Posted inଫୁରସତ

କରୋନା ସମୟରେ ଚାଲିଗଲା ଚାକିରି, ଭିଡିଓ କରି ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଜରିଆରେ ଅନେକେ ଜିରୋରୁ ହିରୋ ହୋଇ ଚର୍ଚ୍ଚାକୁ ଆସିଥିବା ନଜିର ରହିଛି। ସେମିତି ଜଣେ ଯୁବକ ହେଉଛନ୍ତି ଖବାନେ ଲେମ୍‌। ଖାସ୍‌ କଥା ହେଲା ସେ ତାଙ୍କ ଭିଡିଓରେ ଗୋଟିଏ ବି ଶବ୍ଦ କୁହନ୍ତନି। ମାତ୍ର ତାଙ୍କ ଭାବଭଙ୍ଗୀ ଯୋଗୁ ସେ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ସେ ସୁପରଷ୍ଟାର ହୋଇସାରିଛନ୍ତି।

୨୧ ବର୍ଷୀୟ ଲେମ୍‌ ଗତବର୍ଷ ଏକ କମ୍ପାନୀରେ ଚାକିରି କରୁଥିଲେ। କରୋନା ମହାମାରୀ ଯୋଗୁ ଲକ୍ଷଲକ୍ଷ ଲୋକ ଚାକିରି ହରାଇଥିଲେ। ଲେମ୍‌ଙ୍କର ମଧ୍ୟ ଚାକିରି ଚାଲିଯାଇଥିଲା। ଏକ ସାକ୍ଷାତକାରରେ ଲେମ୍‌ କହିଛନ୍ତି, ଯେତେବେଳେ ମୋ ଚାକିରି ଚାଲିଗଲା ମୋତେ ବହୁତ କଷ୍ଟ ଲାଗିଥିଲା। ପରେ ନିଜକୁ ସମ୍ଭାଳି ନେଇଥିଲି। ସେ କହିଛନ୍ତି, ମୋତେ ଯେତେବେଳେ ସମୟ ମିଳିଲା ମୁଁ ଟିକ୍‌ଟକ୍‌ରେ ଭିଡିଓ କଲି। ଏଥିରେ ମୋତେ ଫାଇଦା ବି ମିଳିଲା। କିଛିଦିନ ପରେ ମୋ’ ଭିଡିଓ ଖୁବ୍‌ ଭାଇରାଲ ହେଲା। ଆଜିର ଦିନରେ ଲେମ୍‌ଙ୍କର ଟିକ୍‌ଟକରେ ୧୦୦ ମିଲିୟନରୁ ଅଧିକ ଫଲୋଅର୍ସ ରହିଛନ୍ତି। ଲେମ୍‌ଙ୍କ କିଛି ଫଲୋର୍ସ ତାଙ୍କୁ ମଡର୍ନ ହିରୋ ଏବଂ ଚାର୍ଲି ଚାପଲିନ୍‌ ମଧ୍ୟ କୁହନ୍ତି। ଚାର୍ଲି ଚାପଲିନ ଫିଲ୍ମ ପରି ଲେମ୍‌ ତାଙ୍କ ଭିଡିଓରେ କିଛି କୁହନ୍ତି ନାହିଁ, କେବଳ ଭାବଭଙ୍ଗୀ ଦେଖାନ୍ତି।

ଲେମ୍‌ଙ୍କର ଅଧିକାଂଶ ଫଲୋଅର୍ସ ଦକ୍ଷିଣ ଆମେରିକା ଏବଂ ବ୍ରାଜିଲର ଅଟନ୍ତି। ସୋସିଆଲ ମିଡିଆ ଜରିଆରେ ସେ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପରେ ତାଙ୍କୁ ଏବେ ଅନେକ ଅଫିସରୁ ଚାକିରି ପାଇଁ ଅଫର ମଧ୍ୟ ଆସୁଛି। ଲେମ୍‌ କୁହନ୍ତି, ତାଙ୍କର ଆଉ କୌଣସି ଚାକିରି ଦରକାର ନାହିଁ। ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ମନୋରଞ୍ଜନ କରିବା ତାଙ୍କର ମୁଖ୍ୟ କାମ। ଏଥିରୁ ତାଙ୍କୁ ବହୁତ ଆନନ୍ଦ ମିଳୁଛି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri