ସିଗ୍‌ନାଲିଂ ବ୍ୟବସ୍ଥା ବିକଶିତ କରିବେ ଓଡ଼ିଆ ଆଇଆଇଟି ପ୍ରଫେସର

ଭୁବନେଶ୍ୱର, ୧୨। ୭: ବାହାନଗାରେ ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳପଥ ସିଗ୍‌ନାଲିଂ ବ୍ୟବସ୍ଥାକୁ ବିକଶିତ କରିବା ଉପରେ ଏବେ ଲକ୍ଷ୍ୟ କେନ୍ଦ୍ରିତ କରିଛି। ଏହି କ୍ରମରେ ଆଇଆଇଟି ଖଡ଼ଗପୁରରେ ଇଲେକ୍‌ଟ୍ରିକାଲ ଆଣ୍ଡ୍‌ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗ ଓଡ଼ିଆ ପ୍ରଫେସର ଅରବିନ୍ଦ ରାଉତରାୟଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ବ୍ଲକ୍‌ଚେନ୍‌ ଉପରେ ଆଧାରିତ ଟାମ୍ପର ପ୍ରୁଫ୍‌ ସିଗ୍‌ନାଲିଂ ସିଷ୍ଟମ ବିକଶିତ ସଂକ୍ରାନ୍ତ ପ୍ରକଳ୍ପର ନେତୃତ୍ୱ ନେଇଛନ୍ତି। ବର୍ତ୍ତମାନ ସେ ରେଲଓ୍ବେ ଅଧିକାରୀଙ୍କ ସହ ମିଶି ଏହି ଉନ୍ନତ ଜ୍ଞାନକୌଶଳର ଡିଜାଇନ୍‌ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ଡିଜାଇନ୍‌ ଶେଷ କରିବା ଲାଗି ଆହୁରି ୧୫ ଦିନ ସମୟ ଲାଗିବ ବୋଲି କୁହାଯାଉଛି।
ବାହାନଗା ରେଳ ଦୁର୍ଘଟଣା ପରେ ସିଗ୍‌ନାଲିଂ ବ୍ୟବସ୍ଥାରେ ହେରଫେରକୁ ରୋକିବା ଦିଗରେ ଚାର୍ଟ ପ୍ରସ୍ତୁତ କରିବା ନିମନ୍ତେ ଆମେ ରେଲଓ୍ବେ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲୁ ଓ ସେହି ଦିଗରେ କାର୍ଯ୍ୟ ଚାଲିଛି ବୋଲି ପ୍ରଫେସର ରାଉତରାୟ କହିଛନ୍ତି। ଏବେ ଉକ୍ତ ପ୍ରକଳ୍ପର ଡିଜାଇନ୍‌ କରାଯାଉଛି। ତାହାକୁ ଯଦି ମନ୍ତ୍ରଣାଳୟ ମଞ୍ଜୁର ପ୍ରଦାନ କରିବ, ତାହା ହେଲେ ଆମେ ସେହି ଦିଗରେ ଆଗେଇବୁ ବୋଲି ସେ କହିଛନ୍ତି। ରାଉତରାୟଙ୍କ କହିବା ଅନୁଯାୟୀ, ବ୍ଲକଚେନ୍‌ ବ୍ୟବସ୍ଥା ହେଉଛି ଟାମ୍ପର-ପ୍ରୁପ୍‌ ଡାଟାବେସ୍‌, ଯେଉଁଥିରେ ତାହାକୁ ହ୍ୟାକ୍‌ କରିବା ବା ସେଥିରେ ହେରଫେର କରାଯାଇପାରିବ ନାହିଁ। ଫଳରେ ଲୋକୋ ପାଇଲଟ, ସିଗ୍‌ନାଲ ମ୍ୟାନେଜର ଓ ଷ୍ଟେଶନ ମ୍ୟାନେଜରଙ୍କ ଭଳି ଟ୍ରେନ୍‌ ପରିଚାଳନା ବ୍ୟବସ୍ଥା ସହ ସମ୍ପୃକ୍ତ ଥିବା ବ୍ୟକ୍ତି ରିୟଲ-ଟାଇମ୍‌ ଡେଟାକୁ ସହଜରେ ବ୍ୟବହାର କରିବାର ସୁବିଧା ପାଇପାରିବେ। ଏହି ବ୍ୟବସ୍ଥା ବହୁଳ ଭାବେ କ୍ରିପ୍ଟୋକରେନ୍ସି ଓ ବ୍ୟାଙ୍କ କାରବାରରେ ବ୍ୟବହୃତ ହେଉଛି।
ବାହାନଗା ରେଳ ଦୁର୍ଘଟଣାର ବହୁପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଧୁନିକ ଟ୍ରେନ୍‌ ଗମନାଗମନ, ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆଇଆଇଟି ଭୁବନେଶ୍ୱର ଓ ଖଡ଼ଗପୁରକୁ ଦାୟିତ୍ୱ ଦେଇଥିଲେ। ତେବେ ରାଉତରାୟ କହିଛନ୍ତି, ଯଦି ବ୍ଲକଚେନ୍‌ ଟେକ୍ନୋଲୋଜି ସିଷ୍ଟମ୍‌ର ଡିଜାଇନ୍‌ ଭାରତୀୟ ରେଳପଥ ଦ୍ୱାରା ମଞ୍ଜୁରୀ ପାଇଯାଏ, ତାହା ହେଲେ ଆଇଆଇଟି ଖଡ଼ଗପୁର ଓ ଭୁବନେଶ୍ୱରର ୫୦ ଜଣ ସଦସ୍ୟଙ୍କୁ ଏହି ପ୍ରକଳ୍ପ ଲାଗି ନିୟୋଜିତ କରାଯିବ। ଏହା ଦୁଇବର୍ଷ ମଧ୍ୟରେ ଶେଷ ହେବ ବୋଲି ରାଉତରାୟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜୁନ୍‌ ୨ ତାରିଖରେ ବାଲେଶ୍ୱର ଜିଲା ବାହାନଗାରେ ୩ଟି ଟ୍ରେନ୍‌ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ ଶହ ଲୋକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?