Posted inଫୁରସତ

Viral Video: ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଗାଡ଼ି, ଆଉ ତା’ ପରେ…

ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣକୁ ସାହାଯ୍ୟ କରେ ନାହିଁ ତେବେ ସେ ମଣିଷ ବୋଲି କହିବା ଯୋଗ୍ୟ ନୁହେଁ। ଆଜିକାଲି ଅନେକ ଲୋକ କୁହନ୍ତି, ମାନବିକତା ଦୁନିଆରୁ ହଜିଗଲାଣି। ମାତ୍ର ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ କହିବେ ଆଜି ବି ମାନବିକତା ବଞ୍ଚିଛି। ଭିଡିଓରେ ଏକ କଦଳୀ ବୋଝେଇ ଗାଡ଼ି ରାସ୍ତାରେ ଓଲଟି ପଡ଼ିଛି। ଏହା ପରେ ଲୋକମାନେ ଯାହା କରିଛନ୍ତି ଦେଖିଲେ ପ୍ରଶଂସା କରିବେ।

@ Hatindersinghr3 ନାମକ ଏକ ‘ଏକ୍ସ’ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯାହା ଭାଇରାଲ ହେଉଛି। ଏହି ଭିଡିଓ ପଞ୍ଜାବର ଅମୃତସର ସହରରୁ ଆସିଛି। ଭିଡିଓ ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଅମୃତସର ବିମାନବନ୍ଦର ରାସ୍ତାରେ ୧୦ହଜାର କଦଳୀ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି। ଗାଡ଼ିଟି ଓଲଟି ପଡ଼ିବାରୁ ସବୁ କଦଳୀ ତଳେ ପଡ଼ିଯାଇଥିଲା।

କିନ୍ତୁ ରାସ୍ତାରେ ଯାଉଥିବା ଲୋକେ କଦଳୀ ଘରକୁ ବୋହି ନେଇ ଯାଇନାହାନ୍ତି ବରଂ ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେମାନେ ଏକାଠି କଦଳୀ ଗୋଟାଇଲେ ଏବଂ ଟ୍ରକ୍‌ରେ ଲୋଡ୍‌ କଲେ। ଭିଡିଓରେ ଏହା ମଧ୍ୟ ଲେଖାଯାଇଛି କାହାର ସମସ୍ୟା ସମୟରେ ଫାଇଦା ନେବା ଭୁଲ୍‌ ଅଟେ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ଦେଖିଥିବା ବେଳେ କିଛି ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଯଦି ସେହି ଟ୍ରକ୍‌ରେ ମଦ ଥାନ୍ତା, ତେବେ ସମସ୍ତେ ନେଇ ଯାଇଥାନ୍ତେ। ଆଉ ଜଣେ ୟୁଜର କହିଛନ୍ତି, ଉତ୍ତରପ୍ରଦେଶରେ ଲୋକମାନେ କୁକୁଡ଼ା ଚୋରି କରିବା ଆରମ୍ଭ କରି ଦେଇଛନ୍ତି। ଅନ୍ୟ ଜଣେ କହିଛନ୍ତି, ଆବଶ୍ୟକତା ସମୟରେ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦେଖିଲେ ଖୁସି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri