଛି।

ବାୟା ତାଙ୍କ ଅଞ୍ଚଳ ଦେଇ ଯାଇଥିବା ରେଳପଥରୁ ନିୟମିତ କୋଇଲା ଚୋରି କରିବାକୁ ଏକ ଦଳ ଗଠନ କରିଥିଲେ ଏବଂ ନିଜେ ସେହି ଦଳର ମୁଖିଆ ସାଜିଥିଲେ। ଟ୍ରେନରୁ କୋଇଲା ଚୋରି କରିବା ପରେ ଏହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ। ବିଗତ କିଛି ବର୍ଷ ହେଲା ସେ ଏହି କାରବାର ସହ ସମ୍ପୃକ୍ତ ଥିବା ପୋଲିସ କହିଛି। ଏହା ବ୍ୟତୀତ ବିଭିନ୍ନ ଲୋକଙ୍କୁ ଧମକ ଦେବା ସହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବଟି ଆଦାୟ କରିବା କାର୍ଯ୍ୟରେ ସେ ସମ୍ପୃକ୍ତ ଥିଲେ।

ତିହିଡ଼ି ସମେତ ଭଦ୍ରକ ଗ୍ରାମାଞ୍ଚଳ ଥାନା, ବାସୁଦେବପୁର, ସାବରଙ୍ଗ ଓ ଭଣ୍ଡାରିପୋଖରୀ ଥାନାରେ ତାଙ୍କ ନାଁରେ ଏକାଧିକ ଆପରାଧିକ ମାମଲା ରହିଛି। ନୂତନ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କୋଇଲା ମାଫିଆମାନଙ୍କୁ ଗିରଫ କରିବାକୁ ଗତ କିଛିଦିନ ହେଲା ଜାଲ ବିଛାଇ ବାୟାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ନିୟମିତ କୋଇଲା ଚୋରି କରି ଚାଲାଣ କରୁଥିବା ଅନ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ନଜର ରଖିଛି ଏବଂ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?