ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଗହଣା ଦୋକାନରୁ ନେଇଥିଲେ ଲକ୍ଷାଧିକ ଟଙ୍କାର ଗହଣା

ଭୁବନେଶ୍ୱର,୨୮।୯(ବ୍ୟୁରୋ):ଗହଣା ଦୋକନୀଙ୍କୁ ଚୂନ ଲଗାଇ ଠକୁଥିଲେ ଯୁବକ। ରାଜଧାନୀରେ ସୁନା ଦୋକାନୀଙ୍କୁ ଟ୍ରାଞ୍ଜାକ୍ସନର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଠକିଥିବା ଜଣେ ଯୁବକଙ୍କୁ କମିଶନରେଟ ପୋଲିସ କୋଲକାତାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ମୁମ୍ବାଇରେ ରହୁଥିବା ରାଜିବ ପ୍ରଭାସ ଗୁପ୍ତା(୩୭)। ତାଙ୍କଠୁ ୨ ଲକ୍ଷ ଟଙ୍କାର ଚୋରି ଅଳଙ୍କାର ସମେତ ଗୋଟିଏ ମୋବାଇ, ୩ଟି ଏଟିଏମ କାର୍ଡ ଜବତ କରିଛି ପୋଲିସ।

ସୂଚନାନୁସାରେ, ସେପ୍ଟେମ୍ବର ୧୫ରେ ଅଭିଯୁକ୍ତ ରାଜିବ ଭୁବନେଶ୍ୱର ଡିଏନ୍‌ ରେଙ୍ଗାଲିଆ ମଲ ଭିତରେ ଥିବା ନିମନ୍ତ୍ରଣ ଜୁଏଲର୍ସକୁ ଆସି ଏକ ଲକ୍ଷ ଟଙ୍କାର ଅଳଙ୍କାର କିଣିଥିଲେ। ୧ ଲକ୍ଷ ଟଙ୍କା ସେ ଅନଲାଇନ ଜରିଆରେ ଦେବା ପାଇଁ ଦୋକାନୀଙ୍କୁ କହିଥିଲେ। ସେ ପ୍ରଥମେ କ୍ୟୁଆର୍‌ କୋର୍ଡ ସ୍କାନ୍‌ କରି ୧୦ ଟଙ୍କା ପଠାଇଥିଲେ। ଉକ୍ତ ଟ୍ରାଞ୍ଜାକ୍ସନ ସଫଳ ହେବା ପରେ ସେ ଦ୍ୱିତୀୟ ଥର ଏକ ଲକ୍ଷ ଟଙ୍କାର ଏକ ଫେକ୍‌ ଟ୍ରାଞ୍ଜାକ୍ସନର ସ୍କ୍ରିନଶଟ୍‌ ଦେଖାଇ ଟଙ୍କା ପଠାଇଦେଇଥିବା କହିଥିଲେ। ହେଲେ ଏକ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସି ନ ଥିବା ଦୋକାନୀ କହିବାରୁ ସେହି ସମୟରେ ନେଟ୍‌ ସମସ୍ୟା ପାଇଁ ହୁଏତ ମେସେଜ୍‌ ଆସୁନାହିଁ, କିଛିସମୟ ପରେ ଟଙ୍କା ଆସିଯିବ ବୋଲି କହି ରାଜିବ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଠକାମୀର ସିକାର ହୋଇଥିବା ଜାଣି ଦୋକାନୀ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପାଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri