ବିଧାୟିକାଙ୍କୁ ୭ କି.ମି. ଚଲାଇଲେ ଲୋକେ

ଠାକୁରମୁଣ୍ଡା,୨୩।୧(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳବାସୀ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ୭ କି.ମି. ଦୂର କ୍ଷତିଗ୍ରସ୍ତ ଗ୍ରାମକୁ ଚଲାଇ ଚଲାଇ ନେବା ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କରଞ୍ଜିଆ-ଯଶିପୁର ୨୨୦ନଂ. ଜାତୀୟ ରାଜପଥକୁ ତାଟୋ ନିକଟରେ ଅବରୋଧ କରିବା ସହ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିଥିବା ମଧ୍ୟ ସୂଚନା ମିିଳିଛି।
ସୂଚନା ଅନୁଯାୟୀ, ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୫ ମାସ ହେଲା ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପଶି ଉତ୍ପାତ କରୁଛନ୍ତି। ହାତୀପଲ ଲୋକଙ୍କ ଘର, ଫସଲକୁ ନଷ୍ଟ କରିଦେଉଥିବା ବେଳେ ସ୍ଥାନୀୟ ବନବିଭାଗ ଓ ପ୍ରଶାସନ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିନାହିଁ। କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗୁରୁବାର ହାତୀ ପଲ କାଦମଡ଼କ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ହାତୀ ଉପଦ୍ରବରେ ଅତିଷ୍ଠ କାଦମଡ଼କ, ତାଟୋ, କୁଞ୍ଜିଆ,ବିଉରିଆ,ନାକୁ, ସଲରାପଦା, ପାହାଡ଼ମଡ଼କ ପ୍ରଭୃତି ଗ୍ରାମର ଲୋକେ କ୍ଷତିପୂରଣ ଦାବି ସହ ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତା ଅବରୋଧ ସହ ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ସମୟରେ ବିଧାୟିକା ହେମ୍ବ୍ରମ ସେହି ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା ଅବରୋଧ ଯୋଗୁ ଅଟକି ଯାଇଥିଲେ। ଲୋକେ ବିଧାୟିକାଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଆଲୋଚନା ସମୟରେ ଉତ୍ତ୍ୟକ୍ତ ଲୋକେ ବିଧାୟିକା ଗାଁକୁ ଯାଇ ଉଜୁଡ଼ା କ୍ଷେତ ଦେଖନ୍ତୁ ବୋଲି କହିଥିଲେ। ଶେଷରେ ଉତ୍ତ୍ୟକ୍ତ ଲୋକମାନଙ୍କ ସହିତ ବିଧାୟିକାଙ୍କୁ ୭ କି.ମି. ଦୂର କାଦାମଡ଼କ ଗାଁକୁ ଚାଲିଚାଲି ଯିବାକୁ ପଡିଥିଲା। ଘଟଣାସ୍ଥଳରେ ପୂର୍ବରୁ ଉପସ୍ଥିତ ଥିବା କରଞ୍ଜିଆ ଥାନା ଅଧିକରିଣୀ ସରୋଜିନୀ ସିଂ, ଏସିଏଫ୍‌ ଦିଗନ୍ତ ପାଲ୍‌, ରେଞ୍ଜର ସରୋଜ ପଣ୍ଡା, ପ୍ରବୀର ମୁର୍ମୁ ମଧ୍ୟ ଚାଲିଚାଲି କ୍ଷତିଗ୍ରସ୍ତ ଗାଁକୁ ଯାଇ ହାତୀପଲଙ୍କ ଦ୍ୱାରା ନଷ୍ଟ ହୋଇଥିବା ସ୍ଥାନ ଦେଖିଥିଲେ। କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ଏବଂ ହାତୀପଲ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଏସିଏଫ ପାଲ୍‌ କହଛନ୍ତି। ଏ ସଂକ୍ରାନ୍ତରେ ବିଧାୟିକା ହେମ୍ବ୍ରମଙ୍କୁ ପଚାରିବାରୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମଁୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଥିଲି। କ୍ଷତିଗ୍ରସ୍ତଙ୍କୁ କିପରି ସହାୟତା ମିଳିବ ସେଥିନେଇ ବନ ବିଭାଗ ସହ ଆଲୋଚନା କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡ଼ି ଚିନ୍ତା: ବୀମାରେ ସର୍ବକାଳୀନ ରେକର୍ଡ: ପଞ୍ଜୀକରଣ କଲେଣି ୪୫ ହଜାର ଚାଷୀ

ଅନୁଗୋଳ ଅଫିସ, ୩୧।୭-ଆବଶ୍ୟକ ବର୍ଷା ହେଉ ନ ଥିବାରୁ ମରୁଡ଼ି ନେଇ ଅନୁଗୋଳ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ମରୁଡ଼ି ଜନିତ ଫସଲ କ୍ଷତିରୁ...

କଠିନ ପରିଶ୍ରମର ମୂଲ୍ୟ ପାଇଛି : ସବିତା

ଖୋର୍ଦ୍ଧା ଅଫିସ,୧୩ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା-୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ବ୍ଲକ...

ଭାଜପା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ସହ ୨ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ନିଶ୍ଚିନ୍ତକୋଇଲି,୮।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ...

କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼

ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...

ସରିଲା ବଳଦଯାତ୍ରା

ଭୁବନ, ୧୭।୧୦(ଡି.ଏନ.ଏ.): କୋଭିଡ୍‌ କଟକଣା ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ଶୁକ୍ରବାର ନିରାଡମ୍ବର ପରିବେଶରେ ଅନୁକୂଳ ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଶନିବାର ଘଣ୍ଟଘଣ୍ଟା,...

ବସ୍‌ରେ ଏସ୍‌ଓପି ପାଳନ ନେଇ ଯାଞ୍ଚ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମସ୍ତ ଘରୋଇ ଓ ସରକାରୀ ସଂସ୍ଥାକୁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି...

ଓଡ଼ିଆ ଜାତିର ମହାନାୟକ

ପକ୍ଷୀମାନେ ମାଟିରେ ଚାଲନ୍ତି କମ୍‌, ଆକାଶରେ ଉଡ଼ନ୍ତି ଅଧିକ। ବିଜୁ ପଟ୍ଟନାୟକ ଥିଲେ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ, ଯେ କି ଆକାଶରେ ଯେତିକି ଉଡ଼ୁଥିଲେ,...

Advertisement
Archives

Model This Week