ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବେଙ୍ଗକୁ ଦେଖିବାକୁ ମିଳୁଛି। ସେ ଖାଦ୍ୟ ଅନ୍ବେଷଣରେ ଥିବା ବେଳେ ଏକ ଅଜଣା ଜୀବ ଆସୁଛି। ପରେ ବେଙ୍ଗଟି ତାହାକୁ ଡେଇଁକି ଖୁସିରେ ଖାଉଛି। ଏହାର କିଛି ସମୟ ପରେ ଅଜଣା ଜୀବଟି ଲମ୍ବି ବେଙ୍ଗକୁ ଟେକି ନେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
When fly extracts revenge😇😇
Via Fred Schultz pic.twitter.com/OlIQ505HgC
— Susanta Nanda IFS (Retd) (@susantananda3) June 27, 2021

