‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି। ବେଙ୍ଗାଲୁରୁଠାରେ ଆୟୋଜିତ ଦୁଇ ଦିନିଆ ମେଗା ଅକଶନରେ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳିଥିବା ଏହି ବ୍ୟାଟରଙ୍କୁ ନିଜ ମୁର୍ଖାମୀର ପରିଣାମ ଭୋଗିବାକୁ ପଡ଼ିଛି ବୋଲି କହିଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ତଥା କମେଣ୍ଟଟେଟର ସାଇମନ ଡଲ।

“ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ ନ କିଣିବା ପଛରେ ଦୁଇ ତିନୋଟି କାରଣ ରହିଛି। ୟୁଏଇରେ ସେ ସିଏସ୍‌କେ ଓ ଏହାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ବିଶ୍ୱସ୍ତତା ହରାଇ ହରାଇଥିଲେ। ଥରେ ଏଭଳି ହେଲା ପରେ ପୁନର୍ବାର ସ୍ବାଗତ କରାଯିବାର ସମ୍ଭାବନା ନାହିଁ” ବୋଲି ଡଲ କହିଛନ୍ତି। ଏଠାରେ ସେ ୨୦୨୦ ସଂସ୍କରଣ ପୂର୍ବରୁ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ରାଇନା ସିଏସ୍‌କେ ସହ ୟୁନାଇଟେଡ୍‌ ଆରବ ଏମିରେଟ୍ସ ଗସ୍ତ କରିଥିଲେ। ସିଜନ ଆରମ୍ଭ ହେବା ପୂର୍ବରୁ ରାଇନା ସ୍ବଦେଶ ଫେରି ଆସିଥିଲେ। ଏହାବାଦ୍‌ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନ ଥିବାରୁ ଏବେ ଫିଟ୍‌ ନାହାନ୍ତି। ଆଉ ଉଚ୍ଚ ବେସ୍‌ ପ୍ରାଇସ୍‌ ଯୋଗୁ କୌଣସି ଫ୍ରାଞ୍ଚାଇଜ ତାଙ୍କ ପ୍ରତି ଇଚ୍ଛା ପ୍ରକଟ କରି ନ ଥିଲେ।

“ତୁମର ଫିଟ୍‌ନେସ ନାହିଁ। ଶର୍ଟ ବଲ ପ୍ରତି ଦୁର୍ବଳତା ରହିଛି। କୌଣସି ଅକ୍‌ଶନରେ ତାଙ୍କୁ ୨ କୋଟି ଟଙ୍କାରେ କେହି କିଣିବେ ନାହିଁ। ସେ ଆଇପିଏଲର ଜଣେ କିମ୍ବଦନ୍ତୀ। ପ୍ରଥମ ୮ରୁ ୯ ବର୍ଷ ପର୍ଯ୍ୟନ୍ତ ସେ ସର୍ବାଧିକ ରନ୍‌ ସ୍କୋରର ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ସମୟ ଶେଷ ହୋଇଛି। ମୁର୍ଖଙ୍କ ଭଳି କାର୍ଯ୍ୟ କଲେ ଏଭଳି ପରିଣାମ ଭୋଗିବାକୁ ପଡ଼େ” ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇପିଏଲରେ ସର୍ବାଧିକ ରନ୍‌ ସ୍କୋର କରିବା ତାଲିକାରେ ରାଇନା ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୨୦୫ ମ୍ୟାଚ୍‌ରେ ୫,୫୨୮ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେ.ଏଲ ରାହୁଲଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଦଳର ଅଧିନାୟକ

ନୂଆଦିଲ୍ଲୀ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଲକ୍ଷ୍ନୌର ଅଟଳ ବିହାରୀ...

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ...

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ...

ଫିଟ୍‌ ହେବାକୁ ଲାଗିବ ୭ରୁ ୮ ମାସ

ନୂଆଦିଲ୍ଲୀ,୨୫ା୪: ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁର୍ଘଟଣା ପରେ ସୁସ୍ଥ ହେଉଥିବା ଭାରତୀୟ ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଫିଟ୍‌...

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ...

ଦୁଇ ଏଲ୍‌ଏ ଲେକର୍ସ ଖେଳାଳି କୋଭିଡ୍‌-୧୯ରେ ପୀଡ଼ିତ

ଲସ ଏଞ୍ଜେଲ୍ସ, ୨୦।୩- ବହୁବାର ଏନ୍‌ବିଏ ଚାମ୍ପିୟନ ଲସ ଏଞ୍ଜେଲ୍ସ ଲେକର୍ସ ଦଳର ଦୁଇ ଜଣ ଖେଳାଳି ମାରାତ୍ମକ କୋଭିଡ୍‌-୧୯ରେ ପୀଡ଼ିତ। ସେମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ...

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ...

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି...

Advertisement
Archives

Model This Week