ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଅବସ୍ଥା

ପଟ୍ଟାମୁଣ୍ତାଇ,୧୨।୪(ସ୍ବ.ପ୍ର.): ପଟ୍ଟାମୁଣ୍ତାଇ ପୂର୍ତ୍ତ ବିଭାଗ ଅଧୀନରେ ଅଳଭା-ଗଣ୍ତାକିଆ ସାଢ଼େ ୧୦ କିମି ରାସ୍ତା ରହିଛି। ଜଳସମ୍ପଦ ବିଭାଗ ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଛି। ରାସ୍ତାଟି ପଟ୍ଟାମୁଣ୍ତାଇ ଉତିକଣ, ରାଜନଗର, ମହାକାଳପଡ଼ା, କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ଓ ଭିତରକନିକାକୁ ସଂଯୋଗ କରୁଛି। ଏହା ଉପରେ ଦୈନିକ ଶତାଧିକ ଗାଡ଼ି ମୋଟର, ଭାରିଯାନ ଓ ବସ୍‌ ଜିଲା ତଥା ବାହାରକୁ ଚଳାଚଳ କରୁଛି। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ଏହି ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ବହୁବାର ଟେଣ୍ଡର କରାଯାଇ ଠିକାଦାର ନିଯୁକ୍ତ ହୋଇଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ଓ ମରାମତି ପରେ ବି ଅବସ୍ଥା ବଦଳୁନାହିଁ। ଫଳରେ ପିଚୁ ଉଠିଯିବା ସହ ଗାତ ସୃଷ୍ଟି ହୋଇ ଯାତାୟାତରେ ବାଧା ସହ ଦୁର୍ଘଟଣା ଘଟୁଛି।
୨୦୧୪ରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଆରମ୍ଭ କରି ୨୦୧୬ରେ ଶେଷ କରିଥିଲା। ମାତ୍ର ୨୦୧୮ରେ ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୧୦ କିମି ରାସ୍ତାକୁ ପିଚୁ କରିବାକୁ ୩ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ପୁଣି ଟେଣ୍ଡର କରାଯାଇଥିଲା। କିନ୍ତୁ ତାହା ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ନ କରି ସିମୁଳିଆ ପର୍ଯ୍ୟନ୍ତ ମାତ୍ର ୬ କି.ମି. ରାସ୍ତା କାମ ହୋଇଥିଲା। ଏହି କାର୍ଯ୍ୟ ୨୦୧୯ ଜୁନରେ ସରିଥିଲା। ଅନ୍ୟପକ୍ଷରେ ସିମୁଳିଆଠାରୁ ମାଳିବସା ପର୍ଯ୍ୟନ୍ତ ପ୍ରାୟ ୧ କିମି ରାସ୍ତାକୁ ପିଚୁ କରିବାକୁ ପୁନର୍ବାର ୨୦୧୯ରେ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଆଉ ଏକ ଟେଣ୍ଡର କରାଯାଇ ପିଚୁ କାମ ହୋଇଛି। ତେବେ ମାଳିବସାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ଅବଶିଷ୍ଟ ସାଢ଼େ ୩ କିମି ରାସ୍ତାରେ ଆଣ୍ଠୁଏ ଲେଖାଏ ଗାତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ରାସ୍ତା ନିର୍ମାଣ କରା ନ ଯାଇ ବିଭାଗ ପକ୍ଷରୁ ତାଳିପକା କାମ ବାରମ୍ବାର କରାଯାଉଛି। ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ସାଢ଼େ ୧୦ କିମି ରାସ୍ତାପାର୍ଶ୍ୱରେ ଗୋବରୀ ସମ୍ପ୍ରସାରିତ କେନାଲ କଡ଼ରେ ଚାଷଜମିକୁ ପାଣିଯିବାକୁ ୭ଟି କଲ୍‌ଭର୍ଟ ରହିଛି। ଏହି କଲ୍‌ଭର୍ଟ ରାସ୍ତା ଉପରକୁ ମାଡ଼ିରହିଛି। କଲଭର୍ଟ ଓ ରାସ୍ତା ମଧ୍ୟରେ ଖାଲ ଥିବାରୁ ଗାଡ଼ି ମୋଟର ଓଭରଟେକ୍‌ ବେଳେ ଦୁର୍ଘଟଣା ଘଟୁଛି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ କଲ୍‌ଭର୍ଟଗୁଡ଼ିକ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ଏହାର ଅପସାରଣ କିମ୍ବା ମରାମତି କାର୍ଯ୍ୟ ଆମ ବିଭାଗ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରମୋଦ ରାଉତଙ୍କୁ ପଚାରିବାରେ ଏହି କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେଣୁ ଏହାର ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ୱ ଉକ୍ତ ବିଭାଗର ବୋଲି ସେ କହିଛନ୍ତି। ୪ ବ୍ଲକର ଲୋକଙ୍କ ଯାତାୟାତ ଲାଗି ରାସ୍ତା ଠିକ୍‌ ଭାବେ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ତରାଇ, ସାମାଜିକ କର୍ମୀ ଗନ୍ଧର୍ବ ସାହୁ, ସୁକୁଟା ବେହେରା, ପଦ୍ମଲୋଚନ ସ୍ବାଇଁ, ନରେନ୍ଦ୍ର ବେହେରା, ବିଜୟ ଦାସ, ସୁରେନ୍ଦ୍ର ପରିଡ଼ା, ସଞ୍ଜୟ ନାୟକ, ଅନିଲ ଦାସ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ...

୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ

ପୁରୀ, ୧୯ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri